କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ


ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୮ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ…
ମେଷ: ନିଜ ସ୍ୱାସ୍ଥ୍ୟ ବିଷୟକୁ ନେଇ ଚିନ୍ତିତ ରହିବେ। ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ। ଦୁଃସମ୍ବାଦ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ। ଦୂରଯାତ୍ରା ନକରିବା ଭଲ।
ବୃଷ: ଦୃଢମନା ହେବେ। ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ। ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମିଥୁନ: ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ। ଜରୁରୀ କାର୍ଯ୍ୟ କିମ୍ବା ନିର୍ଣ୍ଣୟ ନିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥନଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ବ୍ୟାପରରେ ବାଧା ଆସିପାରେ। ଦୂରଯାତ୍ରାକୁ ସ୍ଥଗିତ ରଖନ୍ତୁ।
କର୍କଟ: ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ। କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ଆୟ ଉତ୍ତମ ହେବ। ପାରିବାରିକ ସୁଖଶାନ୍ତି ଲାଭ କରିବେ।
ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭପ୍ରଦ ହେବ। ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ। ପୂର୍ବରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ।
କନ୍ୟା: ଦେହ ଓ ମନ ଭଲ ରହିବ। ଦିନଟିରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ। ବ୍ୟବସାୟ ଲାଭପ୍ରଦ ହେବ। ଆୟ ବୃଦ୍ଧି ପାଇବ। ପଡୋଶୀମାନଙ୍କ ସହ ମଧୁରତା ହେଖା ଦେବ। ପାରିବାରିକ ଜୀବନ ଶାନ୍ତରେ କଟିବ। ମଜଲିସରେ ଦିନ କାଟିବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ।


Share It

Comments are closed.