ଭାରତରେ ମେଇଜୁ ପ୍ରୋ ୭ର ଶୁଭାରମ୍ଭ


ଚାଇନିଜ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ମେଇଜୁ ଭାରତରେ ଏହାର ଡୁଆଲ ଡିସପ୍ଲେ ବିଶିଷ୍ଟ ସ୍ମାର୍ଟଫୋନ “ପ୍ରୋ୭”ର ଶୁଭାରମ୍ଭ କରାଇଛି । ସେଥିପାଇଁ କମ୍ପାନୀ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା ଏହାର ସୂଚନା ଦେଇଛି । ଏହି ମେଇଜୁ ପ୍ରୋ ୭ ସ୍ମାର୍ଟଫୋନଟି ସ୍ୱତନ୍ତ୍ର ଭାବରେ ଆମାଜନ ଇଣ୍ଡିଆରେ ୨୨,୯୯୯ ଟଙ୍କାରେ ଉପଲବ୍ଧ ।
ଗତ ବର୍ଷ ୨୦୧୭ରେ କମ୍ପାନୀ ପକ୍ଷରୁ ଭାରତରେ ଏହାର ଉପଲବ୍ଧତାକୁ ଜାହିର କରିବାରେ କୌଣସି ଅଖିଦୃଶିଆ ପଦକ୍ଷପ ନିଆଯାଇନଥିଲା, ଯାହା ଫଳରେ କମ୍ପାନୀ ଅନ୍ୟାନ୍ୟ ଚାଇନିଜ କମ୍ପାନୀମାନଙ୍କ ତୁଳନାରେ ଅତି କମରେ ୨ଟି ସ୍ମାର୍ଟଫୋନର ଶୁଭାରମ୍ଭ କରିଥିଲା । ବୈଶିଷ୍ଟ୍ୟ ଦୃଷ୍ଟିରୁ ଏହି ସ୍ମାର୍ଟଫୋନଟି ଡୁଆଲ ଡିସପ୍ଲେ ଡିଜାଇନ ବିଶିଷ୍ଟ । ଏହାର ସାମନାରେ ୫.୨ ଇଞ୍ଚର ଆମୋଲେଡ ଡିସପ୍ଲେ ରହିଥିବା ବେଳେ ପଛ ଭାଗରେ ୨ ଇଞ୍ଚର ଆମୋଲେଡ ଡିସପ୍ଲେ ରହିଛି । ଏହି ସ୍ମାର୍ଟଫୋନଟିର ପଛ ଭାଗରେ ୧୨ ମେଗାପିକ୍ସେଲ କ୍ୟାମେରା ସେଟଅପ ସହ ଏଫ/୨.୦ ଆପ୍ରେଚର ଓ ଇମେଜ ସେନସର ଏବଂ ୧.୨୫ ମାଇକ୍ରୋନ ପିକ୍ସେଲ ସାଇଜ ରହିଥିବା ବେଳେ ସେଲଫି ପାଇଁ ୧୬-ମେଗାପିକ୍ସେଲର କ୍ୟାମେରା ରହିଛି । ମେଇଜୁୁ ପ୍ରୋ ୭ ଚାଇନାରେ ଭିନ୍ନ ଭିନ୍ନ ଷ୍ଟୋରେଜ ବିକଳ୍ପରେ ଉପଲବ୍ଧ ରହିଥିବା ବେଳେ ଭାରତରେ କେବଳ ୪ଜିବ ରାମ ଏବଂ ୬୪ଜିବିର ଷ୍ଟୋରେଜ ବ୍ୟବସ୍ଥା ଥିବା ଭ୍ୟାରିଏଣ୍ଟର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୭.୦ ନୋଗେଟ ବିଶିଷ୍ଟ ହୋଇଥିବା ବେଳେ ଏହା ଅକ୍ଟା-କୋର ମିଡିଆ ଟେକ ହେଲିଓ ପି୨୫ ଏସଓସି ସହ ମାଲି-ଟି୮୮୦ଏମପି୨ ଜିପିୟୁ ଦ୍ୱାରା କ୍ଷମତାସମ୍ପନ୍ନ ଅଟେ ।


Share It

Comments are closed.