ପନ୍ତଙ୍କ ସ୍ଥାନରେ ଦିଲ୍ଲୀ ଦଳରେ ସୁଯୋଗ ପାଇଲେ ୨୦ ବର୍ଷୀୟ ଖେଳାଳି ଅଭିଷେକ ପୋରେଲ


IPL 2023 କୁ ଆଉମାତ୍ର ୨ ​​ଦିନ ବାକି ଅଛି । ଏହାପୂର୍ବରୁ ଅଭିଷେକ ପୋରେଲ (Abhishek Porel) ନାମକ ଜଣେ ୨୦ ବର୍ଷୀୟ ଖେଳାଳି ଦିଲ୍ଲୀ କ୍ୟାପଟାଲ୍ସ (Delhi Capitals) ନିୟମିତ ଅଧିନାୟକ ଋଷଭ ପନ୍ତଙ୍କ (Rishabh Pant )ବଦଳରେ ଦଳରେ ସୁଯୋଗ ପାଇଛନ୍ତି । ଏହି ଯୁବ ଖେଳାଳି ଘରୋଇ କ୍ରିକେଟରେ ବେଙ୍ଗଲ ପାଇଁ ଖେଳନ୍ତି । ଯଦିଓ ତାଙ୍କର ଦଳରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ଜାରି କରାଯାଇନାହିଁ ।

ଅଭିଷେକ ପୋରେଲ ଯଦି ଏହି ସିଜିନରେ ଦିଲ୍ଲୀ ପାଇଁ ପ୍ଲେଇଂ ଇଲେଭେନରେ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ସେ ନିଜକୁ ପ୍ରମାଣ କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଇବେ । ଅଭିଷେକଙ୍କ ଆଗମନ ସହ ଦିଲ୍ଲୀ ନିୟମିତ ୱିକେଟ୍ କିପର ଖୋଜିବାର ଅଧ୍ୟାୟରେ ବିରାମ ଲାଗିଛି । ଅଭିଷେକ ପୋରେଲ ୩ଟି ଟି-୨୦ ଇନିଂସରେ ମାତ୍ର ୨୨ ରନ ସ୍କୋର କରିଛନ୍ତି, କିନ୍ତୁ ଅଭ୍ୟାସ ମ୍ୟାଚରେ ସେ ବହୁତ ପ୍ରଭାବିତ କରିଥିଲେ, ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ପନ୍ତଙ୍କ ସ୍ଥାନ ନେବାକୁ ରାଜି ହୋଇଥିଲା । ଡିସେମ୍ବର ୨୦୨୨ ରେ ଋଷଭ ପନ୍ତ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ପରେ ସେ ପଡ଼ିଆକୁ ଫେରିବାରେ ସକ୍ଷମ ହୋଇ ନାହାଁନ୍ତି । ସେ ସମ୍ପୁର୍ଣ୍ଣ ଋକଭରି ପାଇଁ ଆହୁରି ଅନେକ ସମୟ ଲାଗିବ । ସେ ଋକଭରି କରି ନଥିବାରୁ ଚଳିତ ଆଇପିଏଲରେ ସେ ଦଳର ଅଂଶ ହୋଇପାରିବେ ନାହିଁ । ତାଙ୍କ ସ୍ଥାନରେ ଡେଭିଡ ୱାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକତ୍ୱ ଦିଆଯାଇଛି । ବର୍ତ୍ତମାନ ଅଭିଷେକ ପୋରେଲଙ୍କୁ ଦଲରେ ୱିକେଟ୍ କିପର ଭାବେ ସାମିଲ କରାଯାଇଛି ।

ଅଭିଷେକ ପୋରେଲଙ୍କ କ୍ରିକେଟ୍ କ୍ୟାରିୟର
ଅଭିଷେକ ପୋରେଲଙ୍କୁ ମାତ୍ର ୨୦ ବର୍ଷ ବୟସ । ସେ ୧୬ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୬୯୫ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ସେ ୬ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। କୁହାଯାଏ ଯେ ଏହି ଯୁବ ଖେଳାଳିଙ୍କ ପାଖରେ ବଡ଼ ବଡ଼ ଛକା ଲଗାଇବାର କ୍ଷମତା ଅଛି । ଯଦି ଏହି ଯୁବ ଖେଳାଳି ଆଇପିଏଲରେ ଖେଳିବାର ସୁଯୋଗ ପାଆନ୍ତି, ତେବେ ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ହେବ ।

ଆଇପିଏଲ୍ ୨୦୨୩ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍
ଡେଭିଡ ୱାର୍ନର (ଅଧିନାୟକ), ପୃଥ୍ଵୀ ଶ, ରିପଲ ପଟେଲ, ରୋଭମାନ ପାୱେଲ, ସରଫରାଜ ଖାନ, ୟଶ ଧୁଲ, ମିଚେଲ ମାର୍ଶ, ଲଲିତ ଯାଦବ, ଅଭିଷେକ ପୋରେଲ (ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍), ଅକ୍ଷର ପଟେଲ, ଏନରିକ୍ ନୋର୍କିଆ, ଚେତନ ସାକାରିଆ, କମଲେଶ ନାଗେରେକୋଟି, ଲୁଙ୍ଗି ଏନଙ୍ଗିଡି, ମୁସ୍ତାଫିଜୁର ରହମାନ, ଅମନ ଖାନ, କୁଲଦୀପ ଯାଦବ, ପ୍ରବୀଣ ଦୁବେ, ବିକି ଓସ୍ତୱାଲ, ଇଶାନ୍ତ ଶର୍ମା, ଫିଲ୍ ସଲ୍ଟ, ମୁକେଶ କୁମାର, ମନୀଷ ପାଣ୍ଡେ, ରେଲି ଋଷୋ ।


Share It

Comments are closed.