କେଶ ଧୋଇବା ବେଳେ କରୁଛନ୍ତି କି ଭୁଲ, ଆପଣାନ୍ତୁ କେଶକୁ ସାମ୍ପ୍ୟୁ କରିବାର ସଠିକ ଉପାୟ


କେଶ ଧୋଇବା ବେଳେ ଆପଣ ଭୁଲ କରୁଥିଲେ ଆପଣଙ୍କ କେଶରେ ବିଭିନ୍ନ ସମସୟା ଦେଖାଯିବାର ସମସ୍ୟା ଦେଖାଯାଇଥାଏ । କେଶ ଝଡା କେଶରେ ରୂପି କେଶର ଫାଟିବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆପଣ କେଶ ଧୋଇବା ସମୟରେ ସଠିକ ଉପାୟ ଅବଲମ୍ବନ କରି କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କେଶ ଧୋଇବାର ସଠିକ ଉପାୟ . . .
୧. ସାମ୍ପ୍ୟୁ କରିବାର ତୁରନ୍ତ ଆଗରୁ କେଶରେ ତେଲ ଲଗାନ୍ତୁ ନାହିଁ କରଂ କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ତେଲ ଲଗାଇ ପରେ କେଶ ଧୁଅନ୍ତୁ ।
୨. ଏହା ପରେ କେଶକୁ ସଠିକ ଭାବେ ଭାଗ ଭାଗ କରନ୍ତୁ ।
୩. ଏହା ପରେ କେଶକୁ ପ୍ରଥମେ ପାଣିରେ ଭଲଭାବେ ଧୁଅନ୍ତୁ ।
୪. କେଶକୁ ପାଣିରେ ଧୋଇବା ପରେ ସାମ୍ପ୍ୟୁ କରନ୍ତୁ । ସାମ୍ପ୍ୟୁକୁ ସିଧାସଳଖଭାବେ କେଶରେ ଲଗାନ୍ତୁ ନାହିଁ । ସାମ୍ପ୍ୟୁରେ ପାଣିରେ ମିଶାଇ କେଶରେ ଲଗାନ୍ତୁ ।
୫. ଏହା ପରେ ସାମ୍ପ୍ୟୁ ସହିତ କେଶର ସ୍କାଲ୍ପକୁ ଭଲଭାବେ ମସାଜ କରନ୍ତୁ ।
୬. ଏହା ପରେ ଥଣ୍ଡା ପାଣିରେ କେଶକୁ ଧୁଅନ୍ତୁ । ହାଲକା ଗରମ ପାଣିରେ ମଧ୍ୟ କେଶକୁ ଧୋଇପାରିବେ । କିନ୍ତୁ ପୁରା ଗରମ ପାଣିରେ କେବେ କେଶ ଧୁଅନ୍ତୁ ନାହିଁ । ଏହା ଦ୍ୱାରା କେଶର ମୂଳ ଶୁଖି ଯାଇଥାଏ ଏବଂ ରୂପି ସମସ୍ୟା ଦେଖାଯାଇଥାଏ ।
୭. ଏହା ପରେ ଭଲ ଭାବେ କେଶର ତଳ ଭାଗରେ କଣ୍ଡିସନର ଲଗାନ୍ତୁ । କଣ୍ଡିସନର କେବେ କେଶର ସ୍କାଲ୍ପରେ ଲଗାଇବେ ନାହିଁ । ଏହା ପରେ ଭଲଭାବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
୮. ଏହା ପରେ କେଶକୁ ଧୋଇଲା ପରେ ଏକ ସଫା ଟାୱେଲରେ କେଶକୁ ଗୁଡାଇ ରଖନ୍ତୁ । କେଶକୁ ସେଥିରେ ଘଷନ୍ତୁ ନାହିଁ । ଏହା ଦ୍ୱାରା ଫଟା କେଶର ସମସ୍ୟା ଦେଖାଯାଇଥାଏ ।


Share It

Comments are closed.