ଅମୃତାଞ୍ଜନ ହେଲଥକେୟାର ପକ୍ଷରୁ ଇଲେକ୍ଟ୍ରୋ+ର ଶୁଭାରମ୍ଭ, କ୍ରିକେଟ ତାରକା ଋତୁରାଜ ଗାଏକ୍ୱାଡଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି


ଭୁବନେଶ୍ୱର: ଅମୃତାଞ୍ଜନ ହେଲଥକେୟାର ପକ୍ଷରୁ ଲୋ ସୁଗାର ଭାରିଆଂଟର ଇଲେକ୍ଟ୍ରୋଲାଇଟ ଡ୍ରିଙ୍କ ଇଲେକ୍ଟ୍ରୋ+କୁ ଉନ୍ମୋଚନ କରାଯାଇଛି । ଏହା ଶରୀରରେ ଶକ୍ତିକୁ ବଢ଼ାଇବା ସହ ଜଳୀୟ ଅଂଶ ଅଭାବର ମୁକାବିଲା କରି କ୍ଲାନ୍ତି ଦୂର କରିବ । ଅମୃତାଞ୍ଜନ ପକ୍ଷରୁ ଇଲେକ୍ଟ୍ରୋ+ ପାଇଁ ଭାରତୀୟ କ୍ରିକେଟ ତାରକା ଋତୁରାଜ ଗାଏକୱାଡ଼ଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି ।
ଲୋ ସୁଗାର ଭାରିଆଂଟରେ ଉପଲବ୍ଧ ହୋଇଥିବାରୁ ସ୍ୱାସ୍ଥ୍ୟ ସଚେତନ ଗ୍ରାହକମାନେ ଇଲେକ୍ଟ୍ରୋ+କୁ ପସନ୍ଦ କରିବେ ଯାହା ସେମାନଙ୍କୁ ବିନା ସୁଗାରର ସତେଜତା ପ୍ରଦାନକାରୀ ଡ୍ରିଙ୍କସ ପ୍ରଦାନ କରିବ । ଋତୁରାଜଙ୍କ ପ୍ରଦର୍ଶନ ଭଳି ଇଲେକ୍ଟୋ+ର ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚ ମାନର । ଇଲେକ୍ଟ୍ରୋ+ର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ଋତୁରାଜ ପ୍ରଚାରପ୍ରସାର କରିବେ ।
କଠିନ ଶାରିରୀକ କାର୍ଯ୍ୟକଳାପ ସମୟରେ ଶରୀରରେ ଜଳୀୟ ଅଂଶ ସ୍ତରକୁ ବଜାୟ ରଖିବା ଲାଗି ଇଲେକ୍ଟ୍ରୋ+ର ଉପଯୋଗିତାକୁ ଏକ ନୂଆ ଟିଭି ବିଜ୍ଞାପନରେ ଉପସ୍ଥାପନ କରାଯାଇଛି । ସେଥିରେ ଋତୁରାଜଙ୍କୁ କ୍ରିକେଟ ପଡ଼ିଆରେ କ୍ଲାନ୍ତ ଥିବା ଦେଖିବାକୁ ମିଳିବ ଓ ସେ ସତେଜ ଶକ୍ତି ଖୋଜୁଛନ୍ତି । ସେ ସାଧାରଣ ପାନୀୟଠାରୁ କିଛି ଅଲଗା ଚାହୁଛନ୍ତି । ସେହି ସମୟରେ ଇଲେକ୍ଟ୍ରୋ+ ଶକ୍ତିର ସ୍ତରକୁ ବଢ଼ାଉଥିବା ବେଳେ କୋଷ ସ୍ତରରେ ଜଳୀୟ ଅଂଶ ଅଭାବକୁ ପୂରଣ କରୁଛି ।
ଅମୃତାଞ୍ଜନ ହେଲଥକେୟାର ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶମ୍ଭୁ ପ୍ରସାଦ କହିଛନ୍ତି ଯେ, “ଅମୃତାଞ୍ଜନରେ ଆମେ ଅଭିନବ ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହା ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରୁଛି । ଇଲେକ୍ଟ୍ରୋ+ର ଲୋ ସୁଗାର ଭାରିଆଂଟର ପ୍ରଚଳନ ଆମ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମର ସମର୍ପଣକୁ ସୂଚାଉଛି । ଅମୃତାଞ୍ଜନ ପରିବାରରେ ଋତୁରାଜ ଗାଇକୱାଡଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି କରି ଆମେ ଆନନ୍ଦିତ ଏବଂ ଇଲେକ୍ଟ୍ରୋ+ ସହିତ ତାଙ୍କର ସମ୍ପର୍କ ସାରା ଭାରତରେ ଦର୍ଶକଙ୍କୁ ଅନୁଭବ କରିବ ବୋଲି ଆମେ ବିଶ୍ୱାସ କରୁଛୁ ।”
ଅମୃତଞ୍ଜନ ହେଲ୍ଥ କେୟାର ଲିମିଟେଡର ମୁଖ୍ୟ ମାର୍କେଟିଂ ଅଫିସର ମଣି ଭାଗବତେଶ୍ୱରନ କହିଛନ୍ତି ଯେ, “ଋତୁରାଜ ଗାଏକ୍ୱାଡ ଜୀବନଶକ୍ତି ଏବଂ ସହନଶୀଳତାର ଭାବନାର ୍ରତୀକ ଅଟନ୍ତି । ତାହା ତାଙ୍କୁ ଇଲେକ୍ଟ୍ରୋ+ ପ୍ରତିନିଧିତ୍ୱ କରିବା ପାଇଁ ଉଯୁକ୍ତ ବିକଳ୍ପରେ ପରିଣତ କରିଛି । ଏହି ସମ୍ପର୍କ ସଚେତନତା ସୃଷ୍ଟି କରିବା ଏବଂ ଇଲେକ୍ଟ୍ରୋଲାଇଟ୍ ପାନୀୟକୁ ଉତ୍ସାହିତ ରହିବା ଏବଂ ଦିନସାରା କ୍ଲାନ୍ତିର ମୁକାବିଲା କରିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବିକଳ୍ପ । ଶୀର୍ଷ ପ୍ରଦର୍ଶନ ପ୍ରତି ଋତୁରାଜଙ୍କ ସମର୍ପଣ ତାଙ୍କୁ ହାଇଡ୍ରେସନ୍ ଏବଂ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନକୁ ପ୍ରାଥମିକତା ଦେବାର ଗୁରୁତ୍ୱ ବିଷୟରେ ଗ୍ରାହକଙ୍କୁ ମନେ ପକାଇବ । ଆମେ ଋତୁରାଜ ଗାଏକ୍ୱାଡଙ୍କ ସହ ଏକ ସଫଳ ଭାଗିଦାରୀ ପାଇଁ ଅପେକ୍ଷା କରିଛୁ ଏବଂ ଉତମ ସ୍ୱାସ୍ଥ୍ୟ ଏବଂ ଜୀବନଶକ୍ତି ପାଇଁ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନର ଦୈନନ୍ଦିନ ଆବଶ୍ୟକତା ବିଷୟରେ ଗ୍ରାହକଙ୍କୁ ସଚେତନ କରିବାକୁ ଚାହୁଁଛୁ ।”
ଋତୁରାଜ ଗାଏକ୍ୱାଡ କହିଛନ୍ତି ଯେ,“ଅମୃତଞ୍ଜନ ହେଲଥକେୟାର ସହିତ ଇଲେକ୍ଟ୍ରୋ+ ପାଇଁ ସହଯୋଗିତା ସ୍ଥାନ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଶରୀରରେ ଜଳୀୟ ଅଂଶକୁ ବଜାୟ ରଖିବା କେବଳ ମୋ ଭଳି କ୍ରୀଡ଼ାବିତଙ୍କ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ । ଶୀର୍ଷ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ସୁନିଶ୍ଚିତ କରିବା ଜରୁରୀ । ମୁଁ ଖୁସି ଯେ, ଏଥିପାଇଁ ଆମ ପାଖରେ ଅମୃତଞ୍ଜନ ଇଲେକ୍ଟ୍ରୋ+ ଭଳି ଏକ ସମାଧାନ ରହିଛି । ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଲୋକ ସଚେତନ ହେବେ । ଶରୀରରେ ଉଯୁକ୍ତ ଜଳୀୟ ଅଂଶ ମାନସିକ ସ୍ଥିତି, ସ୍ମରଣଶକ୍ତି ଏବଂ ଧ୍ୟାନ‌ରେ ଉନ୍ନତି ଆଣିବା ସହ ସାମଗ୍ରିକ ସୁସ୍ଥତା ବଜାୟ ରଖିବାରେ ସହାୟକ ହୋଇଥାଏ ।”


Share It

Comments are closed.