ଭାରତ ପାଇଁ ସମସ୍ୟା ପାଲଟିଲେ ୨ ଖେଳାଳି, କ୍ୟାପଟେନ୍ ରୋହିତଙ୍କ ପାଖରେ ନାହାନ୍ତି ତାଙ୍କର ବିକଳ୍ପ


ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ଏସିଆ କପ୍‌ରେ ଖୁବ୍ ସୁନ୍ଦର ବ୍ୟାଟିଂ କରିଥିଲା। ଟିମ୍ ଟୁର୍ଣ୍ଣାମେଣ୍ଟରେ ନିଜର ଗ୍ରୁପ ରାଉଣ୍ଡ ବେଳେ ମ୍ୟାଚ୍ ଜିତିଥିଲା ଓ ସୁପର-୪ରେ ସ୍ଥାନ ପକ୍କା କରିଥିଲା। ସୁପର-୪ରେ ଟିମ୍‌କୁ ଏବେ ୩ଟି ମ୍ୟାଚ୍‌ ଖେଳିବାର ଅଛି।ଭାରତୀୟ ଟିମ୍‌ ପୂର୍ବ ମ୍ୟାଚ୍‌ରେ ଚିର ପ୍ରତିଦ୍ୱନ୍ଦି ପାକିସ୍ତାନଠାରୁ ୫ ଓ୍ବିକେଟରେ ଜିତିଥିଲା। ଭୁବନେଶ୍ବର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥିଲେ। ଟିମ୍‌ ଦ୍ବିତୀୟ ମ୍ୟାଚ୍‌ରେ ହଂକଂକୁ ୪୦ ରନ୍‌ରେ ହରାଇଥିଲା। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ଦୁହେଁ ଅପରାଜିତ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ।

ରୋହିତଙ୍କ ପାଇଁ ସବୁ ବଡ ଚିନ୍ତା ୨ ଟି ଦ୍ରୁତ ବୋଲର ଅଛନ୍ତି। ବାମ ହାତର ଯୁବ ବୋଲର ଅର୍ଶଦୀପ ସିଂହ ଓ ଆଭେଶ ଖାନ୍ ଦୁହେଁ ଆଶା ଅନୁସାରେ ପ୍ରଦର୍ଶନ କରିନାହାନ୍ତି। କେବଳ ସେତିକି ନୁହେଁ ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ରେ ଟିମ୍‌ ଇଣ୍ଡିଆର ୩ ଟି ଦୃତ ବୋଲରଙ୍କୁ ସାମିଲ କରାଯାଇଛି। ଅର୍ଥାତ ଦ୍ରୁତ ବୋଲର ରୋହିତଙ୍କ ପାଖରେ ବିକଳ୍ପ ମଧ୍ୟ ନାହିଁ।ଅର୍ଶଦୀପ ସିଂହ ଏସିଆ କପ୍‌ର ୨ଟି ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ୭.୫ ଓଭର ବୋଲିଂ କରିଛନ୍ତି ଓ ୯.୮୨ ଇକୋନୋମିରେ ରନ୍‌ ଦେଇଛନ୍ତି, ଯାହାକି ଖରାପ ରହିଛି। ସେ ଏପର୍ଯ୍ୟନ୍ତ ୩ଟି ଓ୍ବିକେଟ ନେଇସାରିଛନ୍ତି। ୩୩ ରନ୍ ଦେଇ ୨ଟି ଓ୍ବିକେଟ ନେବା ସବୁଠାରୁ ଭଲ ପ୍ରଦର୍ଶନ ରହିଛି। ସେ ଏପର୍ଯ୍ୟନ୍ତ ୭୭ ରନ୍‌ ଦେଇ ସାରିଛନ୍ତି। ଆଭେଶ ଖାନଙ୍କ ବିଷୟରେ ଯଦି କଥା ହେବା ତେବେ ସେ ଏପର୍ଯ୍ୟନ୍ତ ୧୨ ଇକୋନୋମିରେ ରନ୍ ଦେଇଛନ୍ତି। ଏହାଦ୍ବାରା ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ଆହୁରି ବଢାଇ ଦିଆଯାଇଛି। ସେ ଏପର୍ଯ୍ୟନ୍ତ ୬ ଓଭର ବୋଲିଂ କରିଛନ୍ତି ଓ ୭୨ ରନ୍‌ କରିଛନ୍ତି। ସେ ଏପର୍ଯ୍ୟନ୍ତ ୨ଟି ଓ୍ବିକେଟ ନେଇ ସାରିଛନ୍ତି।

ଭାରତୀୟ ଟିମ୍‌ର ତୃତୀୟ ଦ୍ରୁତ ବୋଲର ରୂପରେ ଭୁବନେଶ୍ବର କୁମାରଙ୍କୁ ସ୍ଥାନ ମିଳିଛି। ସେ ଏପର୍ଯ୍ୟନ୍ତ ୭ ଓଭରରେ ୪୧ ରନ୍‌ ଦେଇଛନ୍ତି ଓ ୫ଓ୍ବିକେଟ ନେଇଛନ୍ତି। ଇକୋନୋମି କେବଳ ୫.୮୫ ରହିଛି, ଯାହାକି ଟି-୨୦ ହିସାବରେ ଖୁବ୍ ସୁନ୍ଦର ରହିଛି। ସେ ପାଓ୍ବାରପ୍ଲେ ଓ ଡେଥ୍ ଓଭରରେ ବୋଲିଂ କରନ୍ତି। ପାକିସ୍ତାନ ବିପକ୍ଷରେ ସେ ୨୬ ରନ୍ ଦେଇ ୪ ଓ୍ବିକେଟ ନେଇଥିଲେ। ଦୃତ ବୋଲର ଦୀପକ ଚାହର ଆଘାତ ପରେ ଜିମ୍ବାଓ୍ବେ ଗସ୍ତରୁ ଫେରିଥିଲେ, କିନ୍ତୁ ଏସିଆ କପ୍‌ରେ ତାଙ୍କ ୧୫ ସଦସ୍ୟ ଟିମ୍‌ରେ ସ୍ଥାନ ମିଳିନଥିଲା। ସେ ଷ୍ଟାଣ୍ଡବାୟ ଭାବରେ ସାମିଲ କରାଯାଇଥିଲେ। ଏଭଳି ସ୍ଥିତିରେ କୌଣସି ଖେଳାଳିଙ୍କୁ ଆଘାତ ଲାଗିବା କାରଣରୁ ସେ ଟିମ୍‌ରେ ସାମିଲ ହୋଇପାରନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ପାକିସ୍ତାନ ବିପକ୍ଷରେ ସେ ୪ ଓଭରରେ ୨୫ ରନ୍‌ ଦେଇ ୩ ଓ୍ବିକେଟ ନେଇଥିଲେ। ଭାରତୀୟ ଟିମ୍ ପାଖରେ ବୋଲର ଲେଗ୍‌ ସ୍ପିନର ରବି ବିଷ୍ନୋଇ ଓ ଅଫ୍ ସ୍ପିନର ଆର ଅଶ୍ବିନ ରହିଛନ୍ତି। ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ ପ୍ଲେଇଂ ୧୧ ରେ ସ୍ଥାନ ମିଳିଥିଲା।

 


Share It

Comments are closed.