୧୧୪ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ବୌଦ୍ଧ ଭିକ୍ଷୁ


ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକରେ ଜଣେ ବୌଦ୍ଧ ଭିକ୍ଷୁଙ୍କୁ ୧୧୪ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କୁ ଯେଉଁ ଟଙ୍କା ଭଗବାନ ବୁଦ୍ଧଙ୍କର ପ୍ରତିମାକୁ ନିର୍ମାଣ କରିବା ପାଇଁ ମିଳିଥିଲେ ସେ ସେହି ଟଙ୍କାକୁ ହଡପ କରି ଏକ ବିଳାସପୂର୍ଣ୍ଣ କାର କିଣିଦେଇଥିବାର ଅଭିଯୋଗ ସାମନାକୁ ଆସିଛି । ଯାହା ଫଳରେ ତାଙ୍କୁ ଏହି କଠୋର ଦଣ୍ଡରେ ଦଣ୍ଡିତ କରାଯାଇଛି ।
ଆରୋପୀ ଭିକ୍ଷୁ ୱିରାପୋଲ ସୁକପୋଲ (୩୯) ପ୍ରଥମେ ଆମେରିକା ଖସି ପଳାଇଥିଲେ । ଏହା ସହ ସୁକପୋଲଙ୍କ ବିରୋଧରେ ଆସିଥିବା ନାବାଳିକ ବଳାକ୍ରାର ଅଭିଯୋଗ ଏବଂ ଭଗବାନଙ୍କୁ ଦକ୍ଷିଣା ରୂପେ ଦାନ କରାଯାଇଥିବା ଟଙ୍କାକୁ ହଡପ କରିଥିବା ଅଭିଯୋଗରେ ଏକ ବର୍ଷ ପୂର୍ବେ ଥାଇଲାଣ୍ଡ ପୋଲିସ ତାଙ୍କୁ ଆମେରିକାରୁ କାବୁ କରି ସ୍ୱଦେଶ ଫେରାଇ ଆଣିଥିଲା । ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ବିଚାରଧୀନ ଅବସ୍ଥାରେ ରହିଥିବାବେଳେ ଏବେ ତାଙ୍କୁ କୋର୍ଟ ୧୧୪ ବର୍ଷର ସଜା ଶୁଣାଇଛି ।
ତାଙ୍କୁ ଲୋକମାନେ ବିଶ୍ୱାସ କରି ପ୍ରଚୁର ମାତ୍ରାରେ ଟଙ୍କା ଦାନ କରିଥିଲେ, ଯେପରି ସେ ବିଶ୍ୱର ସବୁଠୁ ବଡ ବୌଦ୍ଧ ପ୍ରତିମା ତିଆରି କରିପାରିବେ କିନ୍ତୁ ସେ ଏହି ଦାନ କରାଯାଇଥିବା ଟଙ୍କାର ଅପବ୍ୟବହାର କରିବା ସହ ସେହି ଟଙ୍କାରେ ଏକ ବିଳାସପୂର୍ଣ୍ଣ କାର କିଣିଦେଇଥିଲେ । ଏହା ସହ ଆରୋପୀର ବ୍ୟାଙ୍କ ଖାତାରେ ମଧ୍ୟ ୫ କୋଟି ଟଙ୍କାର ଜମା ରାଶି ମଧ୍ୟ ଦେଖିବାକୁ ମିଳିଛି । ଏହି ସବୁ ଅଭିଯୋଗର ଆଧାରରେ କୋର୍ଟ ତାଙ୍କୁ ୧୧୪ର ସଶ୍ରମ କାରାଦଣ୍ଡ ଶୁଣାଇଛି ।


Share It

Comments are closed.