ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଜିତିବା ଏତେ ସହଜ ହୋଇନପାରେ


ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କଡ୍ଡା ଟକ୍କର ହେବାକୁ ଆଉ ମତ୍ର ୪ ଦିନ ବାକି ରହିଛି । ଉଭୟଙ୍କ ମଧ୍ୟରେ ପ୍ରଥମେ ଟି-୨୦ ଫର୍ମାଟ ଖେଳାଯିବାକୁ ଥିବା ବେଳେ ଭାରତ ପାଇଁ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ହରାଇବା ପାଇଁ ଏତେ ସହଜ ହୋଇନପାରେ । କାରଣ ଏହି ଫର୍ମାଟରେ ଭାରତକୁ ଟକ୍କର ଦେବା ପାଇଁ ଅଷ୍ଟ୍ରେଲିଆ ପାଖରେ ଜବରଦସ୍ତ ଖେଳାଳୀ ରହିଛନ୍ତି । ହୁଏତ ଅଷ୍ଟ୍ରେଲିଆ ଖେଳାଳୀ ପୂର୍ବ ଭଳି ଫର୍ମରେ ନଥାଇ ପାରନ୍ତି କିନ୍ତୁ ସେମାନେ ନିଜ ଘରୋଇ ମାଟିରେ ସମସ୍ତ ଅସମ୍ଭବକୁ ସମ୍ଭବରେ ପରିଣତ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରିବେ ନାହିଁ ।
ସବୁଠାରୁ ମୁଖ୍ୟ କଥା ହେଲା, ଭାରତରେ ଯେଉଁ ଅଷ୍ଟ୍ରେଲିଆ ଖେଳାଳୀ ଉନ୍ନତ ପ୍ରଦର୍ଶନ କରିପାରି ନାହାନ୍ତି, ସେମାନେ ନିଜ ଘରୋଇ ମାଟିରେ ଭାରତୀୟ ବୋଲରମାନଙ୍କ ପାଇଁ ଭାରୀ ପଡିପାରନ୍ତି । କାରଣ ନିଜ ଘରୋଇ ମାଟିରେ ଏମାନଙ୍କ ଠାରୁ ବଡ ହିରୋ ଆଉ କେହି ନାହାନ୍ତି । ତେବେ ଆସନ୍ତୁ ସେହି ଖେଳାଳୀଙ୍କ ଉପରେ ନଜର ପକାଇବା ।

ଡାର୍ସି ସର୍ଟ –

ଆଇପିଏଲର ୧୧ତମ ସଂସ୍କରଣରେ ରାଜସ୍ଥାନ ରୟାଲ ପକ୍ଷରୁ ଖେଳୁଥିବା ଏହି ବାମ ହାତୀ ଅଷ୍ଟ୍ରେଲିଆ ଖେଳାଳି ଭାରତୀୟ ମାଟିରେ ସଂପୂର୍ଣ୍ଣ ଫ୍ଲପ ରହିଥିଲେ । ଡାର୍ସି ଭାରତରେ ୭ଟି ମ୍ୟାଚ ଖେଳି ମାତ୍ର ୧୧୫ ରନ ସଂଗ୍ରହ କରିଥିଲେ । ଭାରତରେ ଫ୍ଲପ ରହିଥିବା ଏହି ଖେଳାଳୀ ନିଜ ଘରୋଇ ମାଟିରେ ଭାରତ ପାଇଁ ବଡ ବିପଦ ହୋଇପାରନ୍ତି । ଅଷ୍ଟ୍ରେଲିଆର ବାଉନସର ଭରା ପିଚରେ ଖେଳିବାରେ ଡାର୍ସିଙ୍କର ଏଠାରେ ଭଲ ରେକର୍ଡ ରହିଛି । ନିକଟ କିଛି ଦିନ ତଳେ ଡାର୍ସି, କୁଇନ୍ସଲ୍ୟାଣ୍ଡ ସହ ଏକ ବିସ୍ପୋରକ ଇଂନିସ ଖେଳିଥିଲେ, ଯେଉଁଥିରେ ୨୩ଟି ଚୌକା ମାରି ୨୫୭ର ଏକ ଧୂଆଁଧାର ଇଂନିସ ଖେଳିଥିଲେ । ଆନ୍ତର୍ଜାତିକ ଟି-୨୦ ଫର୍ମାଟରେ ତାଙ୍କ ଷ୍ଟ୍ରାଇକ ରେଟ ୪୦ ପାଖା ପାଖି ରହିଛି ।

ଆରନ ଫିଞ୍ଚ –

ଆଇପିଏଲ ୧୧ରେ ଅଷ୍ଟ୍ରେଲିଆର ଟି-୨୦ ଫର୍ମାଟର ଅଧିନାୟକ ଆରନ ଫିଞ୍ଚଙ୍କ ପ୍ରଦର୍ଶନ ବହୁତ ନୌରାଶ୍ୟଜନକ ଥିଲା । ସେ ପଞ୍ଜାବ ତରଫରୁ ୧୦ଟି ମ୍ୟାଚ ଖେଳି ମାତ୍ର ୧୩୪ ରନ ସଂଗ୍ରହ କରିପାରିଥିଲେ । ସେ ଗତ ସଂସ୍କରଣରେ ଗୋଟେ ବି ଅର୍ଦ୍ଧଶତକ ଲଗାଇପାରି ନାହାନ୍ତି । କିନ୍ତୁ ଯେତେବେଳେ ଆନ୍ତର୍ଜାତିକ ଟି-୨୦ ମ୍ୟାଚର କଥା ଆସିଯାଏ, ତେବେ ଫିଞ୍ଚ ଭୟଙ୍କର ମୁଡକୁ ଚାଲି ଆସନ୍ତି । ଟି-୨୦ରେ ଦୁଇଟି ଶତକ ଲଗାଇଥିବା ଫିଞ୍ଚଙ୍କର ଭାରତ ବିପକ୍ଷରେ ଭଲ ରେକର୍ଡ ମଧ୍ୟ ରହିଛି । ଫିଞ୍ଚ ଟି-୨୦ରେ ୧୭୨ ରନର ସବୁଠାରୁ ବଡ ଇଂନିସ ଖେଳିବାର ରେକର୍ଡ ମଧ୍ୟ ରହିଛି । ଭାରତ ବିପକ୍ଷରେ ଫିଞ୍ଚଙ୍କ ଷ୍ଟ୍ରାଇକ ରେଟ ୪୩ ରହିଛି ।

ଗ୍ଲେନ ମ୍ୟାକ୍ସୱେଲ-

ଗତ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ତରଫରୁ ମ୍ୟାକ୍ସୱେଲ ୧୨ଟି ମ୍ୟାଚ ଖେଳି ୧୬୯ ରନ ସଂଗ୍ରହ କରିଛନ୍ତି । ଚଳିତ ଆଇପିଏଲରେ ମ୍ୟାକ୍ସୱେଲ କୌଣସି ବି ଅର୍ଦ୍ଧଶତକ ହାସଲ କରିନଥିବାବେଳେ କିନ୍ତୁ ଆନ୍ତର୍ଜାତିକ ଟି-୨୦ କ୍ରିକେଟ ମ୍ୟାଚରେ ଯେତେବେଳେ ମ୍ୟାକ୍ସୱେଲ ନାମ ଉଠେ ସେତେବେଳେ ବୋଲରଂଙ୍କ ଛାତି ଥରି ଉଠେ । ମ୍ୟାକ୍ସୱେଲ ଟି-୨୦ରେ ଏକ ଶତକ ମଧ୍ୟ ଲଗାଇଛନ୍ତି ।


Share It

Comments are closed.