ଓଡ଼ିଶା କିଭଳି ଖଣିଜ ଆୟର ପରିଚାଳନା କରୁଛି?

Share It

ଖଣିଜ ସମ୍ବଳର ଦୃଢ଼ ପରିଚାଳନା ସହ ଓଡ଼ିଶା ମାନବ କଲ୍ୟାଣରେ ପ୍ରଶଂସନୀୟ ଉନ୍ନତି ଆଣିଛି । ଉଦ୍ଦେଶ୍ୟ ଅନୁପ୍ରାଣିତ ଅର୍ଥନୈତିକ ଅଭିବୃଦ୍ଧି ଓ ମାନବ କଲ୍ୟାଣ ପାଇଁ ପ୍ରାକୃତିକ ସମ୍ବଳକୁ ଉପଯୁକ୍ତ ଢଙ୍ଗରେ ବ୍ୟବହାର କରିବାର ‘ଦୃଷ୍ଟାନ୍ତମୂଳକ ଅଭ୍ୟାସ’ ବୋଲି ଏହାକୁ ବିନା ଅତିରଞ୍ଜିତ କରି କୁହାଯାଇପାରିବ । ୨୦୧୫ ପରେ ରାଜ୍ୟର ଖଣି ରାଜସ୍ୱ ପାଂଚ ହଜାର କୋଟି ଟଙ୍କାରୁ ୫୦ ହଜାର କୋଟି ଟଙ୍କାଠୁ ଅଧିକକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଯେଉଁଥିରେ ଉଭୟ ପ୍ରମୁଖ ଓ ଲଘୁ ଖଣିଜ ରହିଛି । ୧୦ ବର୍ଷରୁ କମ୍ ସମୟ ଭିତରେ ୧୦ ଗୁଣା ବୃଦ୍ଧି । ଖଣି ରାଜସ୍ୱରେ ବୃଦ୍ଧି ଯୋଗୁଁ ବ୍ୟୟ ଲାଗି ଋଣ ଜରିଆରେ ପାଣ୍ଠି ଯୋଗାଡ଼ ନିର୍ଭରଶୀଳତା କମ୍ ହୋଇଛି । ୨୦୨୩-୨୪ରେ ବକେୟା ସରକାରୀ ଋଣ ଜିଏସ୍‌ଡିପିର ୧୩.୧% ଆକଳନ କରାଯାଇଛି, ଯାହା ୨୦୧୯-୨୦ର ୧୯.୨% ପ୍ରତିଶତ ତୁଳନାରେ ଯଥେଷ୍ଟ କମ୍ । ଖଣିରେ ଅଣ ଟିକସ ରାଜସ୍ୱରେ ହୋଇଥିବା ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି । ଆମେ ଜାଣିଛେ ଯେ ସାର୍ବଜନୀନ ସାମାଜିକ କ୍ଷେତ୍ରରେ ବ୍ୟୟ ବହୁମୁଖୀ ଦାରିଦ୍ର‌୍ୟ ସୂଚୀ (ଏମ୍‌ପିଆଇ)କୁ ହ୍ରାସ କରିଥାଏ । ଗତ କିଛି ବର୍ଷ ଭିତରେ ଖଣି ସମ୍ପ୍ରଦାୟରେ ସାମାଜିକ ପୁଂଜିରେ ସକାରାତ୍ମକ ଉନ୍ନତି ଘଟିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଖଣି କଂପାନି, ଏଫ୍‌ଆଇଡିଆର୍ ଓ ସିଆଇଆର୍‌ଟିଡି ଭଳି ନାଗରିକ ସମାଜ ସଂଗଠନ ଲୋକମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରି ସାମାଜିକ ନେଟୱର୍କ ଗଠନ, ସକାରାତ୍ମକ ବ୍ୟକ୍ତିଗତ ସମ୍ପର୍କ ସୃଷ୍ଟି କରିଥିବା ବେଳେ ନିଜ ନିଜ ଭିତରେ ପରିଚୟ ଓ ବିଶ୍ୱାସର ଭାବ ବାଂଟିପାରିଛନ୍ତି । ଏହା ଆସନ୍ତା ତିନି ଚାରି ବର୍ଷରେ ସମାଜରେ ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ କରିବା ପ୍ରତିି ଯୋଗଦାନ ପ୍ରଦାନ କରିବ, ଫଳରେ ଏସ୍‌ଡିଜି-୨୦୩୦ ଲକ୍ଷ୍ୟ ପୂରଣ କରିବାକାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଖଣି ରାଜସ୍ୱ ଜରିଆରେ ଫାଇନାନ୍ସ ପାଇଁ ରାଜ୍ୟ ଏକ ବିକଳ୍ପ ମାଧ୍ୟମ ହାସଲ କରିଛି । ସ୍ଥିର ସରକାର ଓ କ୍ଷେତ୍ର ସ୍ତର କାର୍ଯ୍ୟକାରୀତା ଉପରେ ଗୁରୁତ୍ୱ ମୁଳଦୁଆ ଭାବେ ଉଭା ହୋଇଛି । ଜଙ୍ଗଲ ଅଧିକାର ଆଇନ ଅଧୀନରେ ଅଧିକାର ଓ ଜମି ମାଲିକାନା ସାର୍ଟିଫିକେଟ ହାସଲ କରିବା ନେଇ ସଚେତନତା ବୃଦ୍ଧି ପାଇଛି ଯାହା ହେଉଛି ଏକ ବହୁତ ଭଲ କଥା । ଜଙ୍ଗଲ ଅଧିକାର ନିୟମ ୨୦୦୬କୁ କାର୍ଯ୍ୟକାରୀ କରିବା ଲାଗି ସ୍ୱତନ୍ତ୍ର ବଜେଟ୍ ଆଂବଟନ କରିଥିବା ଦେଶର ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । ୨୦୨୩-୨୪ରେ ଏହି ନିୟମ ଲାଗୁ କରିବା ପାଇଁ ୨୬ କୋଟି ଟଙ୍କା ବଜେଟ୍ ବ୍ୟୟବରାଦ କରାଯାଇଛି ।
ଆମେ ଏବେ ଯାହା ଆକଳନ କରୁଛନ୍ତି ସେହି ଅନୁସାରେ ଦେଶର ଶକ୍ତି ରୂପାନ୍ତରଣ ପ୍ରତି ଓଡ଼ିଶାର ଯୋଗଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଓଡ଼ିଶା ଦେଶର ୧୫୪ ନିୟୁତ ଟନ୍‌ରୁ ଅଧିକ ଅର୍ଥାତ ଦ୍ୱିତୀୟ ସର୍ବାଧିକ କୋଇଲା ଉତ୍ପାଦନ କରୁଛି । ମାତ୍ର ଏହା ହେଉଛି ପ୍ରଥମ ରାଜ୍ୟ ଯାହାର ୨୦୨୦-୨୧ ପରଠାରୁ ଜଳବାୟୁ ଫାଇନାନ୍ସିଂ ବ୍ୟବସ୍ଥା ରହିଛି । ବଜେଟ୍‌ରେ ବ୍ୟବସ୍ଥା ହେବା ପରଠାରୁ ଓଡ଼ିଶାର ଆଦାବାସୀ ଅଂଚଳ ଉପରେ ଗୁରୁତ୍ୱାରୋପ କରି ଭୂତଳ ଜଳ ରିଚାର୍ଜ କରିବା ଏବଂ ସୌରଚାଳିତ ଲଘୁ ଜଳସେଚନ ପାଇଁ ୨୫୦ କୋଟି ଟଙ୍କା ଆବଂଟନ କରାଯାଇଛି ଯାହା ରାଜ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଓଡ଼ିଶାରେ ସବୁଜ ଜଳବାୟୁ ପାଣ୍ଠି (ପ୍ରାୟ ୩୪ ମିଲିଅନ ଡଲାର) ଭଳି କିଛି ରହିଛି ।
ଉତୋଳନ ଶିଳ୍ପ ଏହାର ଦୂଷିତ ଆଚରଣ ପାଇଁ ସମାଲୋଚନାର ଶିକାର ହେଉଥିବା ବେଳେ ପ୍ରକୃତି ଉପରେ ଏହାର ଅତ୍ୟାଚାର, ଆକ୍ରୋଶ ଓ ବିରୋଧୀ ମନୋଭାବ ପାଇଁ ଏହି ଶିଳ୍ପକୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି । ଖଣି ଜଗତର ଚତୁରତା, ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହାର ଅର୍ଥନୈତିକ ଲାଭର ବୈଧତା ଜନସାଧାରଣ, ପ୍ରକୃତି ଓ ପ୍ରକୃତିର ଲାଭ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିଛି । ରାଜ୍ୟର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସମାନତା ବୃଦ୍ଧି ପାଇ ବହୁ ଚର୍ଚ୍ଚିତ ଶିଳ୍ପରୁ ମିଳୁଥିବା ଫାଇଦାକୁ ରାଜ୍ୟ ସାହସିକତାର ସହ ଉପଯୋଗ କରିବାକୁ ଚେଷ୍ଟା କରୁଛି । ରାଜ୍ୟକୁ ସମୃଦ୍ଧ କରିବା ଲାଗି ଓଡ଼ିଶା ମାଟିରୁ ହେଉଥିବା ଅତ୍ୟଧିକ ସ୍ୱାଭାବିକ ଲାଭକୁ ଉପଯୋଗ କରାଯାଉଛି । ବହୁ ପଦକ୍ଷେଗ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ଏବଂ ସେଥିରୁ କିଛି ଯୋଜନା ଆକାରରେ ରହିଛି । ବିକାଶ ଉପରେ ନଜର ରଖିବାରେ ନାଗରିକ ସମାଜର ସକ୍ରିୟ ଭୂମିକା ଦରକାର ହେଉଛି ।
ପ୍ରଚୁର ପ୍ରାକୃତିକ ସମ୍ବଳ, ଶାନ୍ତିପୂର୍ଣ୍ଣ, ନିରବଚ୍ଛିନ୍ନ କାର୍ଯ୍ୟ ସଂସ୍କୃତି ଏବଂ ଉତରଦାୟୀ ଶାସନ କାରଣରୁ ରାଜ୍ୟ ଆଜି ଦେଶ ତଥା ଦକ୍ଷିଣ ଏସିଆ ଅଂଚଳରେ ଏକ ପ୍ରମୁଖ ଶିଳ୍ପ ସ୍ଥଳ ହୋଇପାରିଛି । ଓଡ଼ିଶାରେ ପ୍ରସ୍ତାବିତ ପୁଞ୍ଜିନିବେଶ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ଏହାର ପ୍ରତ୍ୟକ୍ଷକ ପ୍ରଭବାରେ ୭ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଏହା କେବଳ ଉତୋଳନ ଶିଳ୍ପରେ ସୀମିତ ନୁହେଁ । ତେବେ ବୃହତ ପୁଞ୍ଜିନିବେଶ ଓ ବିଭିନ୍ନ କ୍ଷେତ୍ରର ବ୍ୟୟ ଆକୃଷ୍ଟ କରିବା ଲାଗି ସହାୟକ ହେବା ପାଇଁ ଖଣି ଶିଳ୍ପ ମୂଳ ନିବେଶର ବିହନ ବୁଣିଛି ।
ଖଣିରୁ ହେଉଥିବା ବିପୁଳ ଆୟକୁ ବ୍ୟବସ୍ଥିତ ଢଙ୍ଗରେ ବ୍ୟବହାର କରିବା ଲାଗି କେନ୍ଦ୍ର ଓ ରାଜ୍ୟ ତରଫରୁ ଏକ ସଂସ୍ଥାଗତ ବ୍ୟବସ୍ଥା ଗଠନ କରାଯାଇଛି । ଡିଏମ୍‌ଏଫ୍ (ଜିଲ୍ଲା ଖଣିଜ ପାଣ୍ଠି), କାମ୍ପା ପାଣ୍ଠି (କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ), ଓମ୍ବାଡ୍‌ସି ପାଣ୍ଠି (ଓଡ଼ିଶା ଖଣିଜ କ୍ଷେତ୍ର ଉନ୍ନୟନ ନିଗମ) ହେଉଛି ନିୟମିତ ରାଜ୍ୟ ବଜେଟ୍‌କୁ ପୂରଣ କରିବା ପାଇଁ ଅତିରିକ୍ତ ବଜେଟ୍ ପାଣ୍ଠି ପ୍ରଦାନ କରୁଥିବା ଢାଂଚା । ପ୍ରାୟ ୬ ବର୍ଷ ପୂର୍ବେ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ଭାବେ ନାମିତ କରିବାରେ ପ୍ରଶାସନିକ ସଂସ୍କାର ବେଶ ପ୍ରଭାବିତ କରିପାରିଛି । ସମନ୍ୱୟ ସହିତ ଖଣିରୁ ଅତିରିକ୍ତ ପାଣ୍ଠିକୁ ଖଣି ଅଂଚଳର ଲୋକ ବିଶେଷ କରି ଏସ୍‌ସି/ ଏସ୍‌ଟି ଜନସଂଖ୍ୟା ଅଧିକ ଥିବା ଅଂଚଳର କଲ୍ୟାଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇପାରିବ । ବିକାଶମୂଳକ ପଦକ୍ଷେପକୁ ଲୋକମାନଙ୍କ ପାଖରେ ପହଂଚାଇବାରେ ଉନ୍ନତି ଆଣିବା ଲାଗି ବିଭିନ୍ନ କ୍ଷେତ୍ର ଉପଲବ୍ଧ ଓ ଅତିରିକ୍ତ ପାଣ୍ଠିର ଉପଯୋଗ କରିଥିଲେ ।
ଗତ ପାଂଚ ବର୍ଷ ମଧ୍ୟରେ ଓମ୍ବାଡ୍‌ସି ୨୦ ହଜାର ୪ ଶହ ୭୩ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛି । ସେଥି ମଧ୍ୟରୁ ୬ଟି ଖଣି ଜିଲ୍ଲା (ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ମୟୂରଭଂଜ ଓ ଦେବଗଡ଼) ଏବଂ ଦୁଇଟି ଜିଲ୍ଲାର ଦୁଇଟି ବ୍ଲକ୍ (ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼) ଆଂଶିକ ଭାବେ ଅନ୍ତର୍ଭୁକ୍ତ । ଗୋଷ୍ଠୀଙ୍କ ପାଇଁ ସ୍ୱାସ୍ଥ୍ୟ, ଜଳ, ଶିକ୍ଷା ଓ ଜୀବନଜୀବିକାରେ ୫୫ଟି ଉନ୍ନୟନ ପ୍ରକଳ୍ପ ପାଇଁ ୧୭ ହଜାର ୯ ଶହ ୫୦ କୋଟି ଟଙ୍କା ଆବଂଟନ କରାଯାଇଛି । ଏହି କାର୍ଯ୍ୟ ନିୟୁତାଧିକ ଲୋକଙ୍କୁ ପ୍ରଭାବିତ କରିଛି । ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ତଥା ଓମ୍ବାଡ୍‌ସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ କହିଛନ୍ତି ଯେ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକ ଜିଲ୍ଲାର ଗ୍ରାମୀଣ ଓ ଆଦିବାସୀ ଜନସାଧାରଣଙ୍କ ଜୀବନରେ ପରିବର୍ତନ ଆଣିଛି । ଅର୍ଥନୈତିକ ସ୍ୱାଧୀନତା ବାସ୍ତବ ବୋଲି ସେ କହିଛନ୍ତି । ଏସ୍‌ଡିଜି ଲକ୍ଷ୍ୟଗୁଡ଼ିକୁ ଠିକ୍ ସମୟରେ ହାସଲ କରିବାରେ ଏହି ପ୍ରକଳ୍ପ ଓଡ଼ିଶାର ସାମଗ୍ରିକ ପ୍ରଦର୍ଶନ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମୁଁ ଆଶା କରୁଛି ।
ଖଣିରୁ ମିଳୁଥିବା ନଗଦ ରାଶି ଏଭଳି ସହାୟତା କରୁଛି ଯେ ତିନି ବର୍ଷ ତଳେ ରାଜ୍ୟ ସରକାର ରାଜ୍ୟର ପୁଞ୍ଜି ବ୍ୟୟ ଭରଣା ପାଇଁ ପାଣ୍ଠିରୁ ବାର ହଜାର କୋଟି ଟଙ୍କାର ଋଣ ନେଇଥିଲେ । ରାଜ୍ୟର ନିର୍ଦ୍ଦିଷ୍ଟ ଅନୁସୂଚିତ ଅଂଚଳ (ଆଦିବାସୀ ଅଂଚଳ) ପାଇଁ ମୋଟ କାର୍ଯ୍ୟକ୍ରମ ବଜେଟ୍‌ର ପ୍ରାୟ ୧୦ ପ୍ରତିଶତ ଅର୍ଥ ଏହି ପାଣ୍ଠି ଯୋଗାଉଛି । ୮ଟି ଖଣିଜ ପଦାର୍ଥ ସମ୍ପନ୍ନ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବଜେଟ୍‌ର ୨୦ ପ୍ରତିଶତ ଏବଂ ଅଧିକ ଅର୍ଥ ଏହି ଦୁଇଟି ପାଣ୍ଠିରୁ ପୂରଣ ହୋଇଥାଏ । କିନ୍ତୁ ଡିଏମ୍‌ଏଫ୍ ( ପ୍ରାୟ ୨୨ ହଜାର କୋଟି ଟଙ୍କା ସଂଗୃହୀତ ଓ ବାର ହଜାର କୋଟି ଟଙ୍କା ଖର୍ଚ୍ଚ)କୁ ଅଣ ପ୍ରାଥିମକତା କିମ୍ବା ଅଣ ଖଣି ସମ୍ପ୍ରଦାୟ ସମ୍ବନ୍ଧୀୟ ହସ୍ତକ୍ଷେପକୁ ସ୍ଥାନାନ୍ତର କରାଯିବା ଉଚିତ ନୁହେଁ । କ୍ରୀଡ଼ା ଓ ବିମାନବନ୍ଦର ବିକାଶ କ୍ଷେତ୍ରରେ ମେଗା ଆକାର ପ୍ରକଳ୍ପ ହୋଇପାରିଛି ଯେଉଁଥିପାଇଁ ଡିଏମ୍‌ଏଫ୍‌ରୁ ପାଣ୍ଠି ଅନୁଦାନ ପ୍ରଦାନ କରାଯାଇଥିଲା । ରାଜ୍ୟ ଦ୍ୱାରା ବ୍ୟବହୃତ କାମ୍ପା ପାଣ୍ଠି ଦୁଇ ହଜାର କୋଟି ଟଙ୍କା ସହ ଦେଶରେ ସର୍ବାଧିକ, କିନ୍ତୁ ଏଥିରୁ ରାଜ୍ୟକୁ ମିଳୁଥିବା ପାଣ୍ଠି ପ୍ରାୟ ୩୦ ପ୍ରତିଶତ ଅଟେ ।
ଇସ୍ପାତ, ଫେରୋ-ଆଲଏଜ୍‌, ସିମେଂଟ୍‌, ଆଲୁମିନା/ ଆଲୁମିନିୟମ, ରିଫାକ୍ଟୋରିଜ୍‌, ତାପଜ ବିଦ୍ୟୁତ ଏବଂ ରେୟାର ଆର୍ଥ ପାଇଁ ଓଡ଼ିଶା ହେଉଛି ଖଣି ଭିତିକ ଶିଳ୍ପର ଏକ ଭଣ୍ଡାର । ସ୍ୱଚ୍ଛ ଶକ୍ତି ଅଭିଯାନ (ଗ୍ରିନ୍ ହାଇଡ୍ରୋଜେନ୍‌/ ଇଭି) ସମେତ ଆମ ଜୀବନର ସମସ୍ତ ଗାଡ୍‌ଜେଟ୍ ଓ ଇଲେକ୍ଟ୍ରୋନିକ୍ସ ପାଇଁ ପ୍ରଯୁକ୍ତିକୁ ସକ୍ଷମ କରୁଥିବା ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ରେୟାର ଆର୍ଥ । ଗଂଜାମ ଓ ପୁରୀ ଜିଲ୍ଲାର ଉପକୂଳବର୍ତୀ ବାଲିରେ ରେୟାର ଆର୍ଥ ଭଣ୍ଡାର ରହିଛି । ଆଲୁମିନିୟମ ଉତ୍ପାଦରୁ ଉପ ଉପାଦାନ ଭାବେ ବିପୁଳ ପରିମାଣର ରେୟାର ଆର୍ଥ ଉପାଦାନ ମିଳିପାରିବ ବୋଲି ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି । ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଜିଲ୍ଲାରେ କାରିଗରୀ ଓ କ୍ଷୁଦ୍ର ଆକାର ଖଣି (ଏଏସ୍‌ଏମ୍‌) ସକ୍ରିୟ ରହିଛି । ଖଣି, ଚାଷ ଓ ବ୍ୟବସାୟର ମିଳିତ ସମନ୍ୱୟ ଫଳରେ ପରିବାରର ସ୍ଥାୟୀ ରୋଜଗାର ସୃଷ୍ଟି ହୋଇଥାଏ । ଏଭଳି ଅଂଚଳରେ ୩୫%ରୁ ଅଧିକ ଚାଷ, ବ୍ୟବସାୟ ଓ ଶିକ୍ଷା କ୍ଷେତ୍ର ପାଇଁ ଖଣି ବିଶେଷ ଭାବେ ସହାୟକ ହୋଇଥାଏ ।
ଉତୋଳନ ଶିଳ୍ପ ପାଇଁ ମୋର ଭବିଷ୍ୟତର ଉଦ୍ୟମ ମାନବ କଳ୍ୟାଣ ସହିତ ଓଡ଼ଇଶାର ଅର୍ଥନୈତିକ ବିକାଶରେ ଉନ୍ନତି ଆଣିବାର ଓଡ଼ିଶା ପାଇଁ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରିବ । କିନ୍ତୁ ମୋର ଚିନ୍ତା ହେଉଛି ଉତୋଳନ ଶିଳ୍ପର ‘ଏନ୍‌କ୍ଲେଭ୍‌’ ପ୍ରକୃତି ଯରାହା ସ୍ଥାନୀୟ ସମୁଦାୟ ଓ ଅର୍ଥନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ । ତଥାପି ବିକାଶକୁ ଟୋକେନିଜମ୍‌ରୁ ଅଲଗା କରିବାର ଦାୟିତ୍ୱ ମୋ ଉପରେ ଓ ନାଗରିକ ସମାଜ ଉପରେ ରହିଛି ।

(ଚାରୁଦତ ଜଣେ ପ୍ରସିଦ୍ଧ ଲେଖକ ଏବଂ ଜଣେ ବୁଦ୍ଧିଜୀବୀ । ମଷବକ୍ସଙ୍କ.କ୍ଟ୍ରବଦ୍ଭସଶକ୍ସବଷସଅଶଜ୍ଞବସକ୍ଷ.ମକ୍ଟଜ୍ଞ ରେ ତାଙ୍କ ସହ ଯୋଗାଯୋଗ କରାଯାଇପାରିବ ।)


Share It

Comments are closed.