ମରିବା ପରେ ମଧ୍ୟ ଭୂତ ହୋଇ ଆତଙ୍କ ଖେଳାଉଛି ବିକାଶ ଦୁବେ !


କୁଖ୍ୟାତ ଅପରାଧୀ ବିକାଶ ଦୁବେ ପୋଲିସ ଏନକାଉଣ୍ଟରେ ନିହତ ହେବା ଘଟଣାକୁ ୨ ମାସରୁ ଅଧିକ ସମୟ ବିତିଗଲାଣି । ତେବେ  ବିକାଶର ଆତଙ୍କ କିନ୍ତୁ କମିନି। ବଞ୍ଚିଥିବା ବେଳେ ବିକରୁ ଗାଁର ଲୋକଙ୍କୁ ଶାନ୍ତିରେ ରଖେଇ ଦେଉନଥିବା ବେଳେ ଏବେ ମରିବା ପରେ ବି ତା’ର ଆତ୍ମା ଖୁବ୍ ହଇରାଣ କରୁଛି। ପୂର୍ବରୁ ଲୋକମାନେ ତା ଆତଙ୍କରେ ଥରୁଥିଲେ ଏବେ ତା’ର ଆତ୍ମା ଗାଁ ଲୋକଙ୍କୁ ହଇରାଣ କରୁଛି। ତେବେ ଏହା ଗାଁ ଲୋକଙ୍କର ଅନ୍ଧବିଶ୍ୱାସ ହୋଇପାରେ, କିନ୍ତୁ ସନ୍ଧ୍ୟା ହେବାମାତ୍ରେ ବିକାଶାର ଘର ପାଖ ଦେଇ କେହି ଯାଉ ନାହାନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ଅପରାଧୀଙ୍କ ଭିତରୁ କାହାର ବି କ୍ରିୟା କର୍ମ ହୋଇନାହିଁ। ତେଣୁ ତାଙ୍କର ଆତ୍ମା ବୁଲୁଥାଇ ପାରେ। ଏପରିକି ବହୁ ଳୋକ କହୁଛନ୍ତି ସେମାନେ ବିକାଶ ଭୁତ ମଧ୍ୟ ଦେଖିଛନ୍ତି। ଉଲ୍ଲେଖନୀୟ ଯେ, ୧୦ ଜୁଲାଇରେ ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲା। ସେ ମରିବା ପରେ ବିକରୁ ଗାଁ ଏବେ ଖାଁ ଖାଁ ହୋଇଯାଇଛି। ବିକରୁରେ ବିକାଶର ଆତଙ୍କ ଏତେ ଅଧିକ ଯେ, ତା’ର ମରିବା ପରେ କି କେହି କିଛି କହିବାକୁ ସାହାସ କରିପାରୁନାହାନ୍ତି। ଗାଁର ବୟସ୍କ ଲୋକ ଏବେ ଆଉ ଏକ ଭୟରେ ଜୀବନ ବିତାଉଛନ୍ତି। ବୟସ୍କ ଳୋକଙ୍କ କହିବା ଅନୁସାରେ, ଗାଁରେ ବହୁ ଅକାଳ ମୃତ୍ୟୁ ହୋଇଛି। କାହାର କୌଣସି କ୍ରିୟା-କର୍ମ ହୋଇନି, ତେଣୁ ଆତ୍ମା ଆଶାନ୍ତ ରହିପାରେ। ବିକାଶର ସେହି ବିଳାସମୟ ଘର ଏବେ ଭୂତକୋଠି ପାଲଟି ଯାଇଛି। ସେଠାରେ ଏବେ ଜଙ୍ଗଲି ପଶୁ-ପକ୍ଷୀ ରହୁଚନ୍ତି। କୁକୁର ଓ ବିଲେଇ ମଧ୍ୟ ରହୁଛନ୍ତି। ଏପରିକି ତା’ର ଏହି ଘର ପାଖରେ ଥିବା କୌଣସି ଗଛର ପତ୍ର ହଲିଗଲେ ବି ଗାଁ ଲୋକ ଭୟରେ ଥରୁଛନ୍ତି। ଗାଁ ଲୋକ କହୁଛନ୍ତି, ବିକାଶର ଘର ଆଗରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ତା’ ଘର ପାଖରେ ରହୁଥିବା ଲୋକ ମଧ୍ୟ ସଂଘର୍ଷରେ ନିହତ ହୋଇଛନ୍ତି। ତେଣୁ ସନ୍ଦ୍ୟା ହେବା ପୂର୍ବରୁ ବିକାଶର ଘର ବାଟ ଦେଇ କେହି ଯାଉ ନାହାନ୍ତି। ଏପରିକି ସଂଘର୍ଷରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ସଦସ୍ୟ ବି ବାହାରକୁ ବାହାରୁ ନାହାନ୍ତି।

ଗାଁର କିଛି ଲୋକ ସ୍ଥାନୀୟ ପୂଜାରୀଙ୍କୁ କହିଥିଲେ , ପିତୃପକ୍ଷ ସମୟରେ ଏହି ଆତ୍ମାଙ୍କୁ ଶାନ୍ତି ପାଇଁ ପୂଜା କରନ୍ତୁ, କିନ୍ତୁ ପୂଜାରୀ ଏହା କହି ମନାକରିଦେଇଥିଲେ ଯେ, ଏଭଳି କରିବା ଦ୍ୱାରା ପୋଲିସ ନଜରରେ ଆସିଯିବେ। ଗାଁ ଲୋକ ଏବେ ସେଠାରେ ନବରାତ୍ରୀରେ ପୂଜା କରିବାର ଚେଷ୍ଟା କରିବେ, ଯାହାଫଳରେ ପୋଲିସଙ୍କ ସହିତ ଅନ୍ୟ ମୃତ ଲୋକଙ୍କ ଆତ୍ମାକୁ ଶାନ୍ତି ମିଳିପାରିବ। ବିକାଶର ଭଙ୍ଗା ଘର ପାଖରେ ୪ ଜଣ ପୋଲିସକର୍ମୀଙ୍କୁ ଡ୍ୟୁଟିରେ ମୁତୟନ କରାଯାଇଛି। ଏମାନଙ୍କ ଭିତରୁ କେହି ଜଣେ ବି କହିନାହାନ୍ତି ସେମାନେ ବିକାଶର ଭୂତ ଦେଖିଛନ୍ତି। ଜଣେ ପୋଲିସ କର୍ମଚାରୀ କହିଛନ୍ତି, ଡ୍ୟୁଟି କରିବାରେ କୌଣସି ସମସ୍ୟା ନାହିଁ।


Share It

Comments are closed.