ଭୁବନେଶ୍ୱରରେ କେରଳ ପର୍ଯ୍ୟଟନ ପକ୍ଷରୁ ସହଭାଗିତା ସମ୍ମିଳନୀ


କେରଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପ୍ରଦାନ ପାଇଁ ଗଡସ ଓନ୍ କଣ୍ଟ୍ରି ପ୍ୟାକେଜର ପ୍ରାରମ୍ଭ କରାଯାଇଛି । ‘କମ ଆଉଟ ଆଣ୍ଡ ପ୍ଲେ’ ଅଭିଯାନ ସହିତ ଘରୋଇ ଯାତ୍ରୀ ଯେଉଁମାନେ କେରଳକୁ ସହରାଞ୍ଚଳ ଅନୁଭୂତି ପାଇଁ ଆଣ୍ଟିଟୋଡ ଭାବେ ଏବଂ ରୁଟିନର ବିପରୀତଭାବେ ଦେଖିାଇବାକୁ ଲକ୍ଷ୍ୟ ରଖିଛି । ଏହି ନୂତନ ଅଭିଯାନ କାର୍ଯ୍ୟକଳାପ-ଭିତ୍ତିକ ପର୍ଯ୍ୟଟନ ଉପରେ ଆଲୋକପାତ କରୁଥିବାବେଳେ ଭାରତକୁ ଗ୍ୟାଜେଟ ଶୁଭାରମ୍ଭ କରିବା ସହିତ ପରସ୍ପର ଏବଂ ପ୍ରକୃତି ସହିତ ଜଡିତ ହେବା ପାଇଁ ଆହ୍ୱାନ କରୁଛି । ଏହି ଅବସରରେ ଶ୍ରୀଯୁକ୍ତ ନନ୍ଦ କୁମାର, ଯୁଗ୍ମ ନିର୍ଦ୍ଦେଶକ, କେରଳ ପର୍ଯ୍ୟଟନ ବିଭାଗ ଉପସ୍ଥିତ ଗଣମାଧ୍ୟମଙ୍କୁ ଉଦ୍ବୋଧନ ଦେଇଥିବାବେଳେ ଏଥି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଉଚ୍ଚ ପର୍ବତ ଠାରୁ ଗଭୀରିଆ ଭ୍ୟାଲି, ଟ୍ରପିକାଲ ସମୁଦ୍ରତଟ ସହିତ ପ୍ଲାସିଡ ବ୍ଲାକ ୱାଟର ପର୍ଯ୍ୟନ୍ତ କେରଳର ୩୮,୮୬୩ ବର୍ଗ କିଲୋମିଟର ବିଶିଷ୍ଟ ବିଭିନ୍ନ ଲ୍ୟାଣ୍ଡସ୍କେପ ରହିଛି । ଯାହାକି ସେଟିଙ୍ଗ ଏବଂ ଫ୍ଲେଭରରେ ଭିନ୍ନ ହୋଇଥିବାବେଳେ ପ୍ରତ୍ୟେକ ଆଉଟଡୋର ଯାତ୍ରାକୁ ସମ୍ପ୍ରସାରଣ କରିବା ପାଇଁ ଅଫର ପ୍ରଦାନ କରୁଛି । ଅନେକ ଇକୋ-ଫ୍ରେଣ୍ଡଲି ସ୍ଥାୟୀ ପଦକ୍ଷେପ ଗୁଡିକ ଚଳିତ ବର୍ଷର ଘରୋଇ ଅଭିଯାନକୁ ଦର୍ଶାଇବା ପାଇଁ ପ୍ରସ୍ତୁତ । ଏହି ନୂତନ ମୂଲ୍ୟାଙ୍କନର ନୂତନ ପର୍ଯ୍ୟଟନ ଉତ୍ପାଦ ଭୁବନେଶ୍ୱରରେ ୧୦ଜୁଲାଇ ୨୦୧୮ରେ ପ୍ରାରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ କେରଳ ସରକାରଙ୍କ ପକ୍ଷରୁ ମାନନୀୟ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀ କଡ଼କମ୍ପଲ୍ଲୀ ସୁର୍ନେ୍ଦ୍ରନ୍ କହିଛନ୍ତିଯେ, “ଆଧୁନିକ ବିଶେଷଭାବେ ଯୁବ ଯାତ୍ରୀମାନେ କେରଳକୁ ଜୀବନର ବାସ୍ତବତା ଅନୁଭୂତି କରିବା ଖୋଜ ସହିତ ଆସିଥାନ୍ତି ଏବଂ ନୂତନ ପର୍ଯ୍ୟଟନ ପଲିସିର ଶୁଭାରମ୍ଭ ସମୟରେ ଏହାକୁ ଧ୍ୟାନରେ ରଖାଯାଇଛି ୍ତଥା ଚଳିତ ବର୍ଷର ଘରୋଇ କମ ଆଉଟ ଆଣ୍ଡ ପ୍ଲେ ଅଭିଯାନ ମାଧ୍ୟମରେ ସଠିକ କରାଯାଇଛି । ବ୍ରାଣ୍ଡର ସଫଳତାର ଏକ ଅଂଶ ଅନୁଯାୟୀ ଏବଂ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ବହୁ ନୂତନ ଉତ୍ପାଦର ଶୁଭାରମ୍ଭ ମଧ୍ୟ କରାଯାଇଛି । କେରଳ ବୋଟ ରେସ ଲିଗ କିମ୍ବା ଜଟାୟୁ ଆର୍ଥ କେନ୍ଦ୍ର ସୃଷ୍ଟି କରିବା ପାଇଁ ସମସ୍ତ ଉତ୍ପାଦ ପରିବେଶକୁ ସୁହାଇଲା ପରି ହେବା ସହିତ ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନକୁ ପ୍ରୋତ୍ସାହନ ପ୍ରଦାନ କରୁଛି ।
ନୂତନରୁପେ ପ୍ରାରମ୍ଭ ହୋଇଥିବା ପର୍ଯ୍ୟଟନ ମିଶନ ଏବଂ କୁମାରକମ୍ ଲଣ୍ଡନ ୱାଲ୍ଡ ଟ୍ରାଭେଲ ମାର୍ଟରେ ସମ୍ମାନନୀୟ ଦାୟିତ୍ୱସମ୍ପନ୍ନ ପୁରସ୍କାର ପାଇଁ ବିବେଚିତ ହୋଇଥିଲା । ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ନୂତନ ପର୍ଯ୍ୟଟନ ପଲିସି ସ୍ଥାୟୀ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଗଭାର ଭାବେ ଲକ୍ଷ୍ୟ ପ୍ରଦାନ କରିଥାଏ । ପରିବେଶକୁ ଅନୁକୂଳ, ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନ ଏହି ପଲିସିର ପ୍ରଧାନ ଅଂଶ । ଏକ ଗ୍ରିନ ଫାର୍ମ ପଲିସି ମଧ୍ୟ ଫାର୍ମ ଟୁରୁଜିମ, ରୋପଣ ଉପରେ ଦୃଷ୍ଟି ନିବେଶ ଏବଂ କୃଷି ଫାର୍ମର ବିକାଶ କରିବା ପାଇଁ କାର୍ଯ୍ୟରତ । ଆର୍ଟିଜାନ, ପାରମ୍ପରିକ ହସ୍ତତନ୍ତ୍ରକୁ ସ୍ୱତନ୍ତ୍ରଭାବେ ଲକ୍ଷ୍ୟ ପ୍ରଦାନ କରାଯାଇଥାଏ ଏବଂ ଅନେକ କ୍ଷୁଦ୍ର ମିୟୁଜିୟମ୍ ବିଶିଷ୍ଟ କୃଷି, ପାରମ୍ପରିକ କାର୍ଯ୍ୟ, ଆର୍ଟ ଫର୍ମ ଇତ୍ୟାଦି ପାଇଁ ପ୍ରସ୍ତୁତ ।

ଶ୍ରୀମତୀ ରାଣୀ ଜର୍ଜ, ଆଇଏଏସ୍ ସଚିବ(ପର୍ଯ୍ୟଟନ), କେରଳ ସରକାର କହିଛନ୍ତିଯେ, “ଭଗବାନଙ୍କର ନିଜର ଦେଶ କିପରି ସାଂସ୍କୃତିକ ରାଜଧାନୀ ହେବା ପାଇଁ ଅଗ୍ରସର ହେଉଛି, ଏହା ଦେଖିବା ପାଇଁ ଉତ୍ସାଜନକ ଅଟେ । କଳାକାର ଓ ପରିଭ୍ରମଣକାରୀଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବା ଏବଂ ଏ ଦୁହିଁଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ନିମନ୍ତେ ପ୍ରୋତ୍ସାହନ କରିବା ନିମନ୍ତେ ଆମର ଦୃଷ୍ଟି ରହିଛି ।”
ଏହାକୁ ଘରୋଇ ବଜାରରେ ପହଞ୍ଚାଇବା ପାଇଁ ସହବନ୍ଧିତା ସମ୍ମିଳନୀ ଗୁଡ଼ିକର ଏକ ସମ୍ଭାର ଭୁବନେଶ୍ୱର, ବିଜୟୱାଡ଼ା, ଅହମ୍ମଦାବାଦ, ଭଡୋଦରା, ସୁରତ, ଲକ୍ଷେ୍ନø, ଇନ୍ଦୋର, ନାଗପୁର, ପୁନେ ଓ ମୁମ୍ବାଇରେ ଆସନ୍ତା କିଛି ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । କେରଳ ପାରମ୍ପରିକ କଳାର ଏକ ସାଂସ୍କୃତିକ ଉତ୍ସବର ସମ୍ମିଶ୍ରଣ ହୋଇଥିବାବେଳେ ଏହା ହେଉଛି ପର୍ଯ୍ୟଟନ ଉତ୍ପାଦ ଗୁଡ଼ିକର ଏକ ବିକଳ୍ପ । ଏହି ସହବନ୍ଧିତା ସମ୍ମିଳନୀଗୁଡ଼ିକ କେରଳର ୪୦ରୁ ଉଦ୍ଧ୍ୱର୍ ପର୍ଯ୍ୟଟନ ସଂଗଠନମାନଙ୍କ ସହିତ ଆଲୋଚନା କରି ଉକ୍ତ ସହରମାନଙ୍କରେ ପର୍ଯ୍ୟଟନ ଟ୍ରେଡ୍ ନିମନ୍ତେ ସୁଯୋଗ ପ୍ରଦାନ କରିବ । ଏହି ସହବନ୍ଧିତା ସମ୍ମିଳନୀରେ ୩୦ମିନିଟ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଏକ ଭିଜୁଆଲ୍ ଷ୍ଟୋରି ଟେଲିଂ ପ୍ରଦର୍ଶିତ କରାଯାଇଛି, ଯାହା ଗଡ୍ସ ଅଫ୍ ଓନ୍ କଣ୍ଟ୍ରିର ଗ୍ରାମ୍ୟ ଜୀବନ ଓ ଲୋକପ୍ରଥାକୁ ଆରମ୍ଭ କରିବା ପାଇଁ କେରଳର ବିଭିନ୍ନ କଳାକୁ ଦର୍ଶାଉଛି ।


Share It

Comments are closed.