ବିଶ୍ୱ ଖାଦ୍ୟ ଦିବସ ଅବସରରେ କୋଶ ପକ୍ଷରୁ ରୁଟି ଦାନ ଅଭିଯାନର ଶୁଭାରମ୍ଭ


ବିଶ୍ୱ ଖାଦ୍ୟ ଦିବସ ଅବସରରେ କୋଶ ଓଟ୍ସ ପକ୍ଷରୁ ଫ୍ୟୁଚର୍ କଞ୍ଜୁମର୍ ଲିମିଟେଡ଼ ସହାୟତାରେ ରୁଟି ଦାନ ଅଭିଯାନର ଶୁଭାରମ୍ଭ କରାଯାଇଛି । କୋଶ ଓଟ୍ସ ଏକ ବେସରକାରୀ ଅନୁଷ୍ଠାନ ସଲାମ୍ ବାଲକ୍ ଟ୍ରଷ୍ଟର ସହଯୋଗିତାକ୍ରମେ ଅକ୍ଟୋବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ଉକ୍ତ ଅଭିଯାନ ପିଲାମାନଙ୍କୁ ଆଶ୍ରୟସ୍ଥଳୀ, ଖାଦ୍ୟ ଓ ଶିକ୍ଷା ଯୋଗାଇଦେଉଛି । ଏହି ରୁଟି ଦାନ ଅଭିଯାନ ମାଧ୍ୟମରେ କୋଶ ଏହାର ଉପଭୋକ୍ତାମାନଙ୍କୁ ରୁଟି ଦାନ କରିବା ସହ ଦେଶର ଯେକୌଣସି ବିଗ୍ବଜାର ଷ୍ଟୋର୍କୁ ଯିବା ସମୟରେ ୧ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ପ୍ରୋତ୍ସାହିତ କରୁଛି ।
କୋଶ ୨୬୦ରୁ ଉଦ୍ଧ୍ୱର୍ ବିଗ୍ବଜାର ଷ୍ଟୋର୍ମାନଙ୍କରୁ ସମସ୍ତ ଦାନ କରାଯାଇଥିବା ରୁଟିଗୁଡ଼ିକୁ ସଂଗ୍ରହ କରି ଉକ୍ତ ବେସରକାରୀ ଅନୁଷ୍ଠାନକୁ ପ୍ରଦାନ କରିବ । ଏହାପରେ ସଲାମ ବାଲକ ଟ୍ରଷ୍ଟ ଏଗୁଡ଼ିକୁ ନେଇ ପିଲାମାନଙ୍କ ମଧ୍ୟରେ ବାଣ୍ଟିବ । କୋଶ ଏହାର ଉପଭୋକ୍ତାମାନଙ୍କୁ ଡୋନେଟ୍ ଅଶୋକ ରୋଟି ରେ ପୁନଃ ଟ୍ୱିଟ୍ କରିବାକୁ ଓ ଏହି ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମରେ ବିପୁଳ ମାତ୍ରାରେ ସେୟାର କରିବା ପାଇଁ ପ୍ରୋତ୍ସାହିତ କରୁଛି ।
ଏହି ପରିପ୍ରେକ୍ଷୀରେ ସଦାଶିବ ନାୟକ, ସିଇଓ- ଫୁଡ଼ ବିଜିନେସ୍- ଫ୍ୟୁଚର ଗୃପ୍ ପ୍ରକାଶ କରିଛନ୍ତି ଯେ, “ଏହା ଦେଖି ଅତ୍ୟନ୍ତ ଦୁଃଖ ଲାଗୁଛି ଯେ, ଲକ୍ଷ ଲକ୍ଷ ପିଲା ବିନା ଖାଦ୍ୟରେ ବଞ୍ଚୁଛନ୍ତି । ସଲାମ ବାଲକ ସହାୟତାରେ ଆମେ ପାରୁ ପର୍ଯ୍ୟନ୍ତ ସେମାନଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ନିମନ୍ତେ ଚେଷ୍ଟା କରୁଛୁ ।”


Share It

Comments are closed.