ଉତ୍କର୍ଷ ରୋଗୀସେବାକୁ ଦୃଢ଼ୀଭୂତ ପାଇଁ କଳିଙ୍ଗ ହସ୍ପିଟାଲର ସମ୍ପ୍ରସାରଣ


ଭୁବନେଶ୍ୱର, ୨୨ ଡିସେମ୍ବର ୨୦୨୩: ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ (କେଏଚ୍‌ଏଲ୍‌) ଭୁବନେଶ୍ୱର ପକ୍ଷରୁ ଏହାର ଅତ୍ୟାଧୁନିକ ସୁବିଧାଗୁଡ଼ିକର ଉନ୍ମୋଚନ ଏବଂ ସମୁଦାୟରେ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ପାଇଁ ହସ୍ପିଟାଲର ସମ୍ପ୍ରସାରଣ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କେଏଚ୍‌ଏଲ୍ କଳିଙ୍ଗ ହସ୍ପିଟାଲର ଏକ ନୂତନ ବ୍ଲକ୍ (ଇ୩) ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛି, ଯାହା କେବଳ କେଏଚ୍‌ଏଲ୍‌ର ଅଧ୍ୟକ୍ଷ ଡ. ଶୀତକଣ୍ଠ ଦାଶଙ୍କ ଦ୍ୱାରା ଅନୁଦାନପ୍ରାପ୍ତ, ଯେଉଁଠାରେ କଳିଙ୍ଗ ହସ୍ପିଟାଲର ବୈଶିଷ୍ଟ୍ୟ ବୃଦ୍ଧି ପାଇଁ ନିମ୍ନଲିଖିତ ସୁବିଧା ଯୋଡ଼ାଯିବ:

– ଅତ୍ୟାଧୁନିକ ସୁବିଧା ସହିତ ୫୦ ଶଯ୍ୟା ବୃଦ୍ଧି
– ଅତିରିକ୍ତ ଓଟି – ଯେଉଁଥିରେ ଉନ୍ନତ ଅର୍ଥୋ ସାଇନ୍ସ, ନ୍ୟୁରୋ ସାଇନ୍ସ, ରେନାଲ ସାଇନ୍ସ ଏବଂ ଗ୍ୟାଷ୍ଟ୍ରୋ ସାଇନ୍ସ ଅସ୍ତ୍ରୋପଚାର ଭଳି ସୁବିଧା ରହିବ

– ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତ ଉପକରଣ ସହିତ କେନ୍ଦ୍ରୀୟ ସେବା ବିଭାଗ (ସିଏସ୍‌ଏସଡି) ଯାହା କିଡନୀ ପ୍ରତିରୋପଣ ୟୁନିଟର ସମ୍ପ୍ରସାରଣର ଅତିରିକ୍ତ ସୁବିଧା ଯେଉଁଠାରେ ସଂକ୍ରମଣ ନିୟନ୍ତ୍ରଣ ଆମର ମୁଖ୍ୟ ଫୋକସ ହେବ
– ନୂତନ ଇନଟେନ୍‌ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଉନ୍ନତ ଆଇସୋଲେସନ୍ କ୍ରିଟିକାଲ କେୟାର ୟୁନିଟ୍‌, କେନ୍ଦ୍ରୀୟ ନର୍ସିଂ ବ୍ୟବସ୍ଥା ରୋଗୀଙ୍କ ପ୍ରତିକ୍ରିୟା ପାଇଁ ସମୟରେ ଉନ୍ନତି ଆଣିବ
– ନୂତନ ୟୁନିଟରେ ଉନ୍ନତ ଗ୍ୟାଷ୍ଟ୍ରୋ ସାଇନ୍ସ, ଡେ କେୟାର ୟୁନିଟ୍ ରହିବ, ଯେଉଁଠାରେ ଅତ୍ୟାଧୁନିକ ଉପକରଣ ସହିତ ରୋଗୀମାନେ ଡେ-କେୟାର ସର୍ଭିସରେ ଗ୍ୟାଷ୍ଟ୍ରୋ ଅସ୍ତ୍ରୋପଚାର କରିପାରିବେ
– ପୁନର୍ବାସ (ରିହାବିଲିଟେସନ) ଏବଂ ଫିଜିଓଥେରାପି ୟୁନିଟ୍ ଏହି କୋଠାରେ ଏକ ଉତ୍ସର୍ଗୀକୃତ ପ୍ରିସିସନ୍ ମେଡିସିନ୍ ସେଂଟରର ଏକ ଅତିରିକ୍ତ ସେବା ହେବ, ଯାହା ବ୍ୟକ୍ତିଗତ ଚିକିତ୍ସା ଯୋଜନା ପାଇଁ ଜେନେଟିକ୍ ସୂଚନା ଏବଂ ଉନ୍ନତ ନିଦାନର ଉପଯୋଗ କରିବ ।

“କେଏଚଏଲ ଆଧୁନିକ ସୁବିଧା ପ୍ରଚଳନ କରିବାକୁ ଉତ୍ସାହିତ, ଯାହା ଆମ ରୋଗୀମାନଙ୍କୁ ସର୍ବୋଚ୍ଚ ମାନର ସେବା ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏହି ଅଗ୍ରଗତି ଆମ ସମୁଦାୟର ବିକଶିତ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ନିରନ୍ତର ଭାବରେ ବିକାଶ କରିବା ଏବଂ ପୂରଣ କରିବାର ଲକ୍ଷ୍ୟ ସହିତ ଯୋଡ଼ି ହୋଇରହିଛି ବୋଲି କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ର ଅଧ୍ୟକ୍ଷ ଡ. ଶୀତକଣ୍ଠ ଦାଶ କହିଛନ୍ତି ।’’

କଳିଙ୍ଗ ହସ୍ପିଟାଲ ଲିମିଟେଡର ପରିଚାଳନା ନିର୍ଦେଶିକା ନୀଲାଞ୍ଜନା ମୁଖେର୍ଜୀ କହିଛନ୍ତି ଯେ, “କେଏଚ୍‌ଏଲ୍ ଓଡ଼ିଶାରେ ତିନି ଦଶନ୍ଧି ଧରି ସ୍ୱାସ୍ଥ୍ୟସେବା ଉତ୍କର୍ଷତା କ୍ଷେତ୍ରରେ ଅଗ୍ରଣୀ, ରୋଗୀ ସେବାର ଗୁଣବତା ବୃଦ୍ଧି ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆମର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ସମ୍ପ୍ରସାରଣ ଏବଂ ଉନ୍ନତ ସୁବିଧା ଆରମ୍ଭ କରିବାକୁ ଘୋଷଣା କରିବାକୁ ଉତ୍ସାହିତ ।’’

“୧୯୯୭ ମସିହାରୁ କେଏଚଏଲ ସ୍ୱାସ୍ଥ୍ୟସେବାର ଉତ୍କର୍ଷ ହାସଲ କରିବା ପାଇଁ ଉତ୍ସର୍ଗୀକୃତ ଏବଂ ଏହି ଉନ୍ନତ ଚିକିତ୍ସା ସୁବିଧାର ପ୍ରଚଳନ ରୋଗୀଙ୍କୁ ସର୍ବୋଚ୍ଚ ମାନର ଯତ୍ନ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି । କେଏଚ୍‌ଏଲ୍ ଓଡ଼ିଶାର ଅପହଂଚ ଅଂଚଳରେ ପହଂଚିବା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେବା ପାଇଁ ସୁବିଧା ସୃଷ୍ଟି କରିଛି ବୋଲି ସିୱାଇଏସଡିର ସହ-ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ କହିଛନ୍ତି ।’’

ପ୍ରଖ୍ୟାତ ଆଧ୍ୟାତ୍ମିକ ଲେଖକ, ଭାରତର ବୈଦିକ ପଣ୍ଡିତ ତଥା ଜେକେଯୋଗ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦ ସମାବେଶକୁ ସମ୍ବୋଧିତ କରି କହିଲେ, “ଏହି ଡାକ୍ତରଖାନା କାନ୍ଥ ମଧ୍ୟରେ ଆରୋଗ୍ୟ କେବଳ ଏକ ଶାରୀରିକ ଯାତ୍ରା ନୁହେଁ- ଏହା ଆତ୍ମାର ଏକ ପବିତ୍ର ତୀର୍ଥଯାତ୍ରା । ପ୍ରତ୍ୟେକ ରୋଗ ନିର୍ଣ୍ଣୟ, ପ୍ରତ୍ୟେକ ଚିକିତ୍ସା ଏବଂ ଅସୁବିଧାର ପ୍ରତ୍ୟେକ ମୁହୂର୍ତ ଏକ ଗଭୀର ପରିବର୍ତନ ଦିଗରେ ଏକ ପଦକ୍ଷେପ – ନବୀକରଣ ଏବଂ ପୁନର୍ଜନ୍ମ ଦିଗରେ ଏକ ଯାତ୍ରା ।’

ଯେତେବେଳେ ଆମେ ଏହି ପରିବର୍ତନକାରୀ ଯାତ୍ରା ଆରମ୍ଭ କରୁଛୁ, ଆମେ ଆପଣଙ୍କୁ ଆମ ସହିତ ପାଇ ଗର୍ବ ଅନୁଭବ କରୁଛୁ, ଏକ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ବିକାଶକୁ ଦେଖୁଛୁ ଯାହା ୩ ଦଶନ୍ଧି ଧରି ଆମ ସମୁଦାୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଲୋକାର୍ପଣ କାର୍ଯ୍ୟକ୍ରମ କେବଳ ଏକ ଅବସର ହେବ ନାହିଁ; କଳିଙ୍ଗ ହସ୍ପିଟାଲର ସ୍ଥିରତା, ଅତୁଟ ସମର୍ପଣ ଓ ଭାବପ୍ରବଣ ମନୋଭାବର କାହାଣୀରେ ପରିପୂର୍ଣ୍ଣ ଏହା ଏକ ଗଭୀର ଭାବପ୍ରବଣ ଓ ପ୍ରେରଣାଦାୟକ ଘଟଣା ହେବ ।


Share It

Comments are closed.