ଜୁନ୍ ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ! ଜାଣି ରଖନ୍ତୁ ପୁରା ଲିଷ୍ଟ


୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ମାସ ଶେଷ ହେବାକୁ ଯାଉଛି । ଏହା ପରେ ଆରମ୍ଭ ହେବ ଜୁନ୍ ମାସ । ଆସନ୍ତା ମାସରେ ବ୍ୟାଙ୍କ ଗୁଡିକର ବମ୍ପର ଛୁଟି (Bank Holidays in June 2023) ହେବାକୁ ଯାଉଛି, ଯେଉଁ କାରଣରୁ ଗ୍ରାହକଙ୍କର ବ୍ୟାଙ୍କ ସହିତ ଜଡି଼ତ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟ ବାକି ଅଛି ତାହାଲେ ଏହାକୁ ସାରି ନିଅନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ଛୁଟି ତାଲିକା ଅନୁଯାୟୀ ଜୁନ୍ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିରେ ଦ୍ବିତୀୟ, ଚତୁର୍ଥ ଶନିବାର ସହ ରବିବାର, ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ପର୍ବପର୍ବାଣି ମଧ୍ଯ ଅନ୍ତର୍ଭୁକ୍ତ ରହିଛି । ତେବେ ଆସନ୍ତୁ ଜାଣିବା ଜୁନ୍ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ?

ଜୁନ୍ ମାସରେ କେବେ ଓ କ’ଣ ପାଇଁ ବନ୍ଦ ରହିବ ବ୍ୟାଙ୍କ

୪ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
ଜୁନ୍ ୧୦, ୨୦୨୩: ଦ୍ୱିତୀୟ ଶନିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
୧୧ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
୧୫ ଜୁନ୍ ୨୦୨୩: ରଜ ସଂକ୍ରାନ୍ତି ଯୋଗୁଁ ମିଜୋରାମ ଓ ଓଡିଶାରେ ବ୍ୟାଙ୍କ ସେବା ବନ୍ଦ ରହିବ ।
୧୮ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୨୦ ଜୁନ୍ ୨୦୨୩: ରଥଯାତ୍ରା ପାଇଁ ଓଡିଶାରେ ବ୍ୟାଙ୍କ ବନ୍ଦ ରହିବ ।
୨୪ ଜୁନ୍ ୨୦୨୩: ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।
୨୫ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
୨୬ ଜୁନ୍ ୨୦୨୩: ଖର୍ଚ୍ଚି ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।
୨୮ ଜୁନ୍ ୨୦୨୩: Eid Ul Azha ଲାଗି ମହାରାଷ୍ଟ୍ର, ଜମ୍ମୁ, କାଶ୍ମୀର, କେରଳରେ ବ୍ୟାଙ୍କ ବନ୍ଦ ରହିବ ।
୨୯ ଜୁନ୍ ୨୦୨୩: Eid-Ul-Adha ପାଇଁ ମହାରାଷ୍ଟ୍ର, ସିକିମ୍, ଓଡ଼ିଶା ଓ କେରଲକୁ ଛାଡି ପ୍ରାୟତଃ ଦେଶର ସମସ୍ତ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ ।
୩୦ ଜୁନ୍ ୨୦୨୩: ରିମା ଇଦ୍ ଉଲ୍ ଅଜାହ ପାଇଁ ମିଜୋରାମ ଓ ଓଡିଶାରେ ବ୍ୟାଙ୍କ ବନ୍ଦ ରହିବ ।

ତେବେ ବ୍ୟାଙ୍କ ବନ୍ଦ ହେବା ସତ୍ତ୍ୱେ ଗ୍ରାହକମାନେ ଡିଜିଟାଲ୍ ମାଧ୍ୟରେ ନିଜର ସମସ୍ତ କାର୍ଯ୍ୟ ଶେଷ କରିପାରିବେ । UPI, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଭଳି ଡିଜିଟାଲ୍ ସେବା ଉପରେ ବ୍ୟାଙ୍କ ଛୁଟିର କୌଣସି ପ୍ରଭାବ ପଡିବ ନାହିଁ ।


Share It

Comments are closed.