ପ୍ରିୟଙ୍କାଙ୍କ ବିବାହ ପ୍ରସ୍ତୁତି ଆରମ୍ଭ, ଏହି ବିଳାସମୟ ହୋଟେଲରେ ହେବ ବିବାହ


ରଣବୀର ସିଂହ ଏବଂ ଦୀପିକା ପାଦୁକନଙ୍କ ପରେ ଏବେ ପ୍ରିୟଙ୍କା ଏବଂ ନିକି ଜୋନସ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୂତାବକ ଉଭୟ ଏହି ବର୍ଷ ଶେଷ ଆଡକୁ ବିବାହ କରିବେ ବୋଲି ନିଷ୍ପତି ନେଇଥିବାବେଳେ ବିବାହ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ସରି ଜୋରସେ ଆରମ୍ଭ ହୋଇଗଲାଣି ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ସେ ଅନ୍ୟ ମାନଙ୍କ ଭଳି ବିଦେଶରେ ବିବାହ କରିବେ ନାହିଁ ବରଂ ନିଜ ଦେଶୀ ଅନ୍ଦାଜରେ ରାଜସ୍ଥାନର ଜୋଧପୁରସ୍ଥିତ ‘ତାଜ ଅମେଦ ଭବନ’ରେ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି । ଯେଉଁଥିପାଇଁ ସେ ହୋଟେଲକୁ ବର୍ତ୍ତମାନ ଠାରୁ ବୁକ କରିସାରିଥିବା ସୂଚନା ମଧ୍ୟ ମିଳିଛି । ଏହା ସହ ଉଭୟଙ୍କ ବିବାହ ଏଠାରେ ରାଜକୀୟ ଢଙ୍ଗରେ କରାଯିବ ବୋଲି ଖବର ମଧ୍ୟ ଆସୁଛି ।

ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକମାନେ ଖୁବ ଉତ୍ସାହିତ ରହିଥିବାବେଳେ ସେ ନିଜ ନିର୍ବନ୍ଧରେ ନିକିଙ୍କ ସହ ଥିବା ସଂପର୍କକୁ ଔପଚାରିକ ରୂପେ ମଧ୍ୟ ଘୋଷଣା କରିଛନ୍ତି । ଯାହା ପର ଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ବିବାହକୁ ନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଅନୁଷ୍କା ଏବଂ ଦୀପିକାଙ୍କ ଠାରୁ ଭିନ୍ନ ହୋଇ ପ୍ରିୟଙ୍କା ଭାରତରେ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି । ପ୍ରିୟଙ୍କାଙ୍କ ବିବାହ ଏବଂ ତାଙ୍କର ପରମ୍ପରାର ବିଧିବିଧାନ ତିନି ଦିନ ଧରି ଏହି ହୋଟେଲରେ ଚାଲିବ । ଡିସେମ୍ବର ୧ରେ ତାଙ୍କର ମେହେନ୍ଦୀ ପରମ୍ପରା ରହିଥିବାବେଳେ ୨ରେ ବିବାହ ସଂପନ୍ନ ହେବ । ଏହି ବିଳାସମୟ ହୋଟେଲରେ ତିନି ଦିନ ଯାଏଂ ବିବାହ ରିତିନୀତି ଚାଲିବ ।

ଆସନ୍ତା ମାସ ଆରମ୍ଭରୁ ହିଁ ପରସ୍ପରଙ୍କ ବିବାହ ହେବ ବୋଲି ଉଭୟଙ୍କ ପରିବାର ପକ୍ଷରୁ ଦିନ ଧାର୍ଯ୍ୟ କରିଥିଲେ ।
ପ୍ରିୟଙ୍କା ଚୋପ୍ରା ଏବଂ ନିକିଙ୍କ ବିବାହ ଉତ୍ସବରେ ଅନେକ ବଲିଉଡ କଳାକାରଙ୍କ ସମେତ ହଲିଉଡ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ଏଥିରେ କୌଣସି ସନ୍ଦେହ ନାହିଁ ।

ପ୍ରିୟଙ୍କା ବର୍ତ୍ତମାନ ନିଜ ଆଗମୀ ଫିଲ୍ମର ସୁଟିଙ୍ଗ ଭାରତରେ କରୁଥିବାବେଳେ ଯୋଧପୁରରେ ନିଜ ବିବାହ ପାଇଁ ହେଉଥିବା ପ୍ରସ୍ତୁତିରେ ଯାଞ୍ଚ ମଧ୍ୟ କରୁଛନ୍ତି ।


Share It

Comments are closed.