ଜାଣନ୍ତୁ କିପରି କରିବେ ଆୟୁର୍ବେଦ ଉପାୟରେ ଥାଇରଏଡ ଉପଚାର


ବର୍ତ୍ତମାନ ଥାଇରଏଡର ସମସ୍ୟା ଖୁବ ବଢିଯାଇଛି । ଏହା ଏପରି ଏକ ସମସ୍ୟା ଯାହା ଥରେ ହେବା ମାତ୍ରେ ତାହାକୁ ଦୂର କରିବା ପାଇଁ ଖୁବ କଷ୍ଟକର ହୋଇଥାଏ । ଏହା ଦ୍ୱାରା ଶରୀରରେ ବହୁ ସମସ୍ୟା ଦେଖାଯାଇଥାଏ ଏବଂ ଏଥି ପାଇଁ ପ୍ରତିଦିନ ମେଡିସିନ ମଧ୍ୟ ଖାଇବାକୁ ପଡିଥାଏ । କିନ୍ତୁ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ଆପଣ ଥାଇରଏଡର ଉପଚାର କରିପାରିବେ । ଆସନ୍ତୁ ଜାଣିବା ଥାଇରଏଡର ଆୟୁର୍ବେଦ ଉପଚାର ସମ୍ପର୍କରେ . . . .

୧.   ଅଦା – ଅଦାରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ଇତ୍ୟାଦି ଥାଇରଏଡର ସମସ୍ୟା ପାଇଁ ଉପକାରୀ । ଅଦାର ଇନଫ୍ଲାମେଟାରୀଗୁଣ ଥାଇରଡକୁ ଶରୀରରେ ବଢିବାକୁ ରୋକିଥାଏ ।

୨.   ଦହି ଏବଂ ଦୁଗ୍ଧ – ଦୁଗ୍ଧ ଏବଂ ଦହି କ୍ୟାଲସିୟମ, ମିନେରାଲ ଏବଂ ଭିଟାମିନ ଭରପୁର ମାତ୍ରାରେ ରହିଛି । ଏହା ଥାଇରଏଡ ଏବଂ ଗଳାର ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ।

୩.   ମୂଲେଠୀ – ଥାଇରଏଡ ରୋଗୀମାନେ ଖୁବ ଶୀଘ୍ର ଥକିଯାଇଥାନ୍ତି । ତେଣୁ ସେମାନଙ୍କ ପାଇଁ ମୂଲେଠୀ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ତୁରନ୍ତ ଶକ୍ତି ପ୍ରଦାନ କରିବା ସହିତ ଥାଇରଏଡ ଗ୍ରନ୍ଥିକୁ ମଜବୁତ ହୋଇଥାଏ ।

୪.   ଗହମ – ଆୟୁର୍ବେଦରେ ରହିଛି ଗହମ ଥାଇରଏଡ ସମସ୍ୟା ଦୂର କରିଥାଏ । ଥାଇରଏଡ ଗ୍ରନ୍ଥିକୁ ରୋକିବା ପାଇଁ ପ୍ରତିଦିନ ଗହମର ସେବନ କରନ୍ତୁ ।

୫.   ଫାଇବର ଯୁକ୍ତ ଖାଦ୍ୟ – ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡର ସମସ୍ୟା ଦୂର ହୋଇଥାଏ । ଏହା ଶରୀରରେ ଥାଇରଏଡ ଗ୍ରନ୍ଥିକୁ ନିୟନ୍ତ୍ରଣ କରିଥାଏ ।

୬.   ଲାଉ ଜୁସ – ଥାଇରଏଡର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇପାରିବେ । ଏହା ପିଇବା ଦ୍ୱାରା ଡାଇବେଟିସ ସହିତ ରକ୍ତ ଚାପରେ ନିୟନ୍ତ୍ରଣ ହୋଇଥାଏ ।

 


Share It

Comments are closed.