କ’ଣ ସତରେ ଗାଜାର ସଂସଦକୁ କବଜା କଲା କି ଇସ୍ରାଏଲ, ପଢନ୍ତୁ ପୂରା ଖବର


ଇସ୍ରାଏଲ୍ ଟ୍ୟାଙ୍କଗୁଡିକ ଗାଜା ସହରକୁ ଧୀରେଧୀରେ ଧ୍ୱଂସାବଶେଷରେ ପରିଣତ କରୁଛି । ଏହି ସମୟରେ ଏପରି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ଇସ୍ରାଏଲ୍ ସେନା ଗାଜା ସଂସଦକୁ କବଜା କରିସାରିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧକୁ ୩୯ ଦିନ ହେଲାଣି । ସୋମବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲ ଆଡକୁ ରକେଟ୍ ଆକ୍ରମଣ କରିଥିଲା । ହମାସରୁ ଇସ୍ରାଏଲ ଆଡକୁ ବହୁ ସଂଖ୍ୟକ ରକେଟ୍ ନିକ୍ଷେପ କରିଥିଲା । ତେବେ ଏହି ରକେଟଗୁଡିକ କେଉଁଠାରେ ପଡିଛି ଏବଂ କେତେ କ୍ଷତି ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ଏଥି ସହିତ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ମଧ୍ୟ ବନ୍ଦ ହେଉନାହିଁ । ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରୁଛି । ଇସ୍ରାଏଲ୍ ଟ୍ୟାଙ୍କଗୁଡିକ ଧୀରେଧୀରେ ଗାଜା ସହରକୁ ଧ୍ୱଂସାବଶେଷରେ ପରିଣତ କରିଚାଲିଛି ।

ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଛି, ଏହାକୁ ଦେଖି ଆଲୋଚନା ଜୋର ଧରିଛି କି ଇସ୍ରାଏଲ୍ ସେନା ଗାଜା ସଂସଦକୁ କବଜା କରିନେଇଛି । ଇସ୍ରାଏଲ ଗାଜାର ସଂସଦକୁ କବଜା କରିଛି କି ?

ଚର୍ଚ୍ଚାରେ ଥିବା ଏହି ଫଟୋକୁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF)ର ସୈନିକମାନେ ସେୟାର କରିଛନ୍ତି । ଯେଉଁଠି ଇସ୍ରାଏଲର ସୈନ୍ୟମାନେ ଗାଜା ସାଂସଦ ଭିତରେ ଠିଆ ହେଇଥିବାର ଦେଖିବାକୁ ମିଳୁଛି । ଫଟୋ ସହିତ ଇସ୍ରାଏଲର ସୈନିକମାନେ ଗାଜା ସଂସଦକୁ କବଜା କରି ନେଇଥିବାର ଦାବି ହେଉଛି। ପାଲେଷ୍ଟାଇନ ଷ୍ଟଡିଜ୍ ଫୋରମର ମୁଖ୍ୟ ମାଇକେଲ ମିଲଷ୍ଟାଇନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ୨ ଟି ଫଟୋ ସେୟାର କରିଛନ୍ତି । ସେ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି । ‘ଗାଜା ସହରର ମଧ୍ୟଭାଗରେ ଅବସ୍ଥିତ ବିଧାନ ପରିଷଦ (ସଂସଦ) ଭବନ । ଫଟୋ ୧ – ଅକ୍ଟୋବର ୭ ପର୍ଯ୍ୟନ୍ତ ହମାସ ନିୟନ୍ତ୍ରଣରେ ଥିବା ସଂସଦ । ଫଟୋ ୨ – ଇସ୍ରାଏଲ ସୈନ୍ୟବାହିନୀ ଦ୍ବାରା କବଜା ପରେ । ଏହି ବିଲ୍ଡିଂ କବଜା ହେଉଛି ଗାଜା ଅଞ୍ଚଳରେ ହମାସ ସରକାରଙ୍କୁ ଚ୍ୟାଲେଞ୍ଜର ସବୁଠାରୁ ବଡ଼ ସଙ୍କେତ ।


Share It

Comments are closed.