ଲାଲକୃଷ୍ଣ ଆଡଭାନୀ ଓ ଅମରିନ୍ଦର ସିଂହଙ୍କୁ ହତ୍ୟା ଧମକ


ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ‘ଜଷ୍ଟିସ ଫର ସିଖ୍’ ପକ୍ଷରୁ ବିବାଦୀୟ ପୋଷ୍ଟର ଜାରି। ଏହି ବିବାଦୀୟ ପୋଷ୍ଟରେ ଜାରି କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହିତ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧରେ ମୃତ୍ୟୁର ଫତୱା (Death Warrant) ଜାରି କରିଦେଇଛନ୍ତି। ତେବେ ଏହି ମାମଲାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାରତର ଗୁଇନ୍ଦା ଏଜେନ୍ସି(ଆଇବି) ସତର୍କ ରହିଛି। ଏଜେନ୍ସି ଏହି ମାମଲାକୁ ଗମ୍ଭୀରତାର ସହ ଦେଖୁଛି। ଭାରତ ସରକାର ଓ ତଦନ୍ତକାରୀ ଗୁଇନ୍ଦା ଏଜେନ୍ସି ଯେଉଁଭଳି ଭାବରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ଲାଲକୃଷ୍ଣ ଆଡଭାନୀଙ୍କ ସୁରକ୍ଷା ସମ୍ପର୍କିତ ମାମଲାକୁ ମଧ୍ୟ ସତର୍କତାର ସହ ମନିଟରିଂ କରୁଛନ୍ତି।

ଉଲ୍ଲେଖନୀୟ ଯେ, ୩୧ ଅକ୍ଟୋବର ୧୯୮୪ରେ ହୋଇଥିବା ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ୧ ନମ୍ବେଭର ଓ ୨ ନଭେମ୍ବରରୁ ରାଜଧାନୀରେ ସିଖ୍ ଦଙ୍ଗା ଆରମ୍ଭ ହୋଇଯାଇଥିଲା, ଯେଉଁଥିରେ ଶତାଧିକ ସିଖ୍ ଧର୍ମର ଲୋକଙ୍କୁ ଏହି ଦଙ୍ଗାରେ ହତ୍ୟା କରାଯାଇଥିଲା। ଆଜି ବି ସେହି ଦଙ୍ଗା ନାମରେ ଜଷ୍ଟିସ୍ ଫର ଶିଖ୍ ସଂସ୍ଥାର ମୁଖ୍ୟ ପରବିନ୍ଦର ସିଂ ପନ୍ନୁ ପଞ୍ଜାବ-ଦିଲ୍ଲୀରୁ ନେଇ ବିଦେଶରେ ଭାରତ ବିରୋଧୀ ଗତିବିଧିକୁ ପଛରେ ହାତ ରହିଛି।

ପ୍ରତି ବର୍ଷ ଶିଖ ଦଙ୍ଗାର ବାର୍ଷିକୀ ଅବସରରେ ଆତଙ୍କବାଦୀ ପନ୍ନୁ ଏଭଳି ଧମକ ଦେଇଥାଏ। କିନ୍ତୁ ଯେଉଁଭଳି ଭାବରେ ସେ ଗତ କିଛି ଦିନ ଧରି ଆମେରିକାର ନ୍ୟୁୟର୍କରେ ବସି ଭାରତ ବିରୋଧୀ ଗତିବିଧି ଓ ନେତାଙ୍କୁ ହତ୍ୟା ଷଡଯନ୍ତ୍ର କରୁଛି। ଏହି ମାମଲାରେ ଇଣ୍ଡିଆନ୍ ୱାର୍ଲ୍ଡ ଫୋରମର ସେକ୍ରେଟରୀ ଜେନରାଲ ପୁନିତ ସିଂ ଚଣ୍ଡୋକ କହିଛନ୍ତି, ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ଆଜି ପର୍ଯ୍ୟନ୍ତ ସିଖ୍ ଧର୍ମର କୌଣସି ଦଙ୍ଗା ପୀଡିତଙ୍କୁ କୌଣସି ପ୍ରକାର ସାହାଯ୍ୟ କରିନାହାନ୍ତି। ସେ ସବୁବେଳେ ଦଙ୍ଗା ପୀଡିତଙ୍କୁ ଉସକାଇ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରେ। ପାକିସ୍ତାନ ଗୁଇନ୍ଦା ଏଜେନ୍ସିର କାଠକଣ୍ଢେଇ ହୋଇ ତା’ର ଇଶାରାରେ ଭାରତ ବିରୋଧୀ କାର୍ଯ୍ୟ କରୁଛି।


Share It

Comments are closed.