ଧୋନିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଲେଣି ବେନ୍ ଷ୍ଟୋକ୍ସ


ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ୍ ୨୦୨୩ (IPL 2023) ର ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଛି (Chennai Super Kings vs Lucknow Super Giants Match) । ଏହି ମ୍ୟାଚ (CSK vs LSG) ରେ ପୁଣି ଥରେ ଜଣେ ଚେନ୍ନାଇ ଦଳ (CSK) ର ଖେଳାଳି ଟିମ୍ ମ୍ୟାନେଜମେଣ୍ଟକୁ ନିରାଶ କରିଛନ୍ତି । ଚେନ୍ନାଇ ଫ୍ରାଞ୍ଚାଇଜ୍ ଏହି ଖେଳାଳିଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲା ।​ ଏହା ସତ୍ତ୍ୱେ ଏହି ଖେଳାଳି ଦଳ ପାଇଁ ଏପର୍ଯ୍ୟନ୍ତ ଖେଳାଯାଇଥିବା ଉଭୟ ମ୍ୟାଚରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ର ଅନ୍ୟତମ ଦାମୀ ଖେଳାଳି ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ (Ben Stokes) ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଉଭୟ ମ୍ୟାଚ୍‌ରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛନ୍ତି । ଗୁଜୁରାଟ ବିପକ୍ଷ ପ୍ରଥମ ମ୍ୟାଚରେ ବେନ୍ ଷ୍ଟୋକ୍ସ (Ben Stokes) ଙ୍କ ବ୍ୟାଟରୁ ମାତ୍ର ୭ ରନ୍ ବାହାରିଥିଲା । ଏହା ପରେ ତାଙ୍କ (Ben Stokes) ବ୍ୟାଟ୍ ଲକ୍ଷ୍ନୌ ସାମ୍ନାରେ ମଧ୍ୟ ଶାନ୍ତ ରହିଥିଲା । ବେନ୍ ଷ୍ଟୋକ୍ସ ମାତ୍ର ୬ ରନ୍ ସ୍କୋର କରି ଅବେଶ ଖାନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏଭଳି ପରିସ୍ଥିତିରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ (Chennai Super Kings Captain) ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କ ପାଇଁ ଏହି ଖେଳାଳି ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ।

ଆଇପିଏଲ୍ ୨୦୨୩ (IPL 2023) ର ମେଗା ନିଲାମରେ ଚେନ୍ନାଇ ଫ୍ରାଞ୍ଚାଇଜ୍ ବେନ୍ ଷ୍ଟୋକ୍ସ (Ben Stokes) ଙ୍କ ଉପରେ ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲା ।​ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ବେନ୍ ଷ୍ଟୋକ୍ସ (Ben Stokes) ଙ୍କୁ ୧୬.୨୫ କୋଟି ଟଙ୍କା ଦେଇ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା । କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବେନ୍ ଷ୍ଟୋକ୍ସ (Ben Stokes) ଙ୍କର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ବ୍ୟାଟରୁ ରନ୍ ସ୍କୋର କରିବା ଦୂରର କଥା ବେନ ଷ୍ଟୋକ୍ସ ବୋଲିଂରେ ମଧ୍ୟ ଅନେକ ରନ୍ ଖର୍ଚ୍ଚ କରୁଛନ୍ତି । ଲକ୍ଷ୍ନୌ ବିପକ୍ଷରେ ବେନ ଷ୍ଟୋକ୍ସ (Ben Stokes) ପ୍ରଥମ ଓଭରରେ ୧୮ ରନ୍ ଦେଇଥିଲେ । ବେନ୍ ଷ୍ଟୋକ୍ସ (Ben Stokes) ଏପର୍ଯ୍ୟନ୍ତ ଆଇପିଏଲ (IPL 2023) ରେ ୪୫ଟି ମ୍ୟାଚ୍ ଖେଳିଛନ୍ତି । ଏତେ ସଂଖ୍ୟକ ମ୍ୟାଚ୍ ଖେଳି ବେନ ଷ୍ଟୋକ୍ସ ୯୩୫ ରନ୍ ସଂଗ୍ରହ କରିଛନ୍ତି । ବୋଲିଂରେ ସେ ସମାନ ସଂଖ୍ୟକ ମ୍ୟାଚ୍‌ରେ ୨୮ ୱିକେଟ୍ ନେଇଛନ୍ତି । ଏଠାରେ କହି ରଖୁଛୁ ଯେ, ସେ ଆଇପିଏଲରେ ମଧ୍ୟ ୨ଟି ଶତକ କରିଛନ୍ତି | ଏହା ବ୍ୟତୀତ ୨ଟି ଅର୍ଦ୍ଧ ଶତକ ମଧ୍ୟ ତାଙ୍କ ନାମରେ ଅଛି । ବେନ୍ ଷ୍ଟୋକ୍ସ (Ben Stokes) ଙ୍କ ସର୍ବାଧିକ ସ୍କୋର ୧୦୭ ରନ୍ ରହିଛି ।


Share It

Comments are closed.