ଗୋଲ୍ଡ କୋଷ୍ଟରେ ଭାରତ ଜିତିଲା ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ


ଚଳିତ କମନ ୱେଲଥ ଗେମ ଗୋଲ୍ଡ କୋଷ୍ଟ ୨୦୧୮ରେ ଭାରତ ଅଦ୍ୟାବିଧି ୨ଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ସିଲଭର ପଦକ ହାସଲ କରିପାରିଛି । ଅଷ୍ଟ୍ରଲିଆରେ ଆୟୋଜିତ ଏହି ଗୋଲ୍ଡ କୋଷ୍ଟ ୨୦୧୮ର ଉତ୍ସବ ଏପ୍ରିଲ ୪ ପ୍ରାରମ୍ଭ ହୋଇଥିଲା । ଗୋଲ୍ଡ କୋଷ୍ଟର ପ୍ରଥମ ଦିନ ତଥା ଏପ୍ରିଲ ୫ରେ ମଣିପୁରର ୨୪ ବର୍ଷିୟ ମିରାବାଇ ଚାନ୍ନୁ ୪୮ କେଜି ବର୍ଗର ମହିଳା ୱେଟଲିଫ୍ଟ ବିଭାଗରେ ସ୍ୱର୍ଣ୍ଣ ପଦକ ଏବଂ ପୁରୁଷ ୱେଟଲିଫ୍ଟ ୫୬ କେଜି ବର୍ଗରେ ପି ଗୁରୁରାଜା ରୌପ୍ୟ ପଦକ ହାସଲ କରିଥିଲେ । ଦ୍ୱିତୀୟ ଦିନରେ ସଂଜୀତା ଚାନୁ ୫୩ କେଜି ବର୍ଗର ୱେଟଲିଫ୍ଟ ବିଭାଗରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ୨୪ ବର୍ଷିୟ ଏହି ମଣିପୁରୀ ୱେଟଲିଫ୍ଟର ସଂଜୀତା ଚାନୁ ମାତ୍ର ୨୦ ବର୍ଷ ବୟସରେ ୨୦୧୪ କମନ ୱେଲଥ ଗେମରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଭାରତ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ପଦକ ସୂଚୀରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୬ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ସହିତ ପ୍ରଥମ ସ୍ଥାନରେ ଏବଂ ୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ସହିତ ଅଷ୍ଟ୍ରେଲିଆ ଦିତ୍ୱୀୟ ସ୍ଥାନରେ ରହିଛନ୍ତି ।

ରିପୋର୍ଟେଡ – ସ୍ୱର୍ଣ୍ଣପ୍ରଭା ମଙ୍ଗରାଜ


Share It

Comments are closed.