ବଲିଉଡରେ ପାଦ ଥାପିବେ ନିଆ ଶର୍ମା


ଟେଲିଭିଜନ ଜଗତର ଚର୍ଚ୍ଚିତ ନାୟିକା ନିଆ ଶର୍ମା ଖୁବ ଶୀଘ୍ର ବଲିଉଡରେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଆସୁଥିବା ବେଳେ ସେ ୨୦୧୭ରେ ଏସିଆର ସେକ୍ସିଏଷ୍ଟ ମହିଳା ଭାବେ ୫୦ ଜଣଙ୍କ ମଧ୍ୟରେ ରହିଥିଲେ । ନିଆ ପୂର୍ବରୁ ବିକ୍ରମ ଭଟ୍ଟଙ୍କ ସହିତ ଟି୍ୱଷ୍ଟେଡ ଆଣ୍ଡ ଅନଟଚେବଲିଟି ଏକ ୱେବ ସିରିଜରେ କାର୍ଯ୍ୟ କରିସାରିଛନ୍ତି । ଭୌତିକ କାହାଣୀ ଉପରେ ପର୍ଯ୍ୟବେସିତ ବିକ୍ରମ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରରେ ନିଆ ମୁଖ୍ୟ ଭୂମିକାରେ ନଜରରେ ଆସିବେ । ଏହି ଚଳଚ୍ଚିତ୍ରର ଅନ୍ୟାନ୍ୟ କଳାକାର ସ୍ପଷ୍ଟ ନହେଇଥିଲେ ମଧ୍ୟ ନିଆଙ୍କ ଉପସ୍ଥିତିକୁ ବିକ୍ରମ ଭଟ୍ଟଙ୍କ ପ୍ରଯୋଜନା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ନିଆ ଶର୍ମା ୨୦୧୧ ମସିହାରେ ଷ୍ଟାର ପ୍ଲସର “ଏକ ହଜାରୋ ମେଁ ମେରି ବେହନା ହୈ÷” ସିରିଏଲ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ । ପରେ ସେ ଜମାଇ ରାଜା,କମେଡି ନାଇଟ୍ସ ବଜାଓ, ଖତରୋ କେ ଖିଲାଡି ପରି ବିଭିନ୍ନ ରିଆଲିଟି ସୋ ଏବଂ ଫ୍ୟାସନ ସୋରେ ନଜରରେ ଆସିଥିଲେ । ବିକ୍ରମ ଭଟ୍ଟ କେବଳ ନିଜ ଫିଲ୍ମର କାହାଣୀ ନୁହେଁ ସେ ନିଆ ଶର୍ମାଙ୍କ ଡେବ୍ୟୁ ଦ୍ୱାରା ମଧ୍ୟ ଦର୍ଶକଙ୍କୁ ସରପ୍ରାଇଜ କରିବାକୁ ଚାହୁଁଛନ୍ତି ।

ରିପୋର୍ଟେଡ – ସ୍ୱର୍ଣ୍ଣପ୍ରଭା ମଙ୍ଗରାଜ


Share It

Comments are closed.