ବିସିକେଆଇସି ସହ ଏମ୍‌ଓୟୁ ସ୍ୱାକ୍ଷର କରିଛି ଅଗ୍ରଣୀ ଶିଳ୍ପ ସଂସ୍ଥା ଆଇଇଏସ୍‌ଏ


ଭୁବନେଶ୍ୱର : ଭାରତରେ କ୍ଲିନ୍‌ଟେକ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଓ ଶକ୍ତି କ୍ଷେତ୍ରରେ ସୂଚନାର ଆଦାନପ୍ରଦାନକୁ ମଜଭୁତ କରିବା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଆ ଏନର୍ଜି ଷ୍ଟୋରେଜ ଆଲିଆନ୍ସ (ଆଇଇଏସ୍‌ଏ), ଓଡିଶାର ଭୁବନେଶ୍ୱର ସିଟି ନଲେଜ ଇନୋଭେଶନ କ୍ଲଷ୍ଟର (ବିସିକେଆଇସି) ଫାଉଣ୍ଡେଶନ ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି । ଏହି ସହଭାଗିତାର ମୂଳ ଉଦ୍ଦେଶ୍ୟ ହେଉଛି ସଦସ୍ୟ ସଂସ୍ଥା ଆଇଇଏସ୍‌ଏ ଓ ବିସିକେଆଇସିର ଶିଳ୍ପ ପେସାଦାରମାନଙ୍କ ମଧ୍ୟରେ ପରସ୍ପର ସହିତ ଏବଂ ଗବେଷଣା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଜନହିତକାରୀ ସଂସ୍ଥା ଓ ଲୋକମାନଙ୍କ ଭଳି ବାହ୍ୟ ହିତାଧିକାରୀଙ୍କ ସହ ଯୋଗାଯୋଗ ବୃଦ୍ଧି କରି ଏକ ମିଳିତ ବିଜ୍ଞାନ ଓ ଟେକ୍ନୋଲୋଜି ଇକୋସିଷ୍ଟମ ସୃଷ୍ଟି କରିବା ।
ଆଇଇଏସ୍‌ଏର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାସ ଏବଂ ବିସିକେଆଇସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆରଙ୍କ ମଧ୍ୟରେ ବିସିକେଆଇସିର ସିଇଓ ଡଃ ନମ୍ରତା ମିଶ୍ର ଏବଂ କିଟ୍‌-ଟିବିଆଇର ଟେକ୍ନୋଲୋଜି ଟ୍ରାନ୍ସଫର ଅଫିସ୍‌ର ସହଯୋଗୀ ଡଃ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଏହି ନୂତନ ସହଭାଗିତା କ୍ଲିନ୍‌ଟେକ ଓ କ୍ଲିନ ଏନର୍ଜି କ୍ଷେତ୍ରରେ ସୂଚନାର ଆଦାନପ୍ରଦାନ ବୃଦ୍ଧି କରିବା, ଟେକ୍ନୋଲୋଜି ସହଭାଗିତାକୁ ବିସ୍ତାର କରିବା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ଅନୁଷ୍ଠାନର ବିଶେଷଜ୍ଞତାକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଦୁଇ ଅନୁଷ୍ଠାନ ଭବିଷ୍ୟତରେ ଏହି କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ଉଦ୍ଭାବନକୁ ସମର୍ଥନ କରିବା ପାଇଁ ଶକ୍ତି, ଶକ୍ତି ରୂପାନ୍ତରଣ ଓ ଗ୍ରୀନ ହାଇଡ୍ରୋଜେନ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି । ଉଭୟ ସହଯୋଗୀ ୟୁଏସ୍‌ଏ, ୟୁକେ ଓ ଇୟୁରେ ଆନ୍ତର୍ଜାତୀୟ ପ୍ରତିପକ୍ଷଙ୍କ ସହ ମିଶି କାର୍ଯ୍ୟ କରିବେ ।
ଏହି ସହଭାଗିତା ସମ୍ପର୍କରେ ଆଇଇଏସ୍‌ଏର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାସ କହିଛନ୍ତି, “ ଏହି ସହଭାଗିତା ଶିଳ୍ପ-ନିର୍ଦ୍ଧିଷ୍ଟ ଆହ୍ୱାନଗୁଡିକର ସମାଧାନ କ୍ଷେତ୍ରରେ ନିୟୋଜିତ ହେବ ଏବଂ ଶିଳ୍ପ ଆବଶ୍ୟକତା ସହ ଜଡିତ ଷ୍ଟାର୍ଟଅପ ଓ ଉଦ୍ଭାବକଙ୍କଠାରୁ ଉଦ୍ଭାବନଗୁଡିକୁ ଅନ୍ୱେଷଣ କରିବ । ଆଇଇଏସ୍‌ଏ ଅତ୍ୟାଧୁନିକ ଆଡ୍‌ଭାନ୍ସଡ ରିସର୍ଚ୍ଚ ଫ୍ୟାସିଲିଟି ଓ ଭିତିଭୂମିର ବିକାଶକକୁ ସମର୍ଥନ କରିବ ।” ସେହିପରି ବିସିକେଆଇସିର ଅଧ୍ୟକ୍ଷ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର କହିଛନ୍ତି, “ଏହି ସହଭାଗିତା ଟେକ୍ନୋଲୋଜି ଟ୍ରାନ୍ସଫର ପ୍ରୋଗ୍ରାମ ସ୍ଥାପନ କରି ଆଂଚଳିକ ପ୍ରଭାବ ସୃଷ୍ଟି କରିବ ଯାହା ସ୍ଥାନୀୟ ଅନୁଷ୍ଠାନଗୁଡିକର ଗବେଷଣା ଫଳାଫଳର ବାଣିଜ୍ୟିକୀକରଣକୁ ସକ୍ଷମ କରିବ । ଏହା ଓଡିଶାରେ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଆଡ୍‌ଭାନ୍ସଡ କ୍ଲିନଟେକ ରିସର୍ଚ୍ଚ ଓ ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟିଗୁଡିକର ବିକାଶରେ ସହଯୋଗ କରିବ ।”

 

 


Share It

Comments are closed.