ଇରାନ୍‌ର ଚିଫ୍‌ କର୍ଣ୍ଣେଲ ସୟାଦ ଖୋଦାୟୀଙ୍କୁ ନିର୍ମମ ହତ୍ୟା


ପ୍ରତିଶୋଧ ନେବ ଇରାନ୍‌ । ରିଭୋଲେସନାରୀ ଗାର୍ଡ କର୍ନେଲ ସୟାଦ ଖୋଦାୟୀଙ୍କ ନିର୍ମମ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି ରାଷ୍ଟ୍ରପତି ଇବ୍ରାହିମ୍‌ ରୟିସି । ଇବ୍ରାହିମ କହିଛନ୍ତି, ଆମର ସୁରକ୍ଷାକର୍ମୀଙ୍କୁ ଏ ନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ଯେ କୌଣସି ପରିସ୍ଥିତିରେ ବି କର୍ନେଲଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନିଆଯିବ । ଘଟଣା ପଛରେ ଯାହାର ବି ହାତ ଥାଉ ନା କାହିଁକି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବ ।

ସୂଚନାଯୋଗ୍ୟ, ରବିବାର ଦିନ ଇରାନର ରାଜଧାନୀ ତେହରାନ୍‌ରେ ଦୁଇ ଜଣ ଦୁବୃର୍ତ୍ତ ମୋଟର ସାଇକେଲରେ ଆସି କର୍ନେଲ୍‌ ସୟାଦ ଖୋଦାୟୀଙ୍କୁ ଅତି ନିକଟରୁ ଗୁଳି କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଇରାନ ରିଭୋଲେସନାରୀ ଗାର୍ଡ୍ସର ପ୍ରମୁଖ ସୟାଦ ଖୋଦାୟୀଙ୍କୁ ଭୟ କରୁଥିଲା ବିଦ୍ରୋହୀ ଗୋଷ୍ଠୀ । ସୁରକ୍ଷାକର୍ମୀ ତଥା ଗାର୍ଡଙ୍କୁ ସେ ସ୍ବତନ୍ତ୍ର ତାଲିମ ଦେଉଥିଲେ । ତାଙ୍କ ବିଚକ୍ଷଣ ଗୋଟି ଚାଳନା ଯୋଗୁଁ ଇରାନରେ କୌଣସି ଉପଦ୍ରବ ସୃଷ୍ଟି କରିବାକୁ ଭୟ କରୁଥିଲେ ବିଦ୍ରୋହୀ ଗୋଷ୍ଠୀ । ଇରାନ୍‌ ଶତୃଙ୍କୁ କଡା ମୁକାବିଲା କରୁଥିଲେ ସୟାଦ ଖୋଦାୟୀ । ସବୁଠାରୁ ବଡ କଥା ହେଉଛି ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ କରିବା ପାଇଁ ସେ ଯଥା ସମ୍ଭବ ପ୍ରୟାସ କରୁଥିଲେ । ଏପରିକି ୨୦୧୫ରୁ ସେ ଏ ନେଇ ବିଶ୍ବ ଶକ୍ତିଙ୍କ ସମ୍ମୁଖରେ ଦାବି ରଖିଆସୁଥିଲେ ସୁଦ୍ଧା ଇରାନକୁ ଏ ନେଇ ଅନୁମତି ମିଳୁନଥିଲା ।

ସୟାଦ ଖୋଦାୟୀଙ୍କ ହତ୍ୟା ପରେ କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନଥିବା ବେଳେ ଇସ୍ରାଲୀୟ ଇଣ୍ଟେଲିଜେନ୍ସ ସର୍ଭିସ୍‌ ନେଟଓ୍ବର୍କର ଜଣେ ସନ୍ଧିଗ୍ଧକୁ ଅଟକ ରଖାଯାଇଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟୀକରଣ ଆସି ନାହିଁ । ତେବେ ସୟାଦ ଖୋଦାୟୀ ଇରାନ୍‌କୁ ପରମାଣୁ ଶକ୍ତି ସମ୍ପନ୍ନ କରିବାକୁ କରିବାକୁ ପ୍ରୟାସ ଜାରି ରଖିଥିବାରୁ ତାଙ୍କ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଯେଉଁମାନେ ବି ସଂପୃକ୍ତ ସେମାନଙ୍କୁ ଖୋଜି ବାହାର କରାଯିବ ଏବଂ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ରାଷ୍ଟପ୍ରତି ରାଷ୍ଟ୍ରପତି ଇବ୍ରାହିମ୍‌ ରୟିସି କହିଛନ୍ତି ।


Share It

Comments are closed.