ଶିଳ୍ପ କ୍ଷେତ୍ରର ଜଣେ ମହାନ୍ ବ୍ୟକ୍ତିତ୍ୱ (ଟାଇଟାନ୍‌)


ଭୁବନେଶ୍ୱର: ଭାରତୀୟ ବିମାନ ଚଳାଚଳର ଜନକ, ଟାଟା ଗ୍ରୁପ୍‌ର ସବୁଠୁ ଅଧିକ ସମୟ ଧରି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତି, ଅନେକ ପ୍ରତିଷ୍ଠିତ କଂପାନିର ପ୍ରତିଷ୍ଠାତା ଏବଂ ଭାରତୀୟ ବ୍ୟବସାୟର ଜଣେ ଦକ୍ଷ ବ୍ୟକ୍ତିତ୍ୱ ଓ ଏହିଭଳି ବହୁ କିଛି ସମ୍ମାନର ଅଧିକାରୀ ହେଉଛନ୍ତି, ଭାରତରତ୍ନ ଜାହାଙ୍ଗୀର ରତନଜୀ ଦାଦାଭାଓ ଟାଟା(ଜେଆର୍‌ଡି ଟାଟା) । ଜୁଲାଇ ୨୯, ୨୦୨୩ ହେଉିଛି ତାଙ୍କର ୧୧୯ତମ ଜୟନ୍ତୀ । ଏହି ଅବସରରେ ଆମେ ଜେଆର୍‌ଡିଙ୍କ କିଛି ଅଗ୍ରଣୀ ପଦକ୍ଷେପ ଉପରେ ନଜର ପକାଇବା ଯାହା ଆମ ଦେଶର ପ୍ରଗତିର କାହାଣୀରେ ତାଙ୍କ ସହଭାଗିତାକୁ ଦର୍ଶାଉଛି ।
୧୯୩୮ରେ ଯେତେବେଳେ ଜେଆର୍‌ଡି ଟାଟା ଗ୍ରୁପ୍‌ର ଶୀର୍ଷ ପଦବୀକୁ ପଦୋନ୍ନତୀ ହୋଇଥିଲେ, ସେତେବେଳେ ସେ ଟାଟା ସନ୍ସ ବୋର୍ଡର ସର୍ବକନିଷ୍ଠ ସଦସ୍ୟ ଥିଲେ । ତାଙ୍କ ନେତୃତ୍ୱର ପରବର୍ତୀ ୫୦ ବର୍ଷ ମଧ୍ୟରେ ଟାଟା ଗ୍ରୁପ୍ ରାସାୟନିକ, ଅଟୋମୋବାଇଲ୍‌, ଚା’ ଏବଂ ସୂଚନା ପ୍ର୍ରଯୁକ୍ତି ବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରକୁ ସମ୍ପ୍ରସାରିତ ହୋଇଥିଲା । ପାରମ୍ପରିକ ଭାବରେ ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ବ୍ୟବସାୟ ଚଳାଇବା କ୍ଷେତ୍ରରେ ଚିରାଚରିତ ଭାରତୀୟ ଅଭ୍ୟାସକୁ ଭାଙ୍ଗି ପେସାଦାରମାନଙ୍କୁ ଆଣିବା ପାଇଁ ଜେଆର୍‌ଡି ପ୍ରୟାସ କରିଥିଲେ । ସେ ଟାଟା ଗ୍ରୁପ୍‌କୁ ଏକ ସମ୍ମାନଜନକ ବ୍ୟବସାୟ ଉଦ୍ୟୋଗରେ ପରିଣତ କରିଥିଲେ । ଯାହା ମାଧ୍ୟମରେ ଉଦ୍ୟୋଗୀ ପ୍ରତିଭା ଓ ଦକ୍ଷତାକୁ ପ୍ରୋତ୍ସାହିତ କରାଯାଇପାରୁଛି ।
ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ବୋର୍ଡର ଅଧ୍ୟକ୍ଷ ଭାବେ ଜେଆର୍‌ଡି ୧୯୩୮ ରୁ ୧୯୮୪ ପର୍ଯ୍ୟନ୍ତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି କଂପାନିର ମୁଖ୍ୟ ରହିଥିଲେ । ଟାଟା ଷ୍ଟିଲ୍ ପାଇଁ ତାଙ୍କର ଲକ୍ଷ୍ୟ ଥିଲା ଯେ, ଏହା ଏକ ଆଧୁନିକ, ସ୍ଥାୟୀ ଏବଂ ଲାଭଜନକ କଂପାନି ହେବ । ଯାହାର ମଡେଲ୍ ଏକ ଉଦାହରଣ ହୋଇ ସମସ୍ତ ଦିଗରେ ସଚ୍ଚୋଟତାର ସହ ଉତ୍କର୍ଷ ପ୍ରଦର୍ଶନ କରିବ । ସେହି ଉଦ୍ଦେଶ୍ୟ ଓ ଦୃଷ୍ଟିକୋଣ ଆଜି ଟାଟା ଷ୍ଟିଲ୍‌କୁ ପ୍ରେରଣା ଓ ମାର୍ଗଦର୍ଶନ ପ୍ରଦାନ କରୁଛି ।
“ଭୌତିକ ଦୃଷ୍ଟିକୋଣରୁ କୌଣସି ସଫଳତା କିମ୍ବା ଉପଲବ୍ଧି ସଫଳ ହେବ ନାହିଁ ଯେପର୍ଯ୍ୟନ୍ତ ଏହା ଦେଶ ଏବଂ ଏହାର ଜନସାଧାରଣଙ୍କ ଆବଶ୍ୟକତା କିମ୍ବା ସ୍ୱାର୍ଥ ପୂରଣ କରିବ ନାହିଁ ଏବଂ ନିରପେକ୍ଷ ଓ ସଚ୍ଚୋଟ ଉପାୟରେ ତାହା ହାସଲ କରାଯାଇନାହିଁ ।’’ – ଜେଆର୍‌ଡି ଟାଟା
ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଟାଟା ଷ୍ଟିଲ୍ ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ କର୍ମଚାରୀଙ୍କ ସୁରକ୍ଷା, ନିରାପତା ଏବଂ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ବିଶ୍ୱସ୍ତରୀୟ ତଥା ସର୍ବୋତମ ଅଭ୍ୟାସ ଗ୍ରହଣ କରିଛି ଏବଂ ଅଭିନବ ଜ୍ଞାନକୌଶଳ ଓ ସ୍ଥାୟୀ ପଦ୍ଧତି ଗ୍ରହଣ କରି ନିଜର ସଂଯୁକ୍ତ କର୍ମଶକ୍ତି କାର୍ଯ୍ୟକ୍ରମ ବିକଶିତ କରଛି ।
ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ଉଜ୍ଜ୍ୱଳ, ସୁରକ୍ଷିତ ଓ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଅଭିନବ ଅଭ୍ୟାସ ଏବଂ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିବାର ଶକ୍ତିରେ ବିଶ୍ୱାସ କରୁଥିବା ଜଣେ ଜାତୀୟତାବାଦୀ ଭାବେ ଜେଆର୍‌ଡି ସୁନିଶ୍ଚିତ କରିଥିଲେ, ଯେ ଟାଟା ଷ୍ଟିଲ୍ ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ନିରାପତା ମାନକ କାର୍ଯ୍ୟକାରୀ ହେଉ । ଏହି ପରମ୍ପରା ଆଜି ମଧ୍ୟ ଟାଟା ଷ୍ଟିଲ୍‌ର ସଂଯୁକ୍ତ କର୍ମକ୍ଷେତ୍ର ପ୍ଲାଟଫର୍ମ ସହିତ ଆଗକୁ ବଢ଼ୁଛି, ଯାହା ଏହାଧିକ ପ୍ରଯୁକ୍ତି ବ୍ୟବସ୍ଥାର ଉପଯୋଗ କରି କର୍ମଚାରୀମାନଙ୍କ ସୁରକ୍ଷାର ବାସ୍ତବିକ ସ୍ଥିତି ନିରୀକ୍ଷଣ କରୁଛି ଏବଂ ପରିଚାଳନାଗତ ନମନୀୟତାକୁ ସୁନିଶ୍ଚିତ କରୁଛି ।
ଦେଶ ପାଇଁ ପ୍ରଥମ ଥର ୧୯୬୭ ମସିହାରେ ଟାଟା ଷ୍ଟିଲ୍‌ର ଆକାଉଂଟ୍‌ସ ଡିଭିଜନରେ ନୂତନ ଆଇବିଏମ୍ ୧୪୦୧ କମ୍ପ୍ୟୁଟର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ଜେଆର୍‌ଡିଙ୍କ ନେତୃତ୍ୱରେ କମ୍ପ୍ୟୁଟରୀକରଣ ଏବଂ ଅଟୋମେସନ ଆବଶ୍ୟକ କରୁଥିବା ବ୍ୟବସାୟର ଆକାର ଏବଂ ଜଟିଳତାକୁ ଦୃଷ୍ଟିରେ ରଖି ସେହି ସମୟ ମଧ୍ୟ ତାହାକୁ ସମ୍ପାଦନ କରାଯାଇଥିଲା । ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଏହାର ବ୍ୟବହାର ବ୍ୟତିରକେ ସେତେବେଳେ ଟାଟା ଷ୍ଟିଲ୍‌ର ବ୍ଲାଷ୍ଟ୍ ଫର୍ଣ୍ଣେସ୍‌ର ଆକାରକୁ ସଠିକ୍ ଆକଳନ ଅନୁଯାୟୀ ଉପଯୁକ୍ତ ମାନକର ଇସ୍ପାତ ଉତ୍ପାଦନ କରିବା ସମ୍ଭବ ହୋଇପାରିନଥାନ୍ତା ।
ଏହା ବ୍ୟତୀତ ଜେଆର୍‌ଡିଙ୍କ ନେତୃତ୍ୱ ସଚ୍ଚେଟତା, ସାମାଜିକ ଦାୟିତ୍ୱବୋଧ ଏବଂ ଶତତ ବିକାଶ କରିବାର ଦୃଢୋକ୍ତି ତାଙ୍କ ଦୃଷ୍ଟିକୋଣରୁ ପ୍ରତିଫଳିତ ହୋଇଛି । କଂପାନିର ନୈତିକ ଆଚରଣ କେବଳ ଆର୍ଥିକ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଦେଶ ପ୍ରତି ଏହାର ପ୍ରତିବଦ୍ଧତାର ଏକ ଅଂଶ ବୋଲି ସେ ଦୃଢ଼ ଭାବେ ବିଶ୍ୱାସ କରୁଥିଲେ ।
“ସାଧାରଣ ଲୋକଙ୍କ ଖାଦ୍ୟ ପ୍ରତି ଭୋକ ଥାଏ, ଅସାଧାରଣ ଲୋକମାନଙ୍କ ସେବା ପ୍ରତି ଭୋକ ଥାଏ ।’’-ଜେଆର୍‌ଡି ଟାଟା
ଦୃଷ୍ଟାନ୍ତମୂଳକ କାର୍ଯ୍ୟ ଏବଂ ନୈତିକ ପ୍ରତିିବଦ୍ଧତା ସହିତ ଜେଆର୍‌ଡି ଗ୍ରାହକଙ୍କ ଆଶାକୁ ଅତିକ୍ରମ କରିବାରେ ଉତ୍ସାହର ସହ ବିଶ୍ୱାସ କରୁଥିଲେ । ଏହି ରଣନୀତି ଟାଟା ଷ୍ଟିଲ୍‌କୁ ଅଂଶୀଦାରମାନଙ୍କ ସହ ବିଶ୍ୱାସନୀୟ ଓ ନିର୍ଭରଯୋଗ୍ୟ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହୋଇଥିଲା ।
ପୂର୍ବାନୁମାନ, ଯୋଜନା, ଗ୍ରାହକ ଅନୁକରଣ, ଆର୍ଥିକ ବିଶ୍ଳେଷଣ, ମାନବ ସମ୍ବଳ ବିକାଶ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଟାଟା ଷ୍ଟିଲ୍ ଏଆଇ ମଡେଲ୍ ବ୍ୟବହାର କରୁଛି । ଏହା କଂପାନିକୁ ସକ୍ରିୟ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବା, ସୁରକ୍ଷାରେ ଉନ୍ନତି ଆଣିବା ଏବଂ ପରିଚାଳନା ଉପରେ ତୀକ୍ଷଣ ନଜର ରଖିବା ସହ ସମ୍ଭାବ୍ୟ ନିରାପତାର ଉଲ୍ଲଂଘନ କିମ୍ବା ଉପକରଣ ବିଫଳତାର ବାସ୍ତବ ସମୟରେ ସତର୍କତା ପ୍ରଦାନ କରିବା ବିଷୟକୁ ସୁନିଶ୍ଚିତ କରୁଛି ।
ଟାଟା ଷ୍ଟିଲ୍‌କୁ ଦେଶର ଇଣ୍ଡଷ୍ଟ୍ରି ୪.୦ ଭାବେ ସ୍ୱୀକୃତି ମିଳିସାରିଛି । ବର୍ତମାନ କଂପାନି ଇଣ୍ଡଷ୍ଟ୍ରି ୪.୦ ସହିତ ଦକ୍ଷତାକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ ସମ୍ପାଦନ ପୂର୍ବକ ଇଣ୍ଡଷ୍ଟ୍ରି ଶିଳ୍ପ ୫.୦ ହାସଲ ସହିତ ମାନବ ଓ ମେସିନ ସମନ୍ୱୟତାରେ ଫଳପ୍ରଦତା ଓ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଉଛି ।
ବିଶ୍ୱସ୍ତରୀୟ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଗ୍ରହଣ କରିବାରେ ଟାଟା ଷ୍ଟିଲ୍‌ର ଜେଆର୍‌ଡିଙ୍କ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଉଛି । ଡିଜିଟାଲ୍ ଜ୍ଞାନକୌଶଳ ଏବଂ ଅଭିନବ ପ୍ରୟାସ ଉପରେ ଦୃଢ଼ ବିଶ୍ୱାସ ରଖିବା ଓ ଏହାକୁ ପ୍ରୋତ୍ସାହନ ବଳରେ ଆମ ଦେଶର ଭିତିଭୂମିର ବିକାଶକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଅଗ୍ରଣୀ ରହିଥିଲା । ଭାରତର ଅଭିବୃଦ୍ଧି ଓ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ଆମେ ହାସଲ କରିଥିବା ଉନ୍ନତି ବିନା ଦ୍ୱିଧାରେ ହେଉଛି ଜେଆର୍‌ଡି ଟାଟାଙ୍କ ଉଦ୍ୟମର ଫଳ ।


Share It

Comments are closed.