୨୦୨୪ଏପ୍ରିଲ ନିମନ୍ତେ ଶିକ୍ଷାବୃତି ଘୋଷଣା କରିଛି ଆକାଶ ସମ୍ବଲପୁର


 ସମ୍ବଲପୁର : ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ)ର ସମ୍ବଲପୁର ଶାଖା ପକ୍ଷରୁ ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ବୃତି ଘୋଷଣା କରାଯାଇଛି ।  ପ୍ରଥମ ବୃତି ହେଉଛି ଇନଷ୍ଟାଂଟ ଆଡମିସନ କମ ସ୍କଲାରସିପ ଟେଷ୍ଟ (ଆଇଏସିଏସଟି), ଯାହା ମେଡିକାଲ, ଇଞ୍ଜିନିୟରିଂ ଏବଂ ଫାଉଣ୍ଡେସନ ପାଠ୍ୟକ୍ରମଗୁଡିକରେ ନାମଲେଖା ନିମନ୍ତେ ୯୦% ପର୍ଯ୍ୟନ୍ତ ବୃତି ପ୍ରଦାନ କରୁଛି । ଏଥିସହିତ ଆକାଶ ସହିଦ, ପ୍ରତିରକ୍ଷା କର୍ମଚାରୀ ଏବଂ ଆତଙ୍କବାଦରେ ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ପିଲାମାନଙ୍କୁ ସ୍ୱତନ୍ତ୍ର ରିଆତି ପ୍ରଦାନ କରିବ ।

ଶ୍ରୀ ଅନୁପ ଅଗ୍ରୱାଲ, ଚିଫ ବିଜିନେସ ଅଫିସର, ଆକାଶ ଏଜୁକେସ୍‌ନାଲ ସର୍ଭିସେସ ଲିମିଟେଡ କହିଛନ୍ତି, “ସମଗ୍ର ଭାରତରେ ଛାତ୍ରଛାତ୍ରୀଙ୍କ ପାଇଁ ସୁଲଭ ଏବଂ ପ୍ରଭାବୀ ଶିକ୍ଷାଗତ ସୁଯୋଗ ଯୋଗାଇଦେବାକୁ ଆମେ ଏକନିଷ୍ଠ ରହିଛୁ । ଆଇଏସିଏସଟି ଭଳି ପ୍ରୟାସ ଏବଂ ଆମର ବୃତି କାର୍ଯ୍ୟକ୍ରମଗୁଡିକ ଜରିଆରେ ଆମେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶିକ୍ଷାଗତ ଏବଂ କ୍ୟାରିୟର ଆଶା ପୂରଣ କରିବା ଦିଗରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ସାହସୀ ସଶସ୍ତ୍ର ବାହିନୀ ଜବାନଙ୍କ ପିଲାମାନଙ୍କ ଶିକ୍ଷା ପ୍ରତି ସମର୍ଥନ ଯୋଗାଇଦେବା ପରମ୍ପରା ଜାରି ରଖିବା ନେଇ ଆମେ ଗର୍ବିତ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଓ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ସକାଶେ ପ୍ରତିବଦ୍ଧ ରହିଛୁ ।”

ଏହି ଅବସରରେ ଶାଖା ମୁଖ୍ୟ ନଳିନୀ କାନ୍ତ ମହାପାତ୍ର, ଆଂଚଳିକ ସେଲସ ଓ ବିକାଶ ମୁଖ୍ୟ ବିକାଶ ଦାସ, ଇଞ୍ଜିନିୟରିଂ ଏକାଡେମୀ ମୁଖ୍ୟ ସୁମିତ କୁମାର ଏବଂ ଫାଉଣ୍ଡେସନ ଏକାଡେମୀ ମୁଖ୍ୟ ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଇନଷ୍ଟାଂଟ ଆଡମିସନ କମ ସ୍କଲାରସିପ ଟେଷ୍ଟ (ଆଇଏସିଏସଟି) ଛାତ୍ରଛାତ୍ରୀଙ୍କୁ ତତ୍‌କ୍ଷଣାତ ନାମଲେଖା ନିମନ୍ତେ ତୁରନ୍ତତ୍ତବୃତି ଓ ସୁଯୋଗ ଯୋଗାଇ ଦେଉଛି । ଛାତ୍ରଛାତ୍ରୀ ଏହି ପରୀକ୍ଷା ଅନଲାଇନରେ ଦେଇପାରିବେ ଏବଂ ସେମାନଙ୍କ ଉପାର୍ଜିତ ବୃତି ସମ୍ପର୍କରେ ତତ୍‌କ୍ଷଣାତ ବିସ୍ତୃତ ତଥ୍ୟ ପାଇପାରିବେ, ଯାହା ସେମାନଙ୍କୁ ଆକାଶ ଅଧ୍ୟାପନାମଣ୍ଡଳୀଙ୍କ ଅଭିଜ୍ଞ ମାର୍ଗଦର୍ଶନ ଅଧୀନରେ ତୁରନ୍ତ ନାମଲେଖା ନିମନ୍ତେ ସମର୍ଥ କରାଇବ । ଅନଲାଇନ ଆଇଏସିଏସଟି ଅବଧି ୬୦ ମିନିଟ ରହିବ ଏବଂ ତାହାକୁ ଧାର୍ଯ୍ୟ ପରୀକ୍ଷା ଦିବସଗୁଡିକର ପୂର୍ବାହ୍ନ ୧୦ଟାରୁ ରାତି ୮ଟା ମଧ୍ୟରେ ଦିଆଯାଇପାରିବ ।

ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସେବା ଯୋଗାଉଥିବା ଆଇଏସିଏସଟି ମେଡିସିନ ଓ ଇଞ୍ଜିନିୟରିଂରେ କ୍ୟାରିୟର କରିବା ସକାଶେ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଏକ ମଂଚ ଭାବରେ କାର୍ଯ୍ୟ କରୁଛି । ଆଇଏସିଏସଟି ଜରିଆରେ ଯୋଗାଇ ଦିଆଯାଉଥିବା ବୃତି ମେଡିକାଲ, ଇଞ୍ଜିନିୟରିଂ ଏବଂ ଫାଉଣ୍ଡେସନ କ୍ଲାସରୁମ ପାଠ୍ୟକ୍ରମ ନିମନ୍ତେ ପ୍ରଯୁଜ୍ୟ । ଆଇଏସିଏସଟି ଆକାଶ କମ୍ପ୍ୟୁଟର-ଭିତିକ ପରୀକ୍ଷା (ସିବିଟି) ପ୍ଲାଟଫର୍ମ ଜରିଆରେ ପରିଚାଳନା କରାଯାଉଛି ଏବଂ ତାହାସହିତ ଏହା ଆକାଶ ୱେବସାଇଟ ଓ ଉଭୟ ଆଣ୍ଡ୍ରଏଡ ଓ ଆପଲ ପ୍ଲାଟଫର୍ମ ନିମନ୍ତେ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେସନ ଜରିଆରେ ପରିଚାଳିତ ହେଉଛି ।

ଏହାର ବୃତି ପ୍ରୟାସସମୂହ ସହିତ ଏଇଏସଏଲ ପ୍ରତିରକ୍ଷା କର୍ମଚାରୀଙ୍କ ପିଲାମାନଙ୍କ ଶିକ୍ଷାଗତ ଦିଗକୁ ସମର୍ଥନ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହ ନିମନ୍ତେ ପ୍ରତିବଦ୍ଧ ରହିଛି । ସହିଦଙ୍କ ପିଲାମାନଙ୍କ ନିମନ୍ତେ ଆକାଶ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ ଫି ଛାଡ କରିବ । ଅନୁରୂପ ଭାବରେ ପ୍ରତିରକ୍ଷା କର୍ମଚାରୀ ଏବଂ ଆତଙ୍କବାଦ ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସନ୍ତାନ ସନ୍ତତିଙ୍କ ପାଇଁ ଆଇଏସିଏସଟି ସ୍କୋର ସହିତ ଅତିରିକ୍ତ ୧୦ ପ୍ରତିଶତ ରିଆତି ପ୍ରଦାନ କରାଯିବ । ଏହି ପ୍ରୟାସ ଦ୍ୱାରା ୨୦୧୪ରୁ ଆଜିସୁଦ୍ଧା ୭୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ନିକଟରେ ଅନୁଷ୍ଠିତ ଜେଇଇ ମେନସ ୨୦୨୪ରେ ଏହାର ସଫଳତାକୁ ମଧ୍ୟ ଆକାଶ ପାଳନ କରୁଛି, ଯେଉଁଥିରେ ୪୧,୨୬୩ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି । ଏଥିରେ ଉଲ୍ଲେଖନୀୟ ସଫଳତା ମଧ୍ୟରେ ୪,୧୯୮ ଛାତ୍ରଛାତ୍ରୀ ୯୫ ପର୍ସେଂଟାଇଲ ଏବଂ ତଦୁର୍ଦ୍ଧ୍ୱ ସ୍କୋର କରିଥିବାବେଳେ ୯୩୯ ଛାତ୍ରଛାତ୍ରୀ ୯୯ ଏବଂ ତଦୁର୍ଦ୍ଧ୍ୱ ପର୍ସେଂଟାଇଲ ସ୍କୋର କରିଛନ୍ତି । ହାଇଦ୍ରାବାଦର ରିଷି ଶେଖର ଶୁକ୍ଳା ୧୦୦ ପର୍ସେଂଟାଇଲ ହାସଲ କରିଥିବାବେଳେ କର୍ନାଲର ଅଭିରାଜ ସିଂ, ତିରୁନେଲଭେଲିର ଶ୍ରୀ ରାମ ଏ ଏବଂ ହାଇଦ୍ରାବାଦର ବିଶ୍ୱନାଥ କେ ଏସ ଉଲ୍ଲେଖନୀୟ ୯୯.୯୯ ପର୍ସେଂଟାଇଲ ହାସଲ କରିଛନ୍ତି ।

କ୍ଲାସରୁମ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଆକାଶର ଡିଜିଟାଲ ପ୍ରୋଗ୍ରାମର ଛାତ୍ରଛାତ୍ରୀ ଜେଇଇ ମେନସ ୨୦୨୪ (ସେସନ-୦୧)ରେ ଉଲ୍ଲେଖନୀୟ ସ୍କୋର କରିଛନ୍ତି ଏବଂ ରିତମ ବାନାର୍ଜୀଙ୍କ ସମେତ ଟପ୍ପରମାନେ ୯୯.୯୬ ପର୍ସେଂଟାଇଲ ସ୍କୋର କରିଛନ୍ତି ଏବଂ ଗଣିତରେ ୧୦୦ ରଖିଛନ୍ତି । ସେମାନଙ୍କ ମଧ୍ୟରେ ଆରହା ସାହୁ ୯୯.୯୧ ପର୍ସେଂଟାଇଲ ସହିତ କେମିଷ୍ଟ୍ରିରେ ୧୦୦, ଦ୍ରିଷ୍ଟିଶମାନ ଦତ ୯୯.୮୭ ପର୍ସେଂଟାଇଲ, ହରିଶ


Share It

Comments are closed.