୫ଟି ସଚିବଙ୍କୁ ଉପରେ କାଳୀମାଡକୁ ଦୃଢ ନିନ୍ଦା କଲେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, “ଆଜି ପୁରୀ ଜିଲ୍ଲା ସତ୍ୟବାଦୀଠାରେ ୫ଟି ସଚିବ ଶ୍ରୀ ଭି. କେ. ପଣ୍ଡିଆନ ଏବଂ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଉପରେ ହୋଇଥିବା ଘୃଣିତ କାଳିମାଡ ଘଟଣାକୁ ମୁଁ କଡା ଶବ୍ଦରେ ନିନ୍ଦା କରୁଛି। ବିରୋଧ ଏବଂ ପ୍ରତିବାଦ କରିବା ସମସ୍ତଙ୍କର ଏକ ଗଣତାନ୍ତ୍ରିକ ଅଧିକାର, କିନ୍ତୁ ସବୁ ପ୍ରକାର ବିରୋଧ ମର୍ଯ୍ୟାଦାସମ୍ପନ୍ନ ହେବା ଉଚିତ। ଓଡ଼ିଶା ପରି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏପରି ଆଚରଣର କୌଣସି ସ୍ଥାନ ନାହିଁ। ସମ୍ପ୍ରତି ଘୃଣା ଓ ବିଦ୍ଵେଷଭରା ରାଜନୀତି ବାତାବରଣ ମଧ୍ୟରେ ଓଡ଼ିଶା ରାଜ୍ୟରେ ରାଜନୈତିକ ଶିଷ୍ଟାଚାର ଏ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି। ଦଳମତ ନିର୍ବିଶେଷରେ ସମସ୍ତେ ଏ ପ୍ରକାର ନିନ୍ଦନୀୟ ଆଚରଣରୁ ବିରତ ରହିବା ଉଚିତ।”

ସେହିଭଳି ଅନ୍ୟପଟେ ପ୍ରାଶସନିକ ସ୍ତରରେ ମଧ୍ୟ ଏହି ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ରାଜ୍ୟର ବିକାଶ ପାଇଁ ୫ଟି ସଚିବ ଗ୍ରାଉଣ୍ଡରେ ଯାଇ କାମ କରୁଥିବା ବେଳେ ଏଭଳି ଆଚରଣ ଆଦୌ ସହ୍ୟ ନୁହେଁ । ବିକାଶମୁଖୀ କାମକୁ କିଛି ଲୋକ ସହିପାରୁନାହାନ୍ତି ବୋଲି ରାଜ୍ୟ ସଚିବାଳୟ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି । ଓଡ଼ିଶାକୁ ସଜାଡିବାକୁ ରାଜ୍ୟ ସରକାରଙ୍କ ଏ ପ୍ରୟାସକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବଙ୍କୁ ନିବେଦନ କରାଯାଇଛି । ସେହିପରି ଏସଏଚଜି ମହିଳା ମାନେ ମଧ୍ୟ ଏଭଳି କାଳିମାଡକୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ଆଜି ରାଜ୍ୟର ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି ।

ବିରୋଧୀଙ୍କର ଏଭଳି ଷଡଯନ୍ତ୍ର କଣ ପାଇଁ ବୋଲି ମାଆ ମାନେ ପ୍ରଶ୍ନ କରିଛନ୍ତି । ସେମାନେ କଣ ଚାହୁଁନାହାନ୍ତି ରାଜ୍ୟର ମହିଳାମାନେ ବିକଶିତ ହୁଅନ୍ତୁ । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ଘରର ମହିଳାମାନେ ଏସଏଚଜିରେ ସ୍ବାବଲମ୍ବି ହୋଇପାରିଛନ୍ତି । ୨୦୨୪ ନିର୍ବାଚନରେ ରାଜ୍ୟବାସୀ ଉଚିତ ଜବାବ ଦେବେ କହିଛନ୍ତି ଏସଏଚଜି ମହିଳା । ଯେଉଁମାନେ ପ୍ରଗତୀ ବିରୋଧୀ, ଯେଉଁମାନେ ଏ ରାଜ୍ୟର ବିକାଶ ଚାହୁଁନାହାନ୍ତି ସେମାନେ ଆଜି ଏଭଳି କାଣ୍ଡ କରିଛନ୍ତି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ବିଜେଡି ବିରୋଧୀ କରିଛି । ଏଥିସହ ଅନ୍ୟ ଦଳର ନେତାମାନେ କାଳିମାଡ଼କୁ ତିବ୍ର ନିନ୍ଦା କରିଛନ୍ତି ।


Share It

Comments are closed.