ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ


ଭୁବନେଶ୍ୱର: ଇଟଂରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନ୍ (ଆଇଏନ୍‌ଆଇଏଫ୍‌ଡି) ଭୁବନେଶ୍ୱର ପକ୍ଷରୁ ରବିବାର ହୋଟେଲ୍ ୱେଲକମ୍ ବାଏ ଆଇଟିସିରେ ଆକର୍ଷଣୀୟ ବାର୍ଷିକ ଡିଜାଇନ୍ ସୋ’ ‘ନବ୍ୟତା ୨୦୨୩’ ଆୟୋଜନ କରାଯାଇଛି । ଯେଉଁଥିରେ ବଲିଉଡ୍ କଳାକାର ଶ୍ରୀ ଅମନ ବର୍ମା, ଆଇଏନ୍‌ଆଇଏଫ୍‌ଡିର ଗ୍ଲୋବାଲ୍ ସିଇଓ ଶ୍ରୀ ଅନିଲ ଖୋସ୍‌ଲା ଓ ପ୍ରଫେସର-ଆର୍କିଟେକ୍ଟ ରାଜକୁନାୱାନ ନାୟକ ଏବଂ ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର କେନ୍ଦ୍ରର ନିର୍ଦ୍ଦେଶକ, ଆଶୁତୋଷ ପଣ୍ଡା ଅତିଥି ଭାବେ ଯୋଗ ଦେଇଛନ୍ତି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ, ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝି ଏବଂ ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ର ଯୋଗଦେଇଛନ୍ତି ।
ଏହି ଡିଜାଇନ୍ ସୋ’ରେ ଅନୁଷ୍ଠାନର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ଚମତ୍କାର ଫେସନ ଓ ଇଟେଂରିୟର ଡିଜାଇନ୍‌କୁ ପ୍ରଦର୍ଶିତ କରିଥିଲେ । ଅନୁଷ୍ଠାନର ଆଲୁମିନିଙ୍କୁ ମଧ୍ୟ ନବ୍ୟତା ୨୦୨୩ରେ ସେମାନଙ୍କ କଳାତ୍ମକ ପରିକଳ୍ପନାକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରାଯାଇଥିଲା । ଓଡ଼ିଆ ହାସ୍ୟ କଳାକାର ପପୁ ପମ୍ ପମ୍‌, ଓଲିଉଡ୍ ଅଭିନେତ୍ରୀ ଜାସ୍ମିନ ରଥ, ଅଭିନେତା ଅଭିଶେକ ପଣ୍ଡା ଓ ସଙ୍ଗୀତ ଜଗତର ଚର୍ଚ୍ଚିତ ଚେହେରା ମୃଣମୟୀ ସୋ’ ଷ୍ଟପର ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ ।
ଏହି ଐତିହାସିକ ମୁହୂର୍ତରେ ମେଧାବୀ ସ୍କିଲ୍‌ସ ବିଶ୍ୱବିଦ୍ୟାଳୟ ଏବଂ ଏନ୍‌ଏସ୍‌ଡିସିର ଧନ୍ଦାମୂଳକ ପାଠ୍ୟକ୍ରମକୁ ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି, ଶିଳ୍ପ ଜଗତର ବିଶେଷଜ୍ଞମାନେ ଯୋଗ ଦେଇଥିଲେ ଯାହା ଡିଜାଇନ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ରୂପାନ୍ତରୀତ ପର୍ଯ୍ୟାୟକୁ ଦର୍ଶାଉଛି ।
ଏହି ଅବସରରେ ବଲିଉଡ୍ ଅଭିନେତା, ଅମନ ବର୍ମା କହିଛନ୍ତିଯେ, “ଡିଜାଇନ୍ କ୍ଷେତ୍ରରେ ଦକ୍ଷ ପ୍ରଫେସନାଲମାନଙ୍କ ଚାହିଦା ବଢ଼ିବାରେ ଲାଗିଛି । ବଜାର ଆବଶ୍ୟକ କରୁଥିବା ପ୍ରତିଭା ଅନୁସାରେ ଆଇଏନ୍‌ଆଇଏଫ୍‌ଡିର ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାର ପାଠ୍ୟକ୍ରମଗୁଡ଼ିକୁ ସ୍ୱତନ୍ତ୍ର ଆବଶ୍ୟକତା ଏବଂ ଜାତୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ ଅନୁସାରେ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି ।”
ଆଇଏନଆଇଏଫ୍‌ଡିର ଗ୍ଲୋବାଲ୍ ସିଇଓ, ଶ୍ରୀ ଅନିଲ ଖୋସଲା କହିଛନ୍ତିଯେ, “ଏହି ପାଠ୍ୟକ୍ରମଗୁଡ଼ିକ ଡିଗ୍ରି ଓ ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କ ମୂଳଦୁଆ ଦୃଢ଼ କରି ସେମାନଙ୍କୁ ପ୍ରାକ୍ଟିକାଲ୍ ଅନୁଭବ ପ୍ରଦାନ କରିବ । ପ୍ରାକ୍ଟିକାଲ୍ ତାଲିମ ସେମାନଙ୍କ ସୃଜନଶୀଳତା, ନିଷ୍ପତି ଗ୍ରହଣ କରିବାର ଦକ୍ଷତା ଏବଂ ନିଯୁକ୍ତି ସମ୍ଭାବନାରେ ଉନ୍ନତି ଆଣିବ ଓ ତାହା ସେମାନଙ୍କୁ ନୂୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ବି. ଭିଓସି, ଏମ୍‌. ଭିଓସି ଓ ବି.ଡିଇଏସ୍ ଭଳି ୟୁଜିସି ଅନୁମୋଦିତ ଡିଗ୍ରି ପ୍ରଦାନ କରିବ ।”
ଆଇଏନଆଇଏଫ୍‌ଡି ଭୁବନେଶ୍ୱର କେନ୍ଦ୍ରର ନିର୍ଦ୍ଦେଶକ, ଶ୍ରୀ ଆଶୁତୋଷ ପଣ୍ଡା ଆଇଏନଆଇଏଫ୍‌ଡିର ପ୍ରତିବଦ୍ଧତା ବିଷୟରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନେ ଯେଭଳି ପେସାଦାର ଜୀବନରେ ଏବଂ ବିଶ୍ୱ ଦରବାରରେ ପରିଚୟ ହାସଲ କରିପାରିବ ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯାଉଥିବା କହିଥିଲେ ।
ଦୀର୍ଘ ୨୮ ବର୍ଷର ପରମ୍ପରା ସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ ଡିଜାଇନ (ଆଇଏନଆଇଏଫ୍‌ଡି) ଦେଶରେ ଡିଜାଇନ ଶିକ୍ଷାରେ ବିପ୍ଳବ ଆଣିଛି । ଭବିଷ୍ୟତ ଲକ୍ଷ୍ୟ, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଏବଂ ଗବେଷଣା, ନବସୃଜନ, ଓ ଉଦ୍ୟମିତା ପ୍ରତି ପ୍ରତିବଦ୍ଧତା ସହ ଏହା ଡିଜାଇନ ଦୁନିଆରେ ହେଉଥିବା ଦ୍ରୁତ ପରିବର୍ତନରେ ଆଗରେ ରହିଛି ।
୨୦୧୮ରେ ଆଇଏନଆଇଏଫ୍‌ଡି ଭୁବନେଶ୍ୱର କେନ୍ଦ୍ର ସ୍ଥାପନ କରାଯାଇଥିଲା । ନିଯୁକ୍ତି କ୍ଷେତ୍ରରେ ଏହା ଚମତ୍କାର ସଫଳତା ହାସଲ କରିଥିବା ବେଳେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ନିଯୁକ୍ତି ହାସଲ କରିଛନ୍ତି । ସେମାନଙ୍କ ଭିତରୁ ଦୁଇ ଜଣ ଲାକ୍‌ମି ଫେସନ ୱିକରେ ଭାଗ ନେବାର ସୁଯୋଗ ପାଇଛନ୍ତି । ଶିକ୍ଷାଗତ ଓ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି ପାଇଁ ଏହା ଗୁଣାତ୍ମକ ତାଲିମ ଓ ଫାକଲ୍‌ଟି ପ୍ରଦାନ କରୁଛି ।
ଆଇଏନ୍‌ଆଇଏଫ୍‌ଡି  ଭୁବନେଶ୍ୱର ଆୟୋଜନ କରିଥିବା ନବ୍ୟତା ୨୦୨୩ ହେଉଛି ଫେସନ ଡିଜାଇନ ଦୁନିଆରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା ଡିଜଇନ ଶିଳ୍ପରେ ପିଲାମାନଙ୍କୁ ସମୃଦ୍ଧ କରିବା ଏବଂ ନବସୃଜନକୁ ଆଗକୁ ବଢ଼ାଇବାରେ ଅନୁଷ୍ଠାନର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।


Share It

Comments are closed.