ୱି ପକ୍ଷରୁ ଘଂଟା ପିଛା ଓ ଦୈନିକ ବ୍ୟବହାର ପାଇଁ ସୁପର ଡାଟା ପ୍ୟାକ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ୱି ପକ୍ଷରୁ ଗ୍ରାହକମାନଙ୍କ ଡାଟାର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ଲାଗି ଘଂଟା ପିଛା ଓ ଦୈନିକ ବ୍ୟବହାର ପାଇଁ ସୁପର ଡାଟା ପ୍ୟାକ୍‌ର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ବ୍ୟବହାର କରୁଥିବା ଡାଟାର ପରିମାଣ ବଢ଼ିବାରେ ଲାଗିଛି । କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ ବ୍ୟବହାର ଡାଟାର ଗୁରୁତ୍ୱ ବଢ଼ିଛି । ଆଜିର ଗ୍ରାହକମାନେ ଡାଟା ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । ସେମାନେ କଲେଜ ପ୍ରକଳ୍ପ କରିବା କିମ୍ବା ଅନଲାଇନ୍ କାର୍ଯ୍ୟ, କୌଣସି ସୋ’ ଦେଖିବା, ଭିଡିଓ ଗେମ୍ ଖେଳିବା କିମ୍ବା କ୍ରୀଡ଼ା କାର୍ଯ୍ୟକ୍ରମକୁ ଉପଭୋଗ କରିବା ବେଳେ ଅଧିକ ଡାଟା ଦରକାର କରନ୍ତି । ଏଭଳି ପରିସ୍ଥିତିରେ ପ୍ରିପେଡ୍ ବ୍ୟବହାରକାରୀଙ୍କ ସୀମିତ ଡାଟା ବିଶେଷ କିଛି କାମରେ ଲାଗେ ନାହିଁ । ତାହାକୁ ଦୃଷ୍ଟିରେ ରଖି ୱି ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ସାସେ ଡାଟା ପ୍ୟାକ୍ ସୁପର ଆୱାର ଓ ସୁପର ଡେ’ର ଶୁଭାରମ୍ଭ କରାଯାଇଛି । ଏହି ପ୍ୟାକ୍‌ଗୁଡ଼ିକ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଡାଟା ହାସଲ କରିବାରେ ସକ୍ଷମ କରି ସେମାନଙ୍କ ଅନୁଭୂତିରେ ଉନ୍ନତି ଆଣିବ ।
ୱିର ସୁପର ଆୱାର ଡାଟା ପ୍ୟାକ୍‌ର ମୂଲ୍ୟ ୨୪ ଟଙ୍କା ରହିଥିବା ବେଳେ ସେଥିରେ ୬୦ ମିନିଟ୍ ପାଇଁ ଅସୀମିତ ଡାଟା ମିଳିବ । ସେହିପରି ସୁପର ଡେ’ ପ୍ୟାକ୍‌ର ମୂଲ୍ୟ ୪୯ ଟଙ୍କା ଥିବା ବେଳେ ସେଥିରେ ୨୪ ଘଂଟା ପାଇଁ ୬ ଜିବି ଡାଟା ମିଳିବ ।
ଅଧିକ ଡାଟା ବ୍ୟବହାର କରୁଥିବା ଯୁବପିଢିଙ୍କୁ ଦୃଷ୍ଟିରେ ରଖି ଏହି ସାସେ ଡାଟା ପ୍ୟାକ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଏହା ସହିତ ୱିର ପ୍ରିପେଡ୍ ଗ୍ରାହକମାନେ ସିନେମା ଦେଖିପାରିବେ, ଭିଡିଓ ଷ୍ଟ୍ରିମିଂ କରିପାରିବେ, ସଙ୍ଗୀତ ଶୁଣିପାରିବେ, ଗେମ୍ ଖେଳିପାରିବେ, ଇଟଂରନେଟ୍ ସର୍ଫିଂ, ଚାଟିଂ ଆଦି କାମ କରିବା ସହ ପାଠପଢ଼ାପଢ଼ି ଓ ଅନ୍ୟାନ୍ୟ କାମ କରିପାରିବେ । ୱି ଗେମ୍‌ସ ଖେଳିବା ଲାଗି ଗ୍ରାହକମାନେ ମଧ୍ୟ ଏହି ପ୍ୟାକ୍ ବ୍ୟବହାର କରିପାରିବେ । ସେମାନେ ୱି ମୁଭିଜ୍ ଆଣ୍ଡ୍ ଟିଭିରେ ନିଜ ପସନ୍ଦର ଭିଡିଓ ଉପଭୋଗ କରିପାରିବେ ।
ୱି ଆପ୍‌, ୱେବସାଇଟ୍ କିମ୍ବା ନିକଟତମ ଷ୍ଟୋର୍‌ରେ ଗ୍ରାହକମାନେ ଏହି ଡାଟା ପ୍ୟାକ୍ ରିଚାର୍ଜ କରିପାରିବେ ।
ଭାରତୀୟମାନଙ୍କୁ ଅର୍ଥପୂର୍ଣ୍ଣ ସମାଧାନ ପ୍ରଦାନ କରି ସେମାନଙ୍କ ଆବଶ୍ୟକତା ପୂରଣ କରିବା ଓ ସେମାନଙ୍କ ଲାଗି ଅସୀମିତ ସମ୍ଭାବନାର ଦ୍ୱାର ଖୋଲି ବର୍ତମାନ ଓ ଭବିଷ୍ୟତରେ ସେମାନଙ୍କୁ ସଫଳ କରିବାକୁ ୱି ଲକ୍ଷ୍ୟ ରଖିଛି ।


Share It

Comments are closed.