ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ – ଜଣେ ଆତଙ୍କବାଦୀ ମୃତ


ଜମ୍ମୁ-କାଶ୍ମୀରରେ ବାନ୍ଧିପୁରାସ୍ଥିତ ହାଜିନ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ସଂଘର୍ଷ ଘଟିଛି । ମିଳିଥିବା ସୂଚନା ମୁତାବକ ଆଜି ଭୋରୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା, ଯାହା ଫଳରେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି । ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଏହି ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା, ଯାହା ଫଳରେ ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳରେ ତନାଘନା ଆରମ୍ଭ କରିଦେଇଥିଲେ । ସୁରକ୍ଷାକର୍ମୀ ପକ୍ଷରୁ କରାଯାଇଥିବା ଗୁଳିଚାଳନା ଦ୍ୱାରା ଜଣେ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଅନ୍ୟ ସବୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।
ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମୃତ ଆତଙ୍କବାଦୀର ଲକ୍ସର-ଇ-ତୋଏବା ସହ ଖୁବ ଭଲ ସଂପର୍କ ଥିଲା ଏବଂ ତାର ସହଯୋଗୀ ଉକ୍ତ ଅଞ୍ଚଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।
ଏହା ସହ ବାନ୍ଧିପୁରାର ଏଏସପି ସେଖ ଜୁଲଫିକାର ଆଜାଦ ମଧ୍ୟ ଜଣେ ଆତଙ୍କବାଦୀ ମୃତ ବରଣ କରାଯାଇଥିବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ଭୋରୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବାବେଳେ ତା’ପାଖରୁ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯିଛି । ଏହା ସହ ଛାନବିନ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରହିଛି ବୋଲି ଏଏଏସି ସୂଚନା ଦେଇଛନ୍ତି ।
ଏହା ସହ ବୁଧବାର ମଧ୍ୟ ଜମ୍ମୁ କାଶ୍ମୀର ଅନନ୍ତ ନାଗ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ଦୁଇ ଜଣା ଆତଙ୍କବାଦୀକୁ ନିପାତ କରିଥିବାର ସୂଚନା ମିଳିଥିଲା । ନିପାତ କରାଯାଇଥିବା ଉକ୍ତ ଆତଙ୍କବାଦୀଙ୍କ ନିକଟରୁ ପ୍ରଚୁର ମାତ୍ରାରେ ଗୋଳାବାରୁଦ ଜବତ କରାଯିବା ସହ ଅନେକ ବିଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା ।


Share It

Comments are closed.