ଲେନୋଭୋ ପକ୍ଷରୁ ଏହାର ପ୍ରଥମ ୧୩ ଜେନ୍ ଇଂଟେଲ୍‌ପ୍ପ କୋର୍‌ଟିଏମ୍ ପ୍ରୋସେସର ପରିଚାଳିତ ଲାପ୍‌ଟପ୍‌ର ଶୁଭାରମ୍ଭ


ଭୁବନେଶ୍ୱର : ଗ୍ଲୋବାଲ ଟେକ୍ନୋଲୋଜି ଲିଡର୍ ଲେନୋଭୋ ପକ୍ଷରୁ ଆଜି ଦେଶର ପ୍ରଥମ ୧୩ ଜେନ୍ ଇଂଟେଲ୍ କୋର୍‌ଟିଏମ୍ ପ୍ରୋସେସର ଦ୍ୱାରା ପରିଚାଳିତ ଲାପ୍‌ଟପ୍‌ର ଉନ୍ମୋଚନ କରାଯାଇଛି । ଏହି ପ୍ରିମିୟମ ୟୋଗା ୯ଆଇକୁ ବିବିଧତା ପାଇଁ ନିର୍ମାଣ କରାଯାଇଛି ଏବଂ ଏହା ଇଂଟେଲର ନୂଆ ପ୍ରୋସେସର୍‌ଗୁଡିକ ଦ୍ୱାରା ପରିଚାଳିତ ଯାହା ଚମତ୍କାର ପ୍ରଦର୍ଶନ ପ୍ରଦାନ କରିବା ପାଇଁ ପର୍‌ଫର୍ମାନ୍ସ ହାଇବ୍ରିଡ୍ ଆର୍କିଟେକ୍‌ଚରର ବ୍ୟବହାର କରୁଛି । ଇଂଟେଲ୍ ଇଭୋଟିଏମ୍ ପ୍ଲାଟ୍‌ଫର୍ମ ସହ ଜଡିତ ଏହି ଲାପ୍‌ଟପ୍‌କୁ ସୃଜନଶୀଳ ଭାବେ ମଲ୍ଟିଟାସ୍କିଙ୍ଗ୍ କରିବା ସହିତ ସିଷ୍ଟମର ବ୍ୟାଟେରୀ ଲାଇଫ୍‌, ପ୍ରତିକ୍ରିୟାଶୀଳତା କିମ୍ବା କନେକ୍ଟିଭିଟି ଉପରେ ପ୍ରଭାବକୁ ହ୍ରାସ କରିବା ପାଇଁ ଏକ ପ୍ରିମିୟମ ମୋବାଇଲ ଅନୁଭୂତି ଦେବା ପାଇଁ ନିର୍ମାଣ କରାଯାଇଛି ।

ଏସମ୍ପର୍କରେ ଲେନୋଭୋ ଇଣ୍ଡିଆର କଞ୍ଜ୍ୟୁମର ବିଜ୍‌ନେସ୍ ବିଭାଗର ନିର୍ଦ୍ଦେଶକ ଦିନେଶ ନାୟର୍ କହିଛନ୍ତି, ‘ଆମେ ପ୍ରଥମ ବ୍ରାଣ୍ଡ ଭାବେ ଭାରତୀୟ ବଜାରରେ ଇଂଟେଲ୍‌ର ୧୩ ଜେନ୍ ନେକ୍ସଟ୍‌-ଲେଭେଲ୍ କମ୍ପ୍ୟୁଟିଂ ପ୍ରୋସେସର-ଆଧାରିତ ଲାପ୍‌ଟପ୍‌ଗୁଡିକ ଶୁଭାରମ୍ଭ କରି ଉତ୍ସାହିତ ରହିଛୁ । ଆମର ୟୋଗା ରେଞ୍ଜ୍‌ର ଡିଭାଇସ୍‌ଗୁଡିକ ସବୁବେଳେ ସର୍ବୋତମ ଶ୍ରେଣୀର ହେବା ପାଇଁ ଆଗଧାଡିରେ ରହିଛନ୍ତି ଏବଂ ଉପଭୋକ୍ତାଙ୍କ ସ୍ମାର୍ଟ ପସନ୍ଦ ଓ ସେମାନଙ୍କର ବିସ୍ତୃତ ଉତ୍ପାଦକତା ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ସୀମାରୁ ଆଗକୁ ବଢିଛନ୍ତି । ଆମେ ଏହି ପରମ୍ପରାକୁ ନୂଆ ଇଂଟେଲ୍ ପ୍ରୋସେସରଗୁଡିକ ଦ୍ୱାରା ପରିଚାଳିତ ଆମର ନୂତନ ଓ ରିଫ୍ରେଶ୍‌ଡ ୟୋଗା ୯ଆଇ ସହ ଜାରି ରଖିଛୁ । ଏହି ୨-୧ ଲାପ୍‌ଟପ୍ ବହୁମୂଖୀ ଜୀବନଶୈଳୀକୁ ଉପଭୋଗ କରୁଥିବା ଏବଂ ଟେକ୍ନୋଲୋଜି ଉପରେ ବହୁମାତ୍ରାରେ ନିର୍ଭର କରୁଥିବା ଲୋକମାନଙ୍କ ପାଇଁ ଉପଯୁକ୍ତ ଅଟେ ଯାହା ସେମାନଙ୍କୁ ଅଧିକ ସ୍ମାର୍ଟ, ସୁବିଧାଜନକ ଓ ଦକ୍ଷ ଉପାୟରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ ।
ୟୋଗା ୯ଆଇ ଓଟ୍‌ମିଲ୍ କଲର୍‌ରେ ଆସୁଛି ଏବଂ ଉପଭୋକ୍ତାମାନେ ଏହାକୁ ଲେନୋଭୋ ଡଟ୍ କମ୍‌ରେ ୧୭୪,୯୯୦ ଟଙ୍କାର ଏକ ପ୍ରାରମ୍ଭିକ ମୂଲ୍ୟରେ ପ୍ରି-ଅର୍ଡର୍ କରିପାରିବେ । ଏହି ଲାପ୍‌ଟପ୍ ଲେନୋଭୋ ଏକ୍ସକ୍ଲୁସିଭ୍ ଷ୍ଟୋର୍‌, ଆମାଜନ୍ ଡଟ୍ ଇନ୍‌, କ୍ରୋମା ଓ ରିଲାଏନ୍ସରେ ଆସନ୍ତା ଜାନୁଆରୀ ୨୯ ତାରିଖରୁ ଉପଲବ୍ଧ ହେବ ।


Share It

Comments are closed.