ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ପାଇଁ ଅନଲାଇନ୍ ଆବେଦନ ଆହ୍ୱାନ


ଆଇଆଇଏମ୍ ସମ୍ବଲପୁର କାମ୍ପସ୍‌ରେ ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ପାଇଁ ନାମଲେଖା ଆରମ୍ଭ
ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ପାଇଁ ଆବେଦନର ଶେଷ ତାରିଖ ୨୦୨୪ ମାର୍ଚ୍ଚ ୩୧
ଅଧିକ ବିବରଣୀ ଓ ବ୍ରୋସର ପାଇଁ ପରିଦର୍ଶନ କରନ୍ତୁ: https://iimsambalpur.ac.in/executive-mba
ଏମ୍‌ବିଏ ପ୍ରୋଗାମ୍ (୨୦୨୪-୨୦୨୬)
ସମ୍ବଲପୁର: ପରିଚାଳନା କ୍ଷେତ୍ରରେ ଅଭିନବ ଚିନ୍ତାଧାରାକୁ ସମନ୍ୱିତ କରିବା, ଜଟିଳ ବ୍ୟବସାୟିକ ସମସ୍ୟାର ସମାଧାନ କରିବା, ମାନବ ସମ୍ବଳଙ୍କୁ ପରିଚାଳନା କରିବା ଏବଂ ଦୃଢ଼ ସାଂଗଠନିକ ଲିଡର୍ ଭାବେ କାର୍ଯ୍ୟ କରିବା ପାଇଁ ଆଇଆଇଏମ୍ ସମ୍ବଲପୁରରେ ଦୁଇ ବର୍ଷିଆ ଏକ୍‌ଜିକ୍ୟୁଟିଭ୍ ଏମବିଏ ପ୍ରୋଗ୍ରାମ ୨୦୨୪-୨୦୨୬ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୪ ରହିଛି ।
ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ପାଠ୍ୟକ୍ରମକୁ କର୍ମଜୀବୀ ବୃତିିଜୀବୀମାନଙ୍କ ପାଇଁ ମିଶ୍ରିତ ମୋଡ୍‌ରେ ପ୍ରସ୍ତୁତ୍ କରାଯାଇଛି ଏବଂ ସର୍ବନିମ୍ନ ୫୦% ସ୍ନାତକ ମାର୍କ ଏବଂ ଅତି କମରେ ୩ ବର୍ଷର ବୃତିଗତ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରକାର ସୁଯୋଗ ପ୍ରଦାନ କରାଯାଇଛି । ଅଧ୍ୟାପକମାନଙ୍କ ଦ୍ୱାରା ଲାଇଭ୍ ଅଧିବେଶନ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଭାବ ବିନିମୟ ଅନୁଭୂତିମୂଳକ ଶିକ୍ଷାକୁ ସୁଗମ କରିବ । ଏହି ପ୍ରୋଗ୍ରାମ ଉଚ୍ଚ ସଂଜ୍ଞା, ଭିଡିଓ କନଫରେନ୍ସ ଆଧାରିତ ଭର୍ଚୁଆଲ କ୍ଲାସରୁମ୍ (ଭିସିଆର) ଅନଲାଇନ୍ ପ୍ଲାଟଫର୍ମ ଏବଂ ଅଫଲାଇନ ମୋଡ୍ ରେ ପ୍ରଦାନ କରାଯାଉଛି । ଦୃଢ଼ ଉଦ୍ୟୋଗୀ ମାନସିକତା ଥିବା ଏବଂ ଆତ୍ମନିର୍ଭର ଭାରତ ଭଳି ଭାରତ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ଆଗକୁ ନେବାକୁ ଚାହୁଁଥିବା ଲୋକଙ୍କୁ ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ଉପକୃତ କରିବ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ୍ କହିଛନ୍ତି ଯେ ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ପ୍ରୋଗ୍ରାମର ଲକ୍ଷ୍ୟ ହେଉଛି ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ଉଦ୍ୟୋଗୀ ଦକ୍ଷତା ଏବଂ ରଣନୀତିରେ ଉନ୍ନତି ଆଣିବା, ସେମାନଙ୍କ ବ୍ୟକ୍ତିଗତ ବିକାଶକୁ ସକ୍ରିୟ କରିବା, ସଂଗଠନଗୁଡ଼ିକୁ ପରବର୍ତୀ ସ୍ତରକୁ ନେବା ଏବଂ ଦାୟିତ୍ୱବାନ ନେତା ଭାବେ ଉଭା ହେବା । ଏହି ପ୍ରୋଗାମର ବିଶେଷତ୍ୱ ହେଉଛି ଏହାର ପାଠ୍ୟକ୍ରମ ଯାହାକୁ ଉଦ୍ୟୋଗୀ ମାନସିକତା ଥିବା ଲିଡର ଗଠନ ଏବଂ ଡିଜିଟାଲ ରୂପାନ୍ତରଣ, ସ୍ଥାୟିତ୍ୱ, ଦାୟିତ୍ୱବାନ ନେତୃତ୍ୱ, ଡାଟା ଆନାଲିଟିକ୍ସ ଏବଂ କର୍ପୋରେଟ୍ ଉଦ୍ୟୋଗ ଭଳି ଆଗାମୀ କ୍ଷେତ୍ରରେ ବିଶେଷଜ୍ଞତା ପ୍ରଦାନ କରିବା । ସମଗ୍ର ପାଠ୍ୟକ୍ରମ ଢାଂଚା ହେଉଛି କାର୍ଯ୍ୟକ୍ରମକୁ ସମସାମୟିକ ଏବଂ ପ୍ରାସଙ୍ଗିକ କରିବା ।
ଯୋଗ୍ୟତା:
ପ୍ରାର୍ଥୀଙ୍କ ପାଖରେ ନିଶ୍ଚିତ ଭାବେ ରହିବା ଦରକାର:
ସର୍ବନିମ୍ନ ୫୦% ମାର୍କ ସହିତ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ କିମ୍ବା ସମକକ୍ଷ ।
୩ ବର୍ଷର ପରିଚାଳକ / ଉଦ୍ୟୋଗୀ / ବୃତିଗତ ଅଭିଜ୍ଞତା ।
ନାମଲେଖା ପ୍ରକ୍ରିୟା:
ଚୟନ ମାନଦଣ୍ଡ ଏବଂ ବ୍ୟକ୍ତିଗତ ସାକ୍ଷାତକାର (ପିଆଇ) ରାଉଣ୍ଡ ଆଧାରରେ ଚୟନ
ପିଆଇରେ ପ୍ରାର୍ଥୀଙ୍କ ସାମଗ୍ରିକ ପ୍ରଦର୍ଶନ, ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟ ଅଭିଜ୍ଞତା ଆଧାରରେ ଚୂଡ଼ାନ୍ତ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ ।
ନିଯୁକ୍ତିଦାତାଙ୍କ ଠାରୁ “ନୋ ଅବଜେକ୍ସନ ସାର୍ଟିଫିକେଟ୍‌”/ “ସମ୍ମତି ପତ୍ର” ଦାଖଲ କରିବା ।
ଗୁରୁତ୍ୱପୂର୍ଣ୍ଣ ସୂଚନା:
ଏକ୍‌ଜିକ୍ୟୁଟିଭ୍ ଏମବିଏ ପାଠ୍ୟକ୍ରମ ପାଇଁ ଆବେଦନ ସମୟ ସୀମା: ମାର୍ଚ୍ଚ ୩୧, ୨୦୨୪
କୌଣସି ବିବରଣୀ ପାଇଁ, ଦୟାକରି +୯୧ ୯୭୭୭୧୩୨୨୫୮ / ୯୮୧୧୨୧୦୬୧୧ ରେ ଯୋଗାଯୋଗ କରନ୍ତୁ
ଅଧିକ ବିବରଣୀ ଓ ବ୍ରୋସର ପାଇଁ ପରିଦର୍ଶନ କରନ୍ତୁ : https://iimsambalpur.ac.in/executive-mba


Share It

Comments are closed.