ଟିବିଜେଡ୍ ପକ୍ଷରୁ କୋଲକାତାର କାଙ୍କୁରଗାଚ୍ଛିରେ ନୂଆ ଭବ୍ୟ ଷ୍ଟୋର୍‌ର ଶୁଭାରମ୍ଭ


ଭୁବନେଶ୍ୱର: ତ୍ରିଭୂବନଦାସ ଭିମ୍‌ଜୀ ଜାଭେରି (ଟିବିଜେଡ୍‌)-ଦି ଅରିଜିନାଲ୍ ପକ୍ଷରୁ କୋଲକାତାର କାଙ୍କୁରଗାଚ୍ଛିରେ ଏହାର ଷ୍ଟୋରକୁ ପୁନଃ ଶୁଭାରମ୍ଭ କରାଯାଇଛି । କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ତଥା ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏହି ଷ୍ଟୋର୍‌କୁ ମେ’ ୨୫ରେ ଉଦ୍‌ଘାଟନ କରିଛନ୍ତି । ପଶ୍ଚିମବଙ୍ଗରେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ସୁଦୃଢ଼ କରିବା ଓ ଏହି ଅଂଚଳର ଗହଣା ଶିଳ୍ପକୁ ଯୋଗଦାନ ଦେବା ଲାଗି କଂପାନିର ରହିଥିବା ପ୍ରତିବଦ୍ଧତା ଅନୁସାରେ ଏହି ଷ୍ଟୋର୍‌କୁ ପୁନଃ ଶୁଭାରମ୍ଭ କରାଯାଇଛି ।


ଏହି ଅବସରରେ ଟିବିଜେଡ୍‌ର ମୁଖ୍ୟ ମାର୍କେଟିଂ ଅଧିକାରୀ ଅଭିଶେକ ମାଲୋ କହିଛନ୍ତି ଯେ, “କାଙ୍କୁରଗାଚ୍ଛି ଷ୍ଟୋରର ପୁନଃ ଶୁଭାରମ୍ଭ ବିଷୟରେ ଘୋଷଣା କରି ଆମେ ଉଲ୍ଲସିତ ଯାହା ହେଉଛି ପଶ୍ଚିମବଙ୍ଗରେ ଟିବିଜେଡ୍ ସମ୍ପ୍ରସାରଣ ଯାତ୍ରାରେ ଏକ ମାଇଲଖୁଂଟ । ଉଲ୍ଲେଖନୀୟ ଗହଣା ଓ ଅଭୁଲା ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ଆମର ରହିଥିବା ଅତୁଟ ପ୍ରତିବଦ୍ଧତା ଉପରେ ଆମ ଗୁରୁତ୍ୱକୁ ଏହା ଦର୍ଶାଉଛି । ପୁନଶ୍ଚ, ପୂର୍ବ ଭାରତର ଅଭିବୃଦ୍ଧି ରଣନୀତି ଉପରେ ଆମେ ଗୁରୁତ୍ୱ ଦେଉଛୁ ଏବଂ ନୂଆ ଫ୍ରାଚାଂଇଜି ସହଯୋଗୀଙ୍କ ସହ ଆମ ସହଯୋଗିତା ଏହି ଅଂଚଳ ସମେତ ଭାରତର ଉତର ପୂର୍ବାଂଚଳରେ ସମ୍ପ୍ରସାରଣ ପାଇଁ ଆମ ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଫଳିତ କରୁଛି । ମିଳିତ ଭାବେ ଆମେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବା ଏବଂ ଭାରତର ପୂର୍ବ ଓ ଉତରପୂର୍ବାଚଂଳରେ ମୂଲ୍ୟବାନ ଗ୍ରାହକଙ୍କ ଗହଣା ଆବଶ୍ୟକତା ପୂରଣକୁ ଜାରି ରଖିବା ଲାଗି ପ୍ରସ୍ତୁତ ରହିଛୁ ।’’


ବଲିଉଡ୍ ଅଭିନେତ୍ରୀ ଯଥା ଟିବିଜେଡ୍‌ର ବ୍ରାଣ୍ଡ୍ ଆମ୍ବାସାଡର ସାରା ଅଲ୍ଲୀ ଖାନ୍ କହିଛନ୍ତି ଯେ, “କୋଲକାତାର କାଙ୍କୁରଗାଚ୍ଛିରେ ଟିବିଜେଡ ଷ୍ଟୋର୍‌ର ପୁନଃ ଶୁଭାରମ୍ଭ ସହ ଜଡ଼ିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଅସୀମ କାରିଗରି ଓ ଡିଜାଇନ୍ ସହ ଟିବିଜେଡ୍ ସର୍ବଦା ପରିପୂରକ ରହିଛି ଏବଂ ସେମାନଙ୍କ ଆକର୍ଷଣୀୟ ଗହଣାକୁ ପ୍ରଥମ ଥର ଦେଖି ମୁଁ ବେଶ ରୋମାଂଚିତ ।’’


ବର୍ତମାନ ଟିବିଜେଡ୍ ପୂର୍ବାଚଂଳ ବଜାର ଉପରେ ଗୁରୁତ୍ୱ ଦେଉଛି ଏବଂ ସ୍ଥାନୀୟ ବଜାରକୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଥିବା ବିବିଧ ଫ୍ରାଚାଂଇଜି ମଡେଲ୍ ଜରିଆରେ କଂପାନି ଦ୍ରୁତ ଅଭିବୃଦ୍ଧି ହାସଲ କରିବାକୁୁ ଲକ୍ଷ୍ୟ ରଖିଛି । ନୈତିକତାର ସହ ସଂଗ୍ରହ କରାଯାଉଥିବା ଗହଣା, ହାତତିଆରି ଗହଣାକୁ ପଶ୍ଚିମବଙ୍ଗର ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଟିବିଜେଡ୍ ଲକ୍ଷ୍ୟ ରଖିଛି । ବିଶ୍ୱାସ, ଗୁଣାତ୍ମକ ମାନ ଓ କାରିଗରୀର ପରମ୍ପରାକୁ ବଜାୟ ରଖି

ଟିବିଜେଡ୍ ଉଭୟ ପାରମ୍ପରିକ ଓ ସମସାମୟିକ ଡିଜାଇନ୍‌ରେ ଆଗରେ ରହିଥିବା ବେଳେ ନୂତନ ଧାରା ଜରିଆରେ ମାନଦଣ୍ଡ ଧାର୍ଯ୍ୟ କରୁଛି ।


Share It

Comments are closed.