ଭାରତରେ ଶୁଭାରମ୍ଭ ହେଲା ଲାଭା ଜେଡ୯୧


ଯୁବ ସମୟ – “ଜେଡ ସୃଙ୍ଖଳ”ର ସଂପ୍ରସାରଣକୁ ଆଖିରେ ରଖି, ଘରୋଇ ହ୍ୟାଣ୍ଡସେଟ ଉତ୍ପାଦନକାରୀ ସଂସ୍ଥା ଲାଭା ପକ୍ଷରୁ ଏହାର “ଜେଡ ୯୧”ର ଶୁଭାରମ୍ଭ କରାଯାଇଛି, ଯାହାରକି ମୂଲ୍ୟ ରହିଛି ୯,୯୯୯ ଟଙ୍କା ଏହି ଫୋନଟିରେ ୧୮:୯ ୱାଇଡ-ସ୍କ୍ରିନ ଡିସପ୍ଲେ ଏବଂ ଗ୍ଲାସ ଫିନିସ ରହିଥିବା ବେଳେ ଏହି ସ୍ମାର୍ଟଫୋନଟି ବ୍ଲୁ ରଙ୍ଗରେ ଉପଲବ୍ଧ । ଏହି ସ୍ମାର୍ଟଫୋନଟି ଏପ୍ରେଲ ମଧ୍ୟ ସୁଧା ଦେଶର ୧୦୦,୦୦୦ ରିଟେଲ ଷ୍ଟୋରମାନଙ୍କରେ ଉପଲବ୍ଧ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।
ଲାଭା ଇଣ୍ଟରନ୍ୟାସନାଲ, ମୁଖ୍ୟ- ଉତ୍ପାଦକ, ଗୌରଭ ନିଗମ କହିଛନ୍ତି ଯେ, “ଜେଡ ୯୧” ଗ୍ରାହକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏହାକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ସୁନ୍ଦର ଡିଜାଇନରେ ପ୍ରସ୍ତୁୁତ କରିଛି । ଫେଓ ରେକୋଗନାଇସନ ବୈଶିଷ୍ଟ, ଫୁଲ- ସ୍କ୍ରିନ ଡିସପ୍ଲେ ଏବଂ ଅସାଧରଣ ଭଲ ରୂପରେଖା ଗୁଡିକ ଯନ୍ତ୍ରର ୟୁଏସିପିଏସ ଅଟେ । ଏଥିରେ ୩,୦୦୦ ଏମଏଏଚର ବ୍ୟାଟେରୀ ରହିଛି, ଯାହାକୁକି ଥରେ ଚାର୍ଜ କରିବା ଦ୍ୱାରା ୨୪ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜି ଦକ୍ଷତା ପ୍ରଦାନ କରିଥାଏ ବୋଲି କମ୍ପାନୀ ପକ୍ଷରୁ ଦାବୀ କରାଯାଇଛି । ଏହି ସ୍ମାର୍ଟଫୋନଟିର ପଛ ଭାଗରେ ୧୩ ଏମିର କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ୮ ଏମପିର କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନଟି ୨ ବର୍ଷର ୱାରେଣ୍ଟି ସହ ଆସୁଥିବା ବେଳେ ଏହାର କ୍ରୟ ଉପରେ ଭାରତୀ ଏୟାରଟେଲ ପକ୍ଷରୁ ୨୦୦୦ ଟଙ୍କାର କ୍ୟାସବ୍ୟାକ ଅଫର ପ୍ରଦାନ କରୁଛି ।


Share It

Comments are closed.