ଶୁଭାରମ୍ଭ ହେଲା ‘ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ’ର ଦ୍ୱିତୀୟ ସଂସ୍କରଣ


ଲେକ୍ସସ ଇଣ୍ଡିଆ ପକ୍ଷରୁ ଏହାର ଦ୍ୱିତୀୟ ସଂସ୍କରଣର ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ(ଏଲଡିଏଆଇ)ର ଘୋଷଣା କରାଯାଇଛି । ଏହି ଡିଜାଇନ ପ୍ରତିଯୋଗିତା ଉଭୟ ନୂତନ ଏବଂ ପୂର୍ବରୁ ଥିବା ଡିଜାଇନର ଏବଂ ସୃଷ୍ଟିକାରୀଙ୍କ ପାଇଁ ଏକ ଉକ୍ତୃଷ୍ଟ ପ୍ଲାଟଫର୍ମ । ଅତ୍ୟାଧୁନିକ ଡିଜାଇନ ଶ୍ରେଷ୍ଠତା ପାଇଁ ପୁରଷ୍କାର ଆଶାୟୀଥିବା ଉକ୍ତ ବାର୍ଷିକ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସୃଜନଶୀଳ ପ୍ରତିଭାମାନଙ୍କୁ ଆକର୍ଷିତ କରିବ । ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ ପକ୍ଷରୁ ଦରଖାସ୍ତ ଏବଂ ପ୍ରବେଶ ପାଇଁ ଶେଷ ତାରିଖ ୨୮ଅକ୍ଟୋବର ୨୦୧୮ ରହିଛି । ଏହି ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ www.lexusindia.co.in/en/discover-lexus/lexus-design-award-india ୱେବସାଇଟରେ ଲଗ୍ ଇନ୍ କରନ୍ତୁ ।
ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ ୨୦୧୯ରେ ପ୍ରବେଶ ପାଇଁ ୧୨ଟି ଭିନ୍ନ ବିଭାଗ ଯେପରିକି ପ୍ରଡକ୍ଟ ଡିଜାଇନ, ଫର୍ଣ୍ଣିଚର ଡିଜାଇନ, ପ୍ୟାକେଜିଙ୍ଗ ଡିଜାଇନ, ଟେକ୍ସଟାଇଲ ଡିଜାଇନ, ଡିଜାଇନ ଥିଙ୍କିଙ୍ଗ, ପବ୍ଲିକ ୟୁଟିଲିଟି ଡିଜାଇନ, ଲାଇଫଷ୍ଟାଇଲ ଆକ୍ସେସୋରିଜ ଡିଜାଇନ, ଡିଜାଇନ ଫର ସୋସିଆଲ ଇମ୍ପାକ୍ଟ, ବିଜନେସ ଇମ୍ପାକ୍ଟ ଅଫ ଡିଜାଇନ, ଷ୍ଟୁଡେଣ୍ଟ କାଟାଗୋରି ଏବଂ ଓପନ କାଟାଗୋରି ରହିଛି । ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ ଡିଜାଇନ, ଏଗ୍ରୋନୋମିକ୍ସ, ସ୍ଥାୟିତ୍ୱ, ପ୍ରଯୁକ୍ତିଭିତ୍ତିକ ବୃଦ୍ଧି ଏବଂ ଦାୟିତ୍ୱସମ୍ପନ୍ନ ଗ୍ରହଣୀୟତାର ଚିହ୍ନଟ ପାଇଁ ପ୍ରସ୍ତୁତ ବୋଲି ଲେକ୍ସସ ପକ୍ଷରୁ ବିଶ୍ୱାସ କରାଯାଏ । ଡିଜାଇନ ମାଧ୍ୟମରେ ବିଶ୍ୱକୁ ଏକ ଶ୍ରେଷ୍ଠତା ପ୍ରଦାନ କରିବା ପାଇଁ ଏହାର ଦ୍ୱିତୀୟ ବର୍ଷରେ ଡିଜାଇନ ଫର ଏ ବେଟର ଟୁମରୋ ଲକ୍ଷ୍ୟ ରଖାଯାଇଛି ।
ଏହି ପରିପ୍ରେକ୍ଷୀରେ ଲେକ୍ସସ ଇଣ୍ଡିଆର ସଭାପତି, ପି ବି ଭେନୁଗୋପାଳ କହିଛନ୍ତିଯେ, “ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆର ଦ୍ୱିତୀୟ ସଂସ୍କରଣର ଘୋଷଣା କରୁଥିବାରୁ ଏବଂ ଭାରତୀୟ ଡିଜାଇନ ସମ୍ପ୍ରଦାୟର ପ୍ରତିଭାମାନଙ୍କୁ ପ୍ରବେଶ ପାଇଁ ସ୍ୱାଗତ କରୁଥିବାରୁ ଆମ୍ଭେମାନେ ଖୁବ ଆନନ୍ଦିତ । ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ ସ୍ଥାୟୀ ଡିଜାଇନରେ ବ୍ରାଣ୍ଡ ମୂଲ୍ୟ ସହିତ ଜଡିତ ଏବଂ ଏହା ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ଅତ୍ୟାଧୁନିକ କାମ ଦେଖାଇବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରୁଛି ।”


Share It

Comments are closed.