ଏସିଆ କପରେ ରୋହିତ ଏବଂ ଧୱନ ହେବେ ଭାରତର ମୁଖ୍ୟ ଅସ୍ତ୍ର


ଆଗମୀ ଏସିଆ କପ ପାଇଁ ଭାରତୀୟ ଟିମର ଘୋଷଣା ହୋଇ ସାରିଛି । ଅଧିନାୟକ ବିରାଟ କୋହଲିଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ରାମ ଦିଆଯାଇଥିବାବେଳେ ଅନ୍ୟ ପକ୍ଷରେ ବିରାଟଙ୍କ ଅନୁପସ୍ଥିରେ ରୋହିତଙ୍କୁ ଟିମର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଭାରତୀୟ ଟିମର ପ୍ରଦର୍ଶନ ଏବଂ ରଣନୀତିକୁ ନେଇକରି ପ୍ରଥମଥର ପାଇଁ ଅଷ୍ଟ୍ରେଲିଆର ପୂର୍ବତ୍ତନ ଦ୍ରୁତ ବୋଲର ବ୍ରେଟ ଲି ମୁହଁ ଖୋଲିଛନ୍ତି । ଲି ରୋହିତ ଏବଂ ଧୱନଙ୍କୁ ସମର୍ଥନ କରିବାକୁ ଯାଇ କହିଛନ୍ତି ଯେ, ଉଭୟ ଆଗୀମ ଏସିଆ କପରେ ଖୁବ ଉନ୍ନତ ପ୍ରଦର୍ଶନ କରିବେ ଏବଂ ବିରାଟଙ୍କ ଅନୁପସ୍ଥିତି ଭାରତ ପାଇଁ ଖୁବ ସହାୟକ ହେବ ବୋଲି କହିଛନ୍ତି ।
ଲି କହିଛନ୍ତି ଯେ, ଏସିଆ କପରେ ରୋହିତ ଏବଂ ଧୱନ ଦୁହେଁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମୁଁ ଆଶା କରୁଛି ଯେ ରୋହିତ ଏହି ଟୁର୍ଣ୍ଣାମେଣ୍ଟରେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ କାରଣ ଟିମର ଦାୟିତ୍ୱ ଏଥିର ରୋହିତଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଲି କହିଛନ୍ତି ।
ସେ କହିଛନ୍ତି ଯେ, ବିରାଟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁନାହାନ୍ତି ସେଥିପାଇଁ ଟିମର ବ୍ୟାଟିଂ ଦାୟିତ୍ୱ ଏବେ ଏହି ଦୁହିଁଙ୍କ କାନ୍ଧରେ ରହିଛି । ଲି ନିଜ କ୍ରିକେଟ କ୍ୟାରିୟରରେ ୭୬ ଟି ଟେଷ୍ଟ ଏବଂ ୨୨୧ଟି ଦିନିକିଆ ଖେଳିସାରିଛନ୍ତି । ଏହି ଅଭିଜ୍ଞ କ୍ରିକେଟଙ୍କ କହିବା ଅନୁଯାୟୀ, ରୋହିତ ୟୁନାଇଟେଡ ଆରବ ଏମିରେଟ୍ସରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରିବେ କାରଣ ସେଠାକାର ପିଚ ତାଙ୍କୁ ଶ୍ରେଷ୍ଠ ଖେଳ ଖେଳିବାରେ ସାହାଯ୍ୟ କରିବ ।

“ବାମ ହାତୀ ଦ୍ରୁତ ବୋଲରଙ୍କୁ ରୋହିତ ସାମନା କଲାବେଳେ ତାଙ୍କୁ ଅନେକ ବାଧା ଉପୁଜିପାରେ” ? ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଲି କହିଥିଲେ ଯେ, ମୁଁ ଏଥିରେ ସହମତ ନୁହେଁ କିନ୍ତୁ ଏହା କହି ପାରେ ଯେ ତାଙ୍କୁ ୟୁଏଇରେ ଆହୁରୀ ଅନେକ ଆହ୍ୱାନର ସାମନା କରିବାକୁ ପଡିପାରେ । ଏହା ହୋଇପାରେ ତାଙ୍କୁ ହଇରାଣ ପକାଇବା ପାଇଁ ତାଙ୍କ ବିରୋଧର ବାମ ହାତୀ ବୋଲର ଲଗାଯାଇପାରେ କିନ୍ତୁ ସ୍ଲୋ ପିଚ ଯୋଗୁଁ ରୋହିତଙ୍କୁ ସେଠାରେ ଖେଳିବାରେ କୌଣସି ବାଧା ଉପୁଜିବ ନାହିଁ ।
ଧୱନଙ୍କୁ ନେଇ ଲି କହିଛନ୍ତି ଯେ, ଯଦି ସେ ନିଜ ବୁଦ୍ଧିର ପ୍ରଯୋଗ କରିବେ ତେବେ ସେ ଫର୍ମକୁ ନିଶ୍ଚିତ ଫରିପାରନ୍ତି । ଚଳିତ ଇଂଲଣ୍ଡରେ ସିରିଜରେ ସେ ଲୟରେ ଫେରିଥିଲେ କିନ୍ତୁ ବୁଦ୍ଧିର ପ୍ରଯୋଗ ନ କରିବା ହେତୁ ସେ ଉନ୍ନତ ପ୍ରଦର୍ଶନ କରିପାରିନଥିଲେ । ସେ ଭାରତର ସମସ୍ତ ଫିଚରେ ଖେଳି ସାରିଛନ୍ତି, ଯାହାକି ତାଙ୍କୁ ସେଠାରେ ଖେଳିବା ପାଇଁ ସହାୟକ ହେବ ।


Share It

Comments are closed.