ଆଇଟିସିର ସାଭ୍‌ଲନ୍ କୋଭିଡ୍‌-୧୯ ଟାଇପ୍ କରୋନା ଭାଇରସ୍ ବିରୋଧରେ ସୁରକ୍ଷା ପ୍ରଦାନ ପାଇଁ ବୈଜ୍ଞାନିକ ରୂପେ ପ୍ରମାଣିତ


ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀ ସମୟରେ ଆଇଟିସିର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବ୍ରାଣ୍ଡ ସାଭ୍‌ଳନ ଭାରତୀୟ ନାଗରିକମାନଙ୍କ ପାଇଁ ପ୍ରଭାବଶାଳୀ ସ୍ୱଚ୍ଛତା ଉତ୍ପାଦର ପହଂଚ ସୃଷ୍ଟି କରିବା ଓ ସେସମ୍ପର୍କରେ ସଚେତନ କରିବା ପାଇଁ ଚେଷ୍ଟା କରିଥିଲା । ଅଧିକ ପ୍ରମାଣ ପାଇଁ ଏକ କଠୋର ପଦକ୍ଷେପ ସ୍ୱରୁପ ସାଭ୍‌ଲନ୍‌ର ମୁଖ୍ୟ ହାଇଜିନ୍ ପୋର୍ଟଫୋଲିଓକୁ ଏକ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ଲାବ୍ରୋଟୋରୀ ଫୋର୍ଟିସ୍ ପ୍ରୋଟେକ୍ସନକୁ ପଠାଯାଇଥିବା କମ୍ପାନୀ ଦାବି କରିଛି । ଉତ୍ପାଦଗୁଡତକର ଦକ୍ଷତାର ପରୀକ୍ଷଣ କରୁଥିବା ଏହି ଆନ୍ତର୍ଜାତୀୟ ଲାବ୍ରୋଟୋରୀ ହେଉଛି ୟୁକେଏଏସ୍ (ୟୁନାଇଟେଡ୍ କିଙ୍ଗଡମ୍ ଆକ୍ରେଡିସନ ସର୍ଭିସ୍‌) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆଇଏସ୍‌ଓ ୧୭୦୨୫, ଯାହା ପ୍ରମାଣ କରୁଛି ଯେ, ଏହି ଲାବ୍ରୋଟୋରୀର ପରୀକ୍ଷଣ ପଦ୍ଧତି କଠିନ ଆନ୍ତର୍ଜାତୀୟ ମାନକ ଆଧାରିତ । ଦକ୍ଷତା ଓ ଦୃଢ ସୁରକ୍ଷା ଦାବି ପାଇଁ ଅଭିଜ୍ଞ ମାଇକ୍ରୋବାୟୋଲୋଜିଷ୍ଟଙ୍କର ଏକାଧିକ ଗଭୀର ପରୀକ୍ଷଣ ବୈଜ୍ଞାନିକ ଭାବେ ସାଭ୍‌ଲନ ହ୍ୟାଣ୍ଡ ସାନିଟାଇଜର୍ ଓ ସାଭ୍‌ଲନ୍ ଆଂଟିସେପ୍ଟିକ୍ ଡିସ୍‌ଇନ୍‌ଫେକ୍‌ଟାଂଟ୍ ଲିକ୍ୱିଡ୍‌କୁ କୋଭିଡ୍‌-୧୯ ଟାଇପ୍ କୋରୋନା ଭାଇରସ୍ ବିରୋଧରେ ୯୯.୯୯% ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛି । ୯୯.୯%ରେ ସାଭ୍‌ଲନ୍ ହ୍ୟାଣ୍ଡୱାସ୍ ଓ ୯୯%ରେ ସାଭ୍‌ଲନ୍ ସାବୁନକୁ କୋଭିଡ୍‌-୧୯ ଟାଇପ୍ କରୋନା ଭାଇରସ୍ ବିରୋଧରେ ଏହାର ମଜଭୁତ ସୁରକ୍ଷା ଦାବି ପାଇଁ ଯାଂଚ କରାଯାଇଛି । ଆନ୍ତର୍ଜତେୀୟ ଲାବ୍ରୋଟୋରୀ ଦ୍ୱାରା ପରିଚାଳିତ ଏହି ବୈଜ୍ଞାନିକ ଆକଳନ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବାରେ ଆଇଟିସିର ପ୍ରତିଶ୍ରୁତିକୁ ଆହୁରି ସୁଦୃଢ କରିଛି ।
ଆଇଟିସି ଲିମିଟେଡ୍‌ର ପର୍ସନାଲ କେୟାର ପ୍ରଡକ୍ଟସ ବିଜ୍‌ନେସ୍ ଡିଭିଜନ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସମୀର ଶତପଥୀ କହିଛନ୍ତି, ପ୍ରଥମ ଭାରତୀୟ ବ୍ରାଣ୍ଡ ଭାବେ ସାଭ୍‌ଲନ୍‌ର ସ୍ୱଚ୍ଛତା ଉତ୍ପାଦକୁ ଏହି ମାନ୍ୟତା ଓ ବୈଧତା ମିଳିଛି । କୋଭିଡ୍‌-୧୯ ଟାଇପ୍ କରୋନା ଭାଇରସ୍ ବିରୋଧରେ ଦକ୍ଷତାର ଏହି ବୈଜ୍ଞାନିକ ପ୍ରମାଣ ହେଉଛି ଭାରତରେ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ଆମର ଗଭୀର ଆନୁଷ୍ଠାନିକ ଶକ୍ତି ଏବଂ ସବୁଠାରୁ ଜଟିଳ ଗୁଣାତ୍ମକ ମାନ ପାଇଁ ଆମର ନିରନ୍ତର ପ୍ରୟାସ ପ୍ରତି ଏକ ସ୍ୱୀକାରୋକ୍ତି । କରୋନା ଭାଇରସ୍ ସଂକ୍ରମଣ ଆରମ୍ଭରୁ ସାଭ୍‌ଲନ ଆଂଟି-ଭାଇରାଲ ଓ ଆଂଟି-ବ୍ୟାକ୍ଟେରିଆଲ ସୁରକ୍ଷା ପ୍ରଦାନ କରିବାରେ ସହଯୋଗ କରିବା ପାଇଁ ଏହାର ଉଦ୍ଭାବନକୁ ତ୍ୱରାନ୍ୱିତ କରିଛି । ସାଭ୍‌ଲନ୍ ହେକ୍ସାକୁ ଶୀଘ୍ର ଓ ସ୍ଥାୟୀ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି । ଏହାକୁ ଫ୍ରଂଟ୍‌ଲାଇନ୍ ମେଡିକାଲ କର୍ମଚାରୀ ଓ ଉପଭୋକ୍ତାଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତାରେ ସାହାଯ୍ୟ କରିବା ପାଇଁ ଲକ୍‌ଡାଉନ୍ ସମୟରେ ଲଂଚ୍ କରାଯାଇଥିଲା । ଏହାଛଡା ଭୁତାଣୁ ବିରୋଧରେ ଲଢିବା ପାଇଁ ସାଭ୍‌ଲନ୍ ସର୍‌ଫେସ୍ ଡିସ୍‌ଇନ୍‌ଫେକ୍‌ଟାଂଟ ସ୍ପ୍ରେ ମଧ୍ୟ ଲଂଚ୍ କରିଛି । ଏହି ବ୍ରାଣ୍ଡ ସ୍ୱଚ୍ଛତା ଆବଶ୍ୟକତାକୁ ପୂରଣ କରିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କ ସହ ସହଭାଗିତା ମଧ୍ୟ କରିଛି । ଯୋଗାଣ ଉପଲବ୍ଧତାକୁ ବଢାଇବା ପାଇଁ ଆଇଟିସି ଏହାର ବିଶ୍ୱସ୍ତରୀୟ ପର୍‌ଫ୍ୟୁମ୍ ଫ୍ୟାସିଲିଟିରେ ଅତିରିକ୍ତ ୧.୨୫ ଲକ୍ଷ ଲିଟର ହ୍ୟାଣ୍ଡ ସାନିଟାଇଜର୍‌ର ଉତ୍ପାଦନ କରିଛି । ଆଇଟିସି ପକ୍ଷରୁ ଦେଶବ୍ୟାପୀ ୨.୮ ମିଲିୟନ ସାବୁନ, ୮୦୦୦ ଲିଟର ହ୍ୟାଣ୍ଡୱାଶ ଓ ୫୫୦୦ ଲିଟର ସାନିଟାଇଜର୍ ଦାନ କରାଯାଇଛି ।


Share It

Comments are closed.