‘ଗୁଡ୍‌ ଲକ୍‌ ଜେରି’ରୁ ନୂଆ ଫଟୋ ସେୟାର କଲେ ଜାହ୍ନବୀ


ଅପ୍‌କମିଙ୍ଗ ଫିଲ୍ମ ‘ଗୁଡ୍‌ ଲକ୍‌ ଜେରି’ର ଟ୍ରେଲର୍‌ ଲଞ୍ଚ୍‌ ପରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ନୂଆ ଫଟୋ ଶେୟାର କରିଛନ୍ତି ଜାହ୍ନବୀ କପୁର । ଫିଲ୍ମରେ ନିଜର ଏକ ସିନ୍‌ର କ୍ଲୋଜ୍‌-ଅପ୍‌ ସିନ୍ ସେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଜୟା କୁମାରୀ ଚରିତ୍ର ନିର୍ବାହ କରିଛନ୍ତି । ଫଟୋ ସହିତ କ୍ୟାପ୍‌ସନ ଦେଇଛନ୍ତି ‘ଜୟା କୁମାରୀ ଓରଫ୍‌ ଜେରି କିଛି ଗୋଳମାଳ କରିବାକୁ ଏହି ବେଶ ହୋଇଛି ।

 

View this post on Instagram

 

A post shared by Janhvi Kapoor (@janhvikapoor)

ଗୁଡ୍‌ ଲକ୍‌ କହିବେନି? ଜୁଲାଇ ୨୯ ତାରିଖରେ କେବଳ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ଫିଲ୍ମ ଦେଖିବେ । ଟ୍ରେଲର୍‌ ଜାରି ହୋଇଛି ।’ ଜାହ୍ନବୀଙ୍କର ଏହି ପୋଷ୍ଟ ଉପରେ ଫ୍ୟାନ୍‌ ପ୍ରତିକ୍ରିୟା ଦେଇଛନ୍ତି । ସେମାନେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ରାଣୀ ବୋଲି କହିଛନ୍ତି ।

ଗତ ୧୪ ତାରିଖରେ ଫିଲ୍ମର ଟ୍ରେଲର୍‌ ଜାରି ହୋଇଥିଲା । ଏଥିରେ ଜେରି ଚରିତ୍ରରେ ପର୍‌ଫେକ୍ଟ ଦିଶୁଛନ୍ତି ଜାହ୍ନବୀ । ୨୦୧୮ରେ ରିଲିଜ୍ ନେଲ୍‌ସନ ଦିଲିପ କୁମାରଙ୍କ ଫିଲ୍ମ ‘କୋଲମାଭୁ କୋକିଲା’ର ଏହା ହିନ୍ଦୀ ରିମେକ୍‌ । ସାଉଥ୍‌ ସୁପର୍‌ଷ୍ଟାର ନୟନତାରା ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ହିନ୍ଦୀ ସଂସ୍କରଣରେ ଜାହ୍ନବୀଙ୍କ ସମେତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ମିତା ବଶିଷ୍ଠ, ନୀରଜ ସୁଦ୍‌, ସୁଶାନ୍ତ ସିଂହ । ଆସନ୍ତା ୨୯ ତାରିଖରୁ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ଏହା ପ୍ରସାରିତ ହେବ । ନିକଟରେ ‘କଫି ୱିଥ୍‌ କରଣ ସିଜନ୍‌-୭’ରେ ଜାହ୍ନବୀ ନଜର ଆସିଥିଲେ । ଏଥିରେ ନିଜର କିଛି ସିକ୍ରେଟ୍‌ ସେ ଦର୍ଶକଙ୍କ ସହ ଶେୟାର କରିଥିଲେ । ‘ଗୁଡ୍‌ ଲକ୍‌ ଜେରି’ ପରେ ତାଙ୍କ ହାତରେ କରଣ ଜୋହରଙ୍କ ‘ଦୋସ୍ତାନା-୨’ ଏବଂ ‘ତଖ୍‌ତ’ ରହିଛି ।


Share It

Comments are closed.