ସେଣ୍ଟ୍ରାଲ୍ ପକ୍ଷରୁ ଆକର୍ଷଣୀୟ ପାର୍ବଣ ସମ୍ଭାର


ଭାରତର ଅଗ୍ରଣୀ ଫ୍ୟାସନ୍ ଷ୍ଟୋର୍ ସେଣ୍ଟ୍ରାଲ୍ ପକ୍ଷରୁ ଆକର୍ଷଣୀୟ ପାର୍ବଣ ସମ୍ଭାରର ଶୁଭାରମ୍ଭ କରିଛି । ସହରାଞ୍ଚଳର ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ସମ୍ଭାର ଗ୍ରାହକମାନଙ୍କୁ ଉପଯୁକ୍ତ ପାର୍ବଣ ଫଳାଫଳ ପ୍ରଦାନ କରିବା ପାଇଁ ଶ୍ରେଣୀ, କମନୀୟତା ଓ ଉତ୍କର୍ଷତାକୁ ସମିଶ୍ରିତ କରୁଛି ।
ସେଣ୍ଟ୍ରାଲ୍ର ଉକ୍ତ ପାର୍ବଣ ସମ୍ଭାର ଆଧୁନିକ ଭାରତର ଚାହିଦା ଓ ଅନୁଭବତାକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି । ଏହି ପାର୍ବଣ ସମ୍ଭାର ୫୦୦ରୁ ଉଦ୍ଧ୍ୱର୍ ବ୍ରାଣ୍ଡଗୁଡ଼ିକର ଅତ୍ୟାଧୁନିକ ଫ୍ୟାସନ ଗୁଡ଼ିକ ପ୍ରଦର୍ଶିତ କରୁଛି । ପାର୍ବଣର ପ୍ରମୂଖ ଦୃଷ୍ଟିଗୁଡ଼ିକ ହେଉଛି ଗ୍ଲାମରସ୍ ଇନ୍ ଗୋଲ୍ଡ, ରୋମାନ୍ସ ଅଫ୍ ରେଡ଼୍ସ, ମ୍ୟାଜିକ୍ ଅଫ୍ ମ୍ୟାଗେଣ୍ଟା, ବୋଲ୍ଡ, ବ୍ଲାକ୍ ଆଣ୍ଡ ବ୍ୟୁଟିଫୁଲ୍ ଏବଂ ଏଥିନିକ୍ ଗ୍ରାଣ୍ଡିଅର୍ ଇତ୍ୟାଦି । ଫ୍ୟାସନ୍ ପ୍ରେମୀମାନେ ଏହି ନୂତନ ସମ୍ଭାରଗୁଡ଼ିକୁ ସାରା ଭାରତରେ ଥିବା ସେଣ୍ଟ୍ରାଲ୍ ଷ୍ଟୋରମାନଙ୍କରୁ କ୍ରୟ କରିପାରିବେ ।
ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଫ୍ୟୁଚର୍ ଲାଇଫ୍ଷ୍ଟାଇଲ୍ ଫ୍ୟାସନ୍ ପ୍ରକାଶ କରିଛନ୍ତି ଯେ, “ଏହି ନୂତନ ପାର୍ବଣ ସମ୍ଭାର ସର୍ବୋତ୍ତମ ଫ୍ୟାସନ୍ ପରମ୍ପରା ଓ ଶୈଳୀକୁ ଏକତ୍ରିତ କରିବା ପାଇଁ ଡିଜାଇନ୍ କରାଯାଇଛି । ସ୍ୱତନ୍ତ୍ର ଭାବେ ପାର୍ବଣ ଋତୁ ପାଇଁ ଆମେ ଏହି ନୂତନ ସମ୍ଭାରର ଶୁଭାରମ୍ଭ କରିଛୁ । ତେଣୁ ଏହାର ରଙ୍ଗ ଓ ଷ୍ଟାଇଲ୍ ମଧ୍ୟ ପାର୍ବଣକୁ ସୁହାଇଲା ଭଳି ଓ ପାରମ୍ପରିକ । ”


Share It

Comments are closed.