କମଲା ହାରିସ୍‌ଙ୍କୁ ନିଜର ସମସ୍ତ କ୍ଷମତା ହସ୍ତାନ୍ତର କଲେ ଜୋ ବାଇଡେନ୍


ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ କ୍ଷମତା ହସ୍ତାନ୍ତର କଲେ ରାଷ୍ଟ୍ରପତି ଜୋ ବାଇଡେନ୍। ଶୁକ୍ରବାର ସେ କମଲା ହାରିସ୍‌ଙ୍କୁ ତାଙ୍କର ସମସ୍ତ କ୍ଷମତା ହସ୍ତାନ୍ତର କରିଛନ୍ତି। ଜୋ ବାଇଡେନ୍ କଲୋନୋସ୍କୋପି ପାଇଁ ଆନେସ୍ଥେଶିୟା ନେବାକୁ ଯାଉଛନ୍ତି। ଏଥିପାଇଁ ସେ ଏଭଳି କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପ୍ରତିବର୍ଷ କଲୋନୋସ୍କୋପି କରାନ୍ତି। ଆମେରିକା ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରପତି କିଛି ସମୟ ପାଇଁ ଯେକୌଣସି ବ୍ୟକ୍ତିକୁ ନିଜ କାର୍ଯ୍ୟବାହକ ପ୍ରେସିଡେଣ୍ଟ ନିଯୁକ୍ତ କରିପାରିବେ। ବର୍ତ୍ତମାନ ସମୟରେ ଏହି ଦାୟିତ୍ଵ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଦିଆଯାଇଛି। ତେବେ କିଛି ଦିନ ପୂର୍ବେ ବାଇଡେନ୍ ଓ ହାରିସ୍‌ଙ୍କ ମଧ୍ୟରେ ତିକ୍ତତା ଖବର ଆସିଥିବା ବେଳେ ଏଭଳି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଅପର ପକ୍ଷରେ ରାଷ୍ଟ୍ରପତି ଜୋ ବାଇଡେନ୍ ୱାଶିଂଟନ୍‌ର ଚିକିତ୍ସାକେନ୍ଦ୍ରରେ ନିୟମିତ ଯାଞ୍ଚ୍ ପାଇଁ ପହଞ୍ଚିଛନ୍ତି। ଏହା ପୂର୍ବରୁ ୨୦୧୯ରେ ବାଇଡେନ୍‌ ସମ୍ପୂର୍ଣ୍ଣ ଶରୀରର ପରୀକ୍ଷା କରାଇଥିଲେ।

ସମ୍ବିଧାନରେ ନିର୍ଦ୍ଧାରିତ ପ୍ରକ୍ରିୟାର ପାଳନ କରି ଆମେରିକା ରାଷ୍ଟ୍ରପତି କିଛି ସମୟ ପାଇଁ ଉପରାଷ୍ଟ୍ରପତିଙ୍କୁ ତାଙ୍କର କ୍ଷମତା ହସ୍ତାନ୍ତର କରିବେ। ତେବେ ବାଇଡେନ୍ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହାରିସ୍‌ଙ୍କ ଠାରୁ ତାଙ୍କ କ୍ଷମତା ଫେରେଇ ନେଇପାରିବେ।


Share It

Comments are closed.