ଦେଶ ସାରା ଘୁରି ବୁଲୁଛି ଭେଜାଲ ରକ୍ତ


କଥାରେ ଅଛି ରକ୍ତ ଦାନ ମହତ ପୂନ୍ୟ । ବର୍ତ୍ତମାନ ୟୁପିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ସାରା ଦେଶରେ ଆଲୋଡାନା ସୃଷ୍ଟି କରିଛି । ଆପଣ ଭାବୁଥିବେ ଆମେ ଏମିତି କାହିଁକୁ କହୁଛୁ । ତେବେ ଆସନ୍ତୁ ଆମେ ସତ କଥା ତା କ’ଣ କହୁଛୁ । ଚାଉଳ, ଅଣ୍ଡା ଏବଂ ଅନ୍ୟାନ ଆବଶ୍ୟକୀୟ ସାମଗ୍ରୀ ଭଳି ଭେଜାଲ ରକ୍ତ ମଧ୍ୟ ଦେଶ ସାରା ଘୂରି ବୁଲିଲାଣି । ଏତା ଆମେ କହୁ ନାହୁଁ, ଏହା ପ୍ରକୃତରେ ଘଟିଛି । ଏସଟିଏଫ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷନଉରେ ବିଭିନ୍ନ ରସାୟନ ମିଶ୍ରିତ ଭେଜାଲ ରକ୍ତ କାରବାରର ପର୍ଦାଫାସ କରିଛି । ଯେଉଁଥିରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଉକ୍ତ ଆରୋପୀ ମାନେ ଏହି ରସାୟନ ମିଶ୍ରିତ ଭେଜାଲ ରକ୍ତ ବିକ୍ରି କରୁଥିଲେ । ଏସଟିଏଫ ଗୁରୁବାର ଦିନ ମଣ୍ଡିୱାସ୍ଥିତ ଦୁଇଟି ମେଡିକାଲରେ ଚଢଉ କରି ୮ ୟୁନିଟ ରକ୍ତ ଜବତ କରିଛି । ବର୍ତ୍ତମାନ ୟୁପି ଏସଟିଏଫ ଏହି ମାମଲାର ଯାଞ୍ଚ କରୁଛିି ।
ଏସଟିଏଫ ବହୁତ ସତର୍କତାର ସହ ଏହି ଦୁଇଟି ମେଡିକାଲରେ ଚଢାଉ କରିଥିଲା । ସ୍ଥାନୀୟ ପୋଲିସକୁ ମଧ୍ୟ ଏହି ଚଢାଉର ଖବର ମିଳିନଥିଲା ।
ଏସଟିଏଫ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହି କାରବାର ଦୀର୍ଘ ସମୟ ହେବ ଏଠାରେ ଚାଲୁଥିଲା । ଏସଟିଏଫ ପ୍ରାୟ ୧୫ ଦିନ ହେବ ଏହି କାରବାର ସଂପର୍କିତ ସମସ୍ତ ତଥ୍ୟ ବ୍ଲଡ ବ୍ୟାଙ୍କରୁ ଯୋଗାଡ କରିଥିଲା । ଆବଶ୍ୟକୀୟ ସମସ୍ତ ପ୍ରମାଣ ମିଳିସାରିବା ପରେ ଏସଟିଏଫର ଡେପୁଟି ଏସପି ଅମିତ କୁମାରଙ୍କ ନେତୃତ୍ୱରେ ଏହି ଚଢାଉ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଏସଟିଏଫ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଅଭିଯୁକ୍ତ କେମିକାଲ ଏବଂ ପାଣି ମିଶାଇ ୨ରୁ ୩ ୟୁନିଟ ରକ୍ତ ପ୍ରସ୍ତୁତ କରିଥାନ୍ତି । ଏହା ସହ ଉକ୍ତ ବ୍ଲଡ ବ୍ୟାଙ୍କରେ କୌଣସି ଡାକ୍ତର ନିୟୋଜିତ ନଥିଲେ । ଗିରଫ ହୋଇଥିବା ସମସ୍ତ ଆରୋପୀ ଇଣ୍ଟର ପର୍ଯ୍ୟନ୍ତ ପଢିଛନ୍ତି । ୧ ୟୁନିଟ ମିଶ୍ରିତ ରକ୍ତ ଯୋଗାଇ ଦେବା ପାଇଁ ସେମାନେ ୩୫୦୦ ଟଙ୍କା ନେଉଥିଲେ । ଏହା ସହ ମିଳିଥିବ ସୂଚନା ମୁତାବକ ଆରୋପୀମାନେ ରାଜ୍ୟ ବାହାରକୁ ମଧ୍ୟ ଏହି କେମିକାଲ ମିଶ୍ରିତ ରକ୍ତ ପଠାଉଥିଲେ ।


Share It

Comments are closed.