୧୯୪୭ରୁ ୨୦୨୨ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ନାମ


ଆମ ଦେଶ ଭାରତର ମୁଖ୍ୟ ରାଷ୍ଟ୍ରପତି ଅଟନ୍ତି । ସେ ଦେଶର ପ୍ରଥମ ନାଗରିକ ମଧ୍ୟ । ସମ୍ବିଧାନର ଆର୍ଟିକିଲ ୫୨ ଅନୁଯାୟୀ ଦେଶରେ ଜଣେ ରାଷ୍ଟ୍ରପତି ନିଶ୍ଚିନ୍ତଭାବେ ରହିବା ଆବଶ୍ୟକ ଏବଂ ଆର୍ଟିକିଲ ୫୩ ଅନୁଯାୟୀ ତାଙ୍କ ପାଖରେ ସମସ୍ତ ୟୁନିୟନର କାର୍ୟ୍ୟ ସମ୍ଭାଳିବାର କ୍ଷମତା ରହିବା ଆବଶ୍ୟକ ।
ଅଦ୍ୟାବିଧି ଦେଶରେ ୧୩ଜଣ ରାଷ୍ଟ୍ରପତି କାର୍ୟ୍ୟ କରିସାରିଛନ୍ତି । ଏବଂ ସେମାନଙ୍କ ମଧ୍ୟରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ମଧ୍ୟ ଅଛନ୍ତି । ସ୍ୱାଧିନ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଡଃ ରାଜେନ୍ଦ୍ର ପ୍ରସାଦ କାର୍ୟ୍ୟ ଗ୍ରହଣ କରିଥିଲେ । ୨୦୨୨ରେ ଶ୍ରୀ ରାମନାଥ କୋବିନ୍ଦଙ୍କ ୫ବର୍ଷିଆ କାର୍ୟ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ନୂତନଭାବେ ରାଷ୍ଟ୍ରପତି ଚୟନ ହେବାକୁ ଯାଉଛି ।
ରାଷ୍ଟ୍ରପତି ପ୍ରତକ୍ଷ୍ୟଭାବେ ସମସ୍ତ ବିଧାୟକ ଏବଂ ପାର୍ଲାମେଣ୍ଟର ସଦସ୍ୟମାନଙ୍କ ଭୋଟରେ ମନୋନିତ ହୋଇଥାନ୍ତି । ତାଙ୍କର କାର୍ୟ୍ୟକାଳ ୫ବର୍ଷ ରହିଥାଏ । ଆସନ୍ତୁ ଜାଣିବା ସ୍ୱାଧିନ ଭାରତ ପରେ ବର୍ତ୍ତମାନ ପର୍ୟ୍ୟନ୍ତ ରାଷ୍ଟ୍ରପତିଭାବେ କାର୍ୟ୍ୟଗ୍ରହଣ କରିଥିବା ରାଷ୍ଟ୍ରପତିଙ୍କ ନାମ –
୧. ଡଃ ରଜେନ୍ଦ୍ର ପ୍ରସାଦ – ୧୯୫୦ ରୁ ୧୯୬୨
୨. ସର୍ବପଲ୍ଲୀ ରାଧାକ୍ରିଷ୍ଣନ – ୧୯୬୨ –୧୯୬୭
୩. ଜାକିର ହୁସେନ – ୧୯୬୭ –୧୯୬୯
– ଭିଭି ଗିରି (ଆକ୍ଟିଙ୍ଗ ପ୍ରେସଡେଣ୍ଟ) –୧୯୬୯ – ୧୯୬୯
– ମଦମ୍ମଦ ହିଦାଲୁୟାତ (ଆକ୍ଟିଙ୍ଗ ପ୍ରେସିଡେଣ୍ଟ)- ୧୯୬୯ – ୧୯୬୯
୪. ଭି ଭି ଗିରି –୧୯୬୯ –୧୯୭୪
୫. ଫାଖରୁଦିନ ଅଲି ଅହମ୍ମଦ – ୧୯୭୪ –୧୯୭୭
– ବାସାପ୍ପା ଦାନାପ୍ପା ଜଟ୍ଟି (ଆକ୍ଟିଙ୍ଗ ପ୍ରେସିଡେଣ୍ଟ )- ୧୯୭୭ –୧୯୭୭
୬. ନିଲମ ସଞ୍ଜିବା ରେଡ୍ଡୀ –୧୯୭୭ – ୧୯୮୨
୭. ଜ୍ଞାନୀ ଜେଲ ସିଂ –୧୯୮୨ –୧୯୮୭
୮. ଆର ଭେଙ୍କଟାରମଣ –୧୯୮୭ –୧୯୯୨
୯. ଶଙ୍କର ଦୟାଲ ଶର୍ମା – ୧୯୯୨ – ୧୯୯୭
୧୦. କେ ଆର ନାରାୟଣ – ୧୯୯୭ – ୨୦୦୨
୧୧. ଏ ପି ଜେ ଅବଦୁଲ କଲାମ – ୨୦୦୨- ୨୦୦୭
୧୨. ପ୍ରତିଭା ପାଟିଲ – ୨୦୦୭ -୨୦୧୨
୧୩. ପ୍ରଣବ ମୁଖାର୍ଜୀ – ୨୦୧୨- ୨୦୧୭
୧୪. ଋାମନାଥ କୋବିନ୍ଦ – ୨୦୧୭ – ୨୦୨୨
୨୦୨୨ରେ ରାଷ୍ଟ୍ରପତି ପଦ ପାଇଁ ୧୮ ଜୁଲାଇରେ ଭୋଟ ଗ୍ରହଣ ହୋଇଥିବା ବେଳ ଜୁଲାଇ ୨୧ରେ ରାଷ୍ଟ୍ରପତି ଭୋଟ ଗଣତି ହେବ ଏବଂ ଜୁଲାଇ ୨୫ରେ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବାର ଆୟୋଜନ ରହିଛି । ରାଷ୍ଟ୍ରପତି ପଦ ପାଇଁ ଓଡିଶାର ଦ୍ରୌପଦୀ ମୁର୍ମୁ ଓନଡିଏ ତରଫରୁ ଚୟନ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।


Share It

Comments are closed.