ଚୀନକୁ ଆର୍ଥିକ ଚୋଟ ଦେବା ପାଇଁ ଅଂଟା ଭିଡୁଛି ଭାରତ, ଚୀନ ସାମଗ୍ରୀଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ମାଗିଲେ ସରକାର


ପୂର୍ବ ଲଦାଖରେ ସୀମା ଉପରେ ଚୀନ ସୈନିକଙ୍କ ଧୋକା ପରଠାରୁ ଭାରତ ଏବେ ଚୀନକୁ ପ୍ରତ୍ୟେକ ଉପାୟରେ କଡ଼ା ଯବାବ ଦେଖା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛି । ସୈନ୍ୟ ଏବଂ କୂଟନୀତି ସହିତ ଭାରତ ଆର୍ଥିକ ରୂପେ ମଧ୍ୟ ଚୀନକୁ କଡ଼ା ଜବାବ ଦେବା ପାଇଁ ଅଂଟା ଭିଡୁଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ଉଦ୍ୟୋଗୁଡ଼ିକ ଠାରୁ ବିଦେଶରୁ ବିଶେଷ କରି ଚୀନରୁ ଆସୁଥିବା ସାମଗ୍ରୀଗୁଡ଼ିକ ବିଷୟରେ ବିସ୍ତୃତ ବିବରଣୀ ମାଗିଛନ୍ତି । ଏହାଣ ଉଦ୍ଦେଶ୍ୟ ହେଉଛି ଚୀନରୁ ଆସୁଥିବା ସମାଗ୍ରୀଗୁଡ଼ିକର ଆମଦାନୀକୁ ରୋକିବା ଏବଂ ଘରୋଇ ବିନିର୍ମାଣକୁ ପୋତ୍ସାହିତ କରିବା ।
ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଏବେ ଚୀନ ଉପରୁ ନିର୍ଭରଶୀଳତାକୁ କମାଇବାର ପ୍ରୟାସ କରୁଛନ୍ତି । ସୂତ୍ର ଅନୁଯାୟୀ ନୀକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରାଯାଇଛି ।
ଉଦ୍ୟୋଗଗୁଡ଼ିକୁ ଚୀନରୁ ଆସୁଥିବା କିଛି ସାମଗ୍ରୀ ଏବଂ କଂଚାମାଲ ବିଷୟରେ ସୂଚନା ଦେବାପାଇଁ କୁହାଯାଇଥିଲା । ସୂତ୍ର ଅନୁଯାୟୀ ଏହି ସାମଗ୍ରୀ ଗୁଡ଼ିକରେ ହାତଘଂଟା, କାନ୍ଥଘଂଟା, ଗ୍ଲାସ, ରଡ୍‌ସ ଓ ଟ୍ୟୁବ୍‌ସ, ହେୟର କ୍ରିମ, ହେୟର ଶାମ୍ପୁ, ଫେସ ପାଉଡର, ଆଇ ଆଣ୍ଡ ଲିପ ମେକଅପ, ପ୍ରିଟିଙ୍ଗ ହଂକ, ପେଂଟ୍‌ସ ୱାର୍ଣ୍ଣିସ ତଥା ତମ୍ବାଖୁର କିଛି ଉତ୍ପାଦ ସାମିଲ ଥିଲା । ଏପ୍ରିଲ ୨୦୧୯ରୁ ଫେବୃଆରୀ ୨୦୨୦ ମଧ୍ୟରେ ଭାରତ ଚୀନଠାରୁ ୬୨.୪ ଅରବ ଡଲାରର ଆମଦାନୀ କରିଥିଲା, ଯେବେକି ଏହି ସମୟରେ ଚୀନକୁ ଭାରତର ରପ୍ତାନୀ କେବଳ ୧୫.୫ ଅରବ ଡଲାର ଥିଲା ।
ମଗାଯାଇଥିବା ଅନ୍ୟାନ୍ୟ ବିବରଣୀଗୁଡ଼ିକରେ ୨୦୧୪-୧୫ ଏବଂ ୨୦୧୮-୧୯ ମଧ୍ୟରେ ଆମଦାନୀ ବୃଦ୍ଧି ସଂଖ୍ୟା, ଘରୋଇ ସାମଗ୍ରୀଗୁଡ଼ିକର ଘରୋଇ ମୂଲ୍ୟ ଯାହାକି ଏଠାରେ ପ୍ରସ୍ତୁତ କରାଯାଇଛି, ଘରୋଇ ତମ୍ବାଖୁ, ମୁକ୍ତ ବ୍ୟବସାୟ ବୁଝାମଣା ଅନୁଯାୟୀ ଆମଦାନୀ ଆଦି ପ୍ରସଙ୍ଗ ସାମିଲ ଥିଲା । ଭାରତ ଅନେକ ଥର ଚୀନ ସହିତ ବ୍ୟବସାୟୀକ କ୍ଷତିକୁ ନେଇ ଚିନ୍ତା ଜାହିର କରିସାରିଛି । ଏପ୍ରିଲ-ଫେବୃଆରୀ ସମୟରେ ଏହା ପାଖାପାଖି ୪୭ ଅରବ ଡଲାର ରହିଥିଲା ।


Share It

Comments are closed.