ସୁର୍‌ୟା ରୋଶ୍‌ନିର ହାଇ ୱାଟେଜ୍ ବ୍ୟାଟେନ୍‌ର ବଜାର ପ୍ରବେଶ


ଭୁବନେଶ୍ୱର : ଲାଇଟିଙ୍ଗ୍‌, ଫ୍ୟାନ୍‌, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଓ ପିଭିସି ପାଇପ୍ ପାଇଁ ଭାରତର ଅନ୍ୟତମ ବିଶ୍ୱସନୀୟ ବ୍ରାଣ୍ଡ ସୁର୍‌ୟା ରୋଶ୍‌ନି ପକ୍ଷରୁ ନିକଟରେ ‘ମେଟାଲିକା’ ସିରିଜ୍ ସହିତ ଏହାର ବିସ୍ତୃତ ରେଞ୍ଜର ହାଇ ୱାଟେଜ୍ ବ୍ୟାଟେନ୍‌ର ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦର ରେଞ୍ଜ ୨୦ରୁ ୬୦ ୱାଟ୍ ମଧ୍ୟରେ ରହିଛି । ଏହି ରେଞ୍ଜ ବହୁଉଦ୍ଦେଶୀୟ ଅଟେ ଯାହାକୁ ଘରୋଇ କିମ୍ବା ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏହି ରେଞ୍ଜ୍‌କୁ ଏହାର ସୌନ୍ଦର୍ଯ୍ୟତା ସମେତ, ଆଖିର ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି ।

ଏହି ଅବସରରେ ସୁର୍‌ୟା ରୋଶ୍‌ନିର ଲାଇଟିଙ୍ଗ୍ ଆଣ୍ଡ୍ କଞ୍ଜୁମର ଡ୍ୟୁରାବୁଲ୍ସ ବିଭାଗର ସିଇଓ ଶ୍ରୀ ଜିତେନ୍ଦ୍ର ଅଗ୍ରୱାଲ କହିଛନ୍ତି, ‘ ସୁର୍‌ୟାରେ ଆମେ ଏକ ପ୍ରଗତିଶୀଳ ଓ ସୁସ୍ଥ ସମାଜ ପାଇଁ ନିୟମିତ ଭାବେ ଉଦ୍ୟମ କରିଥାଉ । ଏକ ପରିବେଶ ଅନୁକୂଳ ସ୍ଥାୟୀ ମାଧ୍ୟମରେ ଗୁଣବତା ଓ ଉଦ୍ଭାବନ ସହିତ ଆମର ଉପଭୋକ୍ତାଙ୍କ ଦୈନନ୍ଦିନ ଜୀବନକୁ ପୂରଣ କରିବା ଉପରେ ଆମେ ଗରୁତ୍ୱ ଦେଇଥାଉ । ସମସ୍ତ ବୟସ ବର୍ଗର ଲୋକେ ଉଜ୍ଜ୍ୱଳତା ଓ ଅଧିକ ଆଲୋକ ଆବଶ୍ୟକ କରୁଥିବାରୁ ଆମର ସଦ୍ୟତମ ଅଧ୍ୟୟନ ଉପରେ ଆଧାର କରି ସୁର୍‌ୟା ପକ୍ଷରୁ ହାଇ ୱାଟେଜ୍ ଏଲ୍‌ଇଡି ବ୍ୟାଟେନ୍‌ର ଲଂଚ୍ କରାଯାଇଛି ଯାହା ଅଧିକ ଆଲୋକ ପ୍ରଦାନ କରିବା ସହିତ ଶକ୍ତି ଦକ୍ଷ ଓ ଦେଖିବାକୁ ଆକର୍ଷଣୀୟ ଅଟେ ।’

ନିଜ ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ୱାସ୍ଥ୍ୟକର କରିବା ପାଇଁ କମ୍ପାନୀ ଅନୁଭୂତି, ପ୍ରଯୁକ୍ତି ଓ ଉଦ୍ଭାବନର ବ୍ୟବହାର କରିଆସୁଛି । ନିକଟରେ ବ୍ରାଣ୍ଡ ପକ୍ଷରୁ ସମାଜର ସମସ୍ତ ବର୍ଗର ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ବୁଝିବା ପାଇଁ ଏକ ପ୍ରୟାସ କରାଯାଇଥିଲା । ସମଗ୍ର ମାନବଜାତି ଉଚ୍ଚମାନର ଓ ପର୍ଯ୍ୟାପ୍ତ ଫଙ୍କ୍‌ଶନାଲ ଲାଇଟିଂର ଆବଶ୍ୟକ କରୁଛି ବୋଲି କମ୍ପାନୀ ଜାଣିବାକୁ ପାଇଛି ଏବଂ ଏହି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ କରିଛି ।


Share It

Comments are closed.