ମଣିଷ ପରେ ଏବେ ପୁଣି ଥରେ ପାଳିତ ପଶୁକୁ ଶୀକାର କଲା ‘ସୁନ୍ଦରୀ’


ମଣିଷ ଶୀକାର କରିବାର ଦୁଇ ଦିନ ନପୂରୁଣୁ ପୁଣୀ ଥରେ ଆଜି ସୁନ୍ଦରୀ ଏକ ବଳଦ ଶୀକାର କରିଛି । ସୁନ୍ଦରୀର ଏହି ନରସଂହାର ଏବଂ ପାଳିତ ପଶୁକୁ ଶୀକାର କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସବୁବେଳେ ଉତ୍ତେଜନା ପ୍ରକାଶ ପାଉଛି । ମିଳିଥିବା ସୂଚନା ମୁତାବକ ବଳଦ ସାତକୋଶିଆ ଜଙ୍ଗଲ ନିକଟରେ ଏହ ନିଛାଟିଆ ଜାଗାରେ ଚରାବୁଲା କରୁଥିଲା ।
ଆଜି ସୁନ୍ଦରୀର ବଳଦ ଶୀକାର ପରେ ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି । ରବିବାର ଦିନ ସୁନ୍ଦରୀ ଶ୍ରୀନାଥ ସାହୁ ନାମକ ବ୍ୟକ୍ତିଙ୍କୁ ମାରିଦେବାର ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ଆଜି ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ସେଠାରେ ଲଙ୍କାକାଣ୍ଡ ଭିଆଇଛନ୍ତି । ସୁନ୍ଦରୀକୁ ଏନକ୍ଲୋଜରକୁ ଫେରାଇ ଆଣିବା ପାଇଁ ଓୟୁଟି ଏବଂ ନନ୍ଦନକାନନରୁ ୪ ଜଣିଆ ବିଶେଷଜ୍ଞ ଦଳ ସେଠାକୁ ଯାଇଛନ୍ତି


Share It

Comments are closed.