ଅଗଷ୍ଟ ମାସରେ ଦୁନିଆରେ ସବୁଠାରୁ ଅଧିକ ମାମଲା ଭାରତରୁ ଆସିଛି, ଏଭଳି ସ୍ଥିତି ରହିଲେ ବ୍ରାଜିଲକୁ ମଧ୍ୟ ପାର କରିଯିବ ଭାରତ


ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ସରକାର ତଥା ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ନଅ ଦିନ ଧରି ୫୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପ୍ରଥମ ଥର ପାଇଁ ଶୁକ୍ରବାର ଦିନ ୬୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା ଏବଂ ୮୮୬ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଦେଶରେ ମୋଟ କରୋନା ମାମଲା ୨୦ ଲକ୍ଷ ୨୭ ହଜାରରୁ ଅଧିକରହିଛି ।

ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସରେ ଭାରତରେ ସର୍ବାଧିକ ସଂଖ୍ୟକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ଆମେରିକା ଏବଂ ବ୍ରାଜିଲକୁ ମଧ୍ୟ ପଛରେ ପକାଇ ଦେଇଛି। ତେବେ ମୃତ୍ୟୁ ଦୃଷ୍ଟିରୁ ଭାରତ ଏବେ ମଧ୍ୟ ତୃତୀୟ ସ୍ଥାନରେ ରହିଛି।

ଅଗଷ୍ଟ ମାସର ପ୍ରଥମ ଛଅ ଦିନରେ ଭାରତରେ ୩,୨୮,୨୦୩ ନୂତନ ମାମଲା ଚିହ୍ନଟ ହୋଇଥିବାବେଳେ ଆମେରିକାରେ ୩,୨୬,୧୧୧ଟି ନୂତନ ମାମଲା ଏବଂ ବ୍ରାଜିଲରେ ୨,୫୧,୨୬୪ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଏହି ଆକଳନ ୱାର୍ଲ୍ଡମିଟର ଅନୁଯାୟୀ ଅଟେ | ଏହି ଦିନ ମଧ୍ୟରେ, ଚାରି ଦିନ ବିତିଗଲାଣି ଯେତେବେଳେ ଭାରତରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ଦେଖିବାକୁ ମିଳିଥିଲା ​​| ଅଗଷ୍ଟ ୨, ୩, ୫ ଏବଂ ୬ ରେ ଭାରତ ବିଶ୍ବରେ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ କରିଥିଲା। ଗୁରୁବାର ଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି, ଯାହା ତିନି ଦେଶ ତୁଳନାରେ
ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ୨୦ ଲକ୍ଷରେ ପହଞ୍ଚିବାରେ ସବୁଠାରୁ ଦୃତ ଆକଳନ ଅଟେ । ଭାରତରେ ସଂକ୍ରମଣର ବୃଦ୍ଧି ହାର ୩.୧ ପ୍ରତିଶତ, ଯାହା ଆମେରିକା ଏବଂ ବ୍ରାଜିଲ ଠାରୁ ୨ ମିଲିୟନ ସ୍ତରରେ (ବର୍ତ୍ତମାନର ସ୍ତର) ମଧ୍ୟ ଅଧିକ।

ବ୍ରାଜିଲ ଏବଂ ଆମେରିକାରେ ମୃତ୍ୟୁସଂଖ୍ୟାକୁ ଦେଖିଲେ ଅଗଷ୍ଟ ମାସରେ ୬,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଭାରତରେ ଏହି ମାସରେ ୫,୦୭୫ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତମାନ ଭାରତରେ ସଂକ୍ରମଣର ଗତି ଯେଉଁଭଳିଭାବେ ବଢ଼ିଚାଲିଛି ଏଥିରୁ ଲାଗୁଥି ଯେ ଭାରତ ସଂକ୍ରମିତ ରୋଗୀଙ୍କ ମାମଲାରେ ବିଶ୍ବର ସବୁଠାରୁ ବଡ଼ଦେଶ ହୋଇଯିବ । ଜନ୍ ହପକିନ୍ସ କରୋନା ରିସୋର୍ସ ସେଣ୍ଟର ଅନୁଯାୟୀ, ବର୍ତ୍ତମାନ ଆମେରିକାରେ ୪୭, ୮୩,୬୫୭ ରୋଗୀ ଅଛନ୍ତି। ସେହିଭଳି ବ୍ରାଜିଲରେ ୨୯,୧୨,୨୧୨ ରୋଗୀ ଅଛନ୍ତି | ଯଦି ୩୦ ଦିନ ମଧ୍ୟରେ ଦେଶରେ ୨୫ ଲକ୍ଷ ରୋଗୀ ଚିହ୍ନଟ ହୁଅନ୍ତି, ତେବେ ଭାରତ ବ୍ରାଜିଲକୁ ମଧ୍ୟ ପଛରେ ପକାଇଦେବ ।


Share It

Comments are closed.