ପୁଣି ବଢିଲା ଗ୍ୟାସ ଦର


ପାର୍ବଣ ଋତୁରେ (Festive Season) ଖାଉଟିଙ୍କୁ ପୁଣି ମହଙ୍ଗା ମାଡ଼। ଗ୍ୟାସ ଦର ବୃଦ୍ଧି ହେବା ସହିତ ହାଣ୍ଡିଶାଳରେ ପଡ଼ିଛି ମହଙ୍ଗା ଛାଟ। ପ୍ରଭାବିତ ହେବାକୁ ଯାଉଛି ଖାଉଟିଙ୍କ ବଜେଟ। ଆଜିଠାରୁ ନଭେମ୍ବର ମାସ ଆରମ୍ଭ ହୋଇଛି। ମାସର ପ୍ରଥମ ଦିନରେ ହିଁ ଗ୍ୟାସ ଦରରେ ବଡ଼ ପରିବର୍ତ୍ତନ ହୋଇଛି। ଦୀପାବଳୀ ପୂର୍ବରୁ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ନଭେମ୍ବର 1, 2023 ଅର୍ଥାତ ଆଜି ଠାରୁ ବ୍ୟବସାୟିକ ଭିତ୍ତିରେ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡରର ଦରରେ ବୃଦ୍ଧି କରିଛନ୍ତି। ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ପିଛା ୧୦୩ ଟଙ୍କା ବୃଦ୍ଧି ଘଟିଛି। ତେବେ ସବୁଠାରୁ ବଡ଼ ଆଶ୍ୱସ୍ତିକର ଖବର ହେଉଛି ଯେ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

କେତେ ଟଙ୍କାରେ ମିଳିବ ସିଲିଣ୍ଡର
ଆଜିଠାରୁ ଅର୍ଥାତ୍ ନଭେମ୍ବର ପ୍ରଥମରୁ ଆପଣଙ୍କୁ ରାଜଧାନୀ ଦିଲ୍ଲୀର ୧୯ କିଲୋଗ୍ରାମ ବ୍ୟବସାୟିକ ଏପିଜି ସିଲିଣ୍ଡର ପାଇଁ ୧୮୩୩ ଟଙ୍କା ଦେବାକୁ ପଡିବ। ଏହା ପୂର୍ବରୁ ଏହା ୧୭୩୧ ଟଙ୍କା ପାଇଁ ଉପଲବ୍ଧ ଥିଲା। ଏଥି ସହିତ ମୁମ୍ବାଇରେ ଏହାର ମୂଲ୍ୟ ୧୭୮୫.୫୦ ଟଙ୍କାକୁ ବୃଦ୍ଧି ପାଇଛି, ଏହା ପୂର୍ବରୁ ଏହା ୧୬୮୪ ଟଙ୍କାରେ ଉପଲବ୍ଧ ଥିଲା। କୋଲକାତାରେ ଏହା ବର୍ତ୍ତମାନ ୧୮୩୯.୫୦ ଟଙ୍କା ବଦଳରେ ୧୯୪୩.୦୦ ଟଙ୍କାରେ ଉପଲବ୍ଧ। ପୂର୍ବରୁ ଏହା ଚେନ୍ନାଇରେ ୧୮୯୮ ଟଙ୍କାରେ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ ୧୯୯୯.୫୦ ଟଙ୍କା ହୋଇଛି।
ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ
ଲଗାତାର ତୃତୀୟ ମାସ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, ଯାହା ଏକ ଆଶ୍ୱସ୍ତିକର ଖବର। ଅଗଷ୍ଟ ୩୦ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା। ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ରହିଛି। ଏଥି ସହିତ କୋଲକାତାରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୨୯ ଟଙ୍କା ରହିଛି। ମୁମ୍ବାଇରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୦୨.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଚେନ୍ନାଇରେ ଏହି ଗ୍ୟାସ୍ ସିଲିଣ୍ଡର ୯୧୮.୫୦ ଟଙ୍କାରେ ଉପଲବ୍ଧ।


Share It

Comments are closed.