ଇନୋଭେଟ୍ ଓଡିଶାରେ ସୃଜନଶୀଳତା ଉପରେ ମାନସମନ୍ଥନ

. ୨୦ରୁ ଅଧିକ ଅଭିନବ ଫାଇନାଲିଷ୍ଟ ଓ ୩୦୦ରୁ ଅଧିକ ଅଂଶଗ୍ରହଣକାରୀ । . ୧୫ ଜଣ ବିଶିଷ୍ଟ ବକ୍ତା ଓ ୩୦ ଜଣ କର୍ପୋରେଟ୍ ସହଯୋଗୀ


ଭୁବନେଶ୍ୱର, ୧୯ ଫେବୃଆରୀ ୨୦୨୩: ଏଆଇସି-ନାଳନ୍ଦା ଓ କାରଖାନା ମେକର୍‌ସ୍ପେଶ୍ ପକ୍ଷରୁୁ ଫେବୃଆରୀ ୧୯ଓ ୨୦ ତାରିଖ ୨୦୨୩ରେ ଭୁବନେଶ୍ୱରର ଏଆଇସି-ନାଳନ୍ଦା ଇନ୍‌କ୍ୟୁବେଶନ ସେଂଟର୍‌ଠାରେ ‘ଇନୋଭେଟ୍ ଓଡିଶା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯାହା ସୃଜନଶୀଳ ଚିନ୍ତକମାନଙ୍କ ଉଜ୍ଜ୍ୱଳ ଓ ଅଭିନବ ବିଚାରଗୁଡିକୁ ଆଲୋକିତ କରିଛି । ଇନୋଭେଟ୍ ଓଡିଶା ହେଉଛି ଇଞ୍ଜିନିୟର, ଅଣ-ଇଞ୍ଜିନିୟର, ଛାତ୍ରଛାତ୍ରୀ, ପ୍ରଫେସ୍‌ନାଲଙ୍କ ପାଇଁ ସହଭାଗିତା କରିବା ଏବଂ ବିଭିନ୍ନ ଆହ୍ୱାନପୂର୍ଣ୍ଣ ସମସ୍ୟାଗୁଡିକର ଅଭିନବ ସମାଧାନ ନିର୍ମାଣ କରିବା ଲାଗି ଏକ ପ୍ଲାଟ୍‌ଫର୍ମ ।
ଏହି ୨୪ ଘଂଟିଆ ହ୍ୟାକାଥନ ଇଂଟରନେଟ୍ ଅଫ୍ ଥିଙ୍ଗ୍‌ସ, କ୍ଲାଉଡ୍‌, ଏଆଇ, ଫ୍ୟୁଚର ମୋବିଲିଟି, ଆପ୍ଲାଏଡ୍ ରୋବୋଟିକ୍ସ, ମେଟାଭର୍ସ ଓ ୱେବ୍ ୩.୦ ଭଳି ଫ୍ୟୁଚରିଷ୍ଟିକ୍ ଟେକ୍ନୋଲୋଜି ଉପରେ ଆଧାରିତ ଥିଲା । ଏହାଛଡା ଫାଉଣ୍ଡର୍‌ସ ଟକ୍‌, ମ୍ୟୁଜିକ୍ ନାଇଟ୍ ଓ କମ୍ୟୁନିଟି ଟକ୍ ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ଥିଲା । ସରକାର ଓ କର୍ପୋରେଟ୍ ଦୁନିଆର ବିଶିଷ୍ଟ ଅତିଥିମାନେ ଯୁବ ଓ ଉତ୍ସାହୀ ଉଦ୍ଭାବକଙ୍କ ସହିତ ନିଜର ମୂଲ୍ୟବାନ ବିଚାର ଓ ଅନୁଭୂତିଗୁଡିକୁ ସେୟାର କରିବେ ।
୩୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮୦ ଜଣଙ୍କୁ ୨୦ଟି ଫାଇନାଲିଷ୍ଟ ଟିମ୍‌ରେ ଚୟନ କରାଯାଇଥିଲା । ସେହିପରି ୧୫ ଜଣରୁ ଅଧିକ ବିଶିଷ୍ଟ ବକ୍ତା ଓ ୩୦ରୁ ଅଧିକ କର୍ପୋରେଟ୍ ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ଥିଲେ । ବିଜେତା ଓ ରନର୍ସ ଅପ୍‌ଙ୍କ ପାଇଁ ଉତ୍ସାହଜନକ ନଗଦ ପୁରସ୍କାର ଇନୋଭେଟ୍ ଓଡିଶାକୁ ଉଦ୍ଭାବକଙ୍କ ପାଇଁ ବହୁପ୍ରତିକ୍ଷୀତ କାର୍ଯ୍ୟକ୍ରମରେ ପରିଣତ କରିବ ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମ ଲିମିଟେଡ୍ (ଓଡିଶା ଓ ଛତିଶଗଡ)ର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ନିଜ ସମ୍ବୋଧନରେ କହିଛନ୍ତି, ‘ଆମକୁ ଏହିଭଳି ପ୍ରଡକ୍ଟ ହ୍ୟାକାଥନଗୁଡିକୁ ପ୍ରୋତ୍ସାହିତ କରିବାକୁ ହେବ ଯାହା ଇଣ୍ଡଷ୍ଟ୍ରୀ ୪.୦ ପ୍ରଡକ୍ଟ ଓ ସର୍ଭିସ୍‌ଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବ ।’ ସେ ଆହୁରି ମଧ୍ୟ କହିଥିଲେ, ଏହି ହ୍ୟାକାଥନ ସମୟରେ କରାଯାଇଥିବା ସମସ୍ତ ଉଦ୍ଭାବନଗୁଡିକର ତାଲିକାକୁ ଶିଳ୍ପ ସଂଘ ଓ ଅନ୍ୟ ସମ୍ବନ୍ଧିତ ସଂସ୍ଥାଗଡିକ ସହ ସେୟାର କରାଯିବା ଉଚିତ ଯାହାଫଳରେ ବିଜ୍‌ନେସ୍ ଇନ୍‌କ୍ୟୁବେଟର୍ ଓ ଶିଳ୍ପରେ କରାଯାଇଥିବା ଉଦ୍ଭାବନଗୁଡିକ ମଧ୍ୟରେ ବାଧାହୀନ ଏକତ୍ରୀକରଣକୁ ସୁନିଶ୍ଚିତ କରିବ ।’
ଏଆଇସି-ନାଳନ୍ଦାର ସିଇଓ ଶ୍ରୀ ଦେବ୍‌ଜ୍ୟୋତି ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଛନ୍ତି, ‘ଏଆଇସି-ନାଳନ୍ଦାରେ ଆମେ ଦୃଢତାର ସହ ବିଶ୍ୱାସ କରୁ ଯେ, ସତେଜ ମସ୍ତିଷ୍କ ସର୍ବୋତମ ଉଦ୍ଭାବନ ସୃଷ୍ଟି କରିଥାଏ ଯେଉଁ କାରଣରୁ ଆମେ ଏକ ଇନ୍‌କ୍ୟୁବେଟର ଭାବେ ସବୁବେଳେ ଶିକ୍ଷାର ସମସ୍ତ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥାଉ ।’
କାରଖାନା ମେକର୍‌ସ୍ପେଶ୍‌ର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ସିଦ୍ଧାର୍ଥ ଭଟ୍ଟର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥବଲେ ।
ଇନୋଭେଟ୍ ଓଡିଶା ରାଜ୍ୟର ବିଭିନ୍ନ କଲେଜ ଓ ୟୁନିଭର୍ସିଟିଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅସାଧାରଣ ପ୍ଲାଟ୍‌ଫର୍ମ ଭାବେ ନିଜକୁ ପ୍ରମାଣିତ କରିବାକୁ ଯାଉଛି । ଏହା ସେମାନଙ୍କୁ ଉଦ୍ଭାବନ କରିବା ପାଇଁ ନିଜର ସୃଜନଶୀଳତାକୁ ବ୍ୟବହାର କରିବା ଓ ନୂଆ ବିଚାର ଆବିଷ୍କାର କରିବା ପାଇଁ ସକ୍ଷମ କରିବ । ଏହି ହ୍ୟାକାଥନ ଜିତିବା ଅପେକ୍ଷା ଶିଖିବା ଉପରେ ଅଧିକ ଗୁରୁତ୍ୱ ଦେଉଛି ଏବଂ ଭାରତର ପ୍ରକୃତ ଅଭିବୃଦ୍ଧି କାହାଣୀକୁ ପୁଣିଥରେ ଲେଖିବା ପାଇଁ ପ୍ରଭାବୀ ସମାଧାନଗୁଡିକୁ ବିକଶିତ କରିବା ଓ ଏହାର ଆବଶ୍ୟକତା ପୂରଣ କରିବା ଲାଗି ଏହା ସମସ୍ତ ସୃଜନଶୀଳ ଚିନ୍ତକଙ୍କ ପାଇଁ ଏକ ଉତ୍ସାହଜନକ ସୁଯୋଗ ହେବ ।

 


Share It

Comments are closed.