ବିଶ୍ୱକପ ଫାଇନାଲ୍ ପୂର୍ବରୁ ମହମ୍ମଦ ସାମିଙ୍କୁ ମିଳିଲା ବଡ଼ ଭେଟି


ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ (Mohammed Shami,Indian cricketer) ବିଶ୍ୱକପ ବିଜୟ ପୂର୍ବରୁ ଯୋଗୀ ସରକାର ( UP CM Yogi Adityanath)ଦେଲେ ବଡ଼ ଭେଟି। ଯାହା ମହମ୍ମଦ ସାମିଙ୍କ (Mohammed Shami) ପାଇଁ କୌଣସି ବିଜୟ ଠାରୁ କମ୍ ନୁହେଁ। ବିଶ୍ୱକପ ସେମି ଫାଇନାଲରେ (ICC Cricket World Cup 2023 semi-final) ସାମି ଏପରି କିଛି କରିଥିଲେ, ଯାହାକୁ ଦେଖି ସ୍ତବ୍ଧ ହୋଇ ଯାଇଥିଲା ପୂରା ଦେଶ। ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ (World Cup 2023 final) ମ୍ୟାଚ୍। ଏହା ଉପରେ ସାରା ବିଶ୍ୱର ନଜର। ଟ୍ରଫି ହାତେଇବ କିଏ? ତେବେ, ଆସନ୍ତୁ ଜାଣିବା ଯୋଗୀ ସରକାରଙ୍କ ମହମ୍ମଦ ସାମିଙ୍କ ପାଇଁ କେଉଁ ବଡ଼ ଘୋଷଣା କରିଛନ୍ତି?(cm yogi adityanath special gift for mohammed shami)…
ଉତ୍ତରପ୍ରଦେଶର ଏକ ଛୋଟିଆ ଗାଁର ଜଣେ ଗରିବ ଚାଷୀ ପରିବାରର ପୁଅ ହେଉଛନ୍ତି ମହମ୍ମଦ ସାମି (Mohammed Shami,Indian cricketer)। ବିଶ୍ବକପ୍ ସେମି ଫାଇନାଲର ସାମିଙ୍କ ଦମଦାର ପ୍ରଦର୍ଶନ ପରେ, ଯୋଗୀ ସରକାର ମହମ୍ମଦ ସାମିଙ୍କ ଭିଟାମାଟି ଆମ୍ରୋହୋ-ସାହସପୁର ଗାଁରେ (Sahaspur in Amroha, Uttar Pradesh) ଏକ ମିନି ଷ୍ଟାଡିୟମ ନିର୍ମାଣ (mohammed shami stadium in shami village) କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଗାଁର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହାପରେ ବିଭାଗୀୟ ଅଧିକାରୀମାନେ ସାମିଙ୍କ ଗାଁରେ ପହଞ୍ଚିଥିଲେ। ଷ୍ଟାଡିୟମ ପାଇଁ ଜମି ଖୋଜିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାମିଙ୍କ ପରିବାର ମଧ୍ୟ ଏହି ଗାଁରେ ଦିର୍ଘ ବର୍ଷ ହେବ ରହି ଆସୁଛନ୍ତି । ସାମି ମଧ୍ୟ ଏଠାକୁ ଅଧିକାଂଶ ସମୟରେ ଆସନ୍ତି।


Share It

Comments are closed.