ଗତ ୨୪ ଘଂଟା ଭିତରେ ୨୧,୮୨୧ ନୂଆ କରୋନା ପଜିଟିଭ ଚିହ୍ନଟ


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଦ୍ୟତନ ଅନୁଯାୟୀ ଗୁରୁବାର ଦିନ ଦେଶରେ ୨୧,୮୨୧ ନୂତନ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨୯୯ ଜଣଙ୍କ ମୃତ୍ୟୁ ଘଟିଛି।


ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧୦,୨୬୬,୬୭୪ ରେ ପହଞ୍ଚିଛି। ସକାଳ ୮ ଟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଦ୍ୟତନ ଅନୁଯାୟୀ ସକ୍ରିୟ ମାମଲା ସଂଖ୍ୟା ୨୬୭,୬୫୬ କୁ ହ୍ରାସ ପାଇଥିବାବେଳେ ୯,୮୬୦,୨୮୦ ରୋଗୀ ଆରୋଗ୍ୟ ହୋଇଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏହି ଭାଇରସରେ ୨୯୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ୧,୪୮,୭୩୮ ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।


Share It

Comments are closed.