ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍ ଲାଇଫ୍ ପକ୍ଷରୁ ୭୮୮ କୋଟି ଟଙ୍କାର ବୋନସ୍ ଘୋଷଣା


ଭୁବନେଶ୍ୱର: ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହାର ବିଭିନ୍ନ ପ୍ରକାରର ଉତ୍ପାଦ ଲାଗି ୭୮୮ କୋଟି ଟଙ୍କାର ବୋନସ୍ ଘୋଷଣା କରାଯାଇଛି । ବୋନସ୍ ହେଉଛି ପାର୍ଟିସିପେଟିଂ ପଲିସିାହୋଲଡରଙ୍କ (ଅଂଶଗ୍ରହଣ କରିଥିବା ପଲିସିଧାରକ) ଫଣ୍ଡ୍‌ରୁ କଂପାନି ହାସଲ କରିଥିବା ଲାଭର ଏକ ଅଂଶ । ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସକ୍ରିୟ ଥିବା ସମସ୍ତ ଅଂଶଗ୍ରହଣକାରୀ ପଲିସି ଏହି ବୋନସ୍ ପାଇବାକୁ ଯୋଗ୍ୟ ଯାହାକୁ ସେମାନଙ୍କ ମାଚୁରିଟି ରାଶି କିମ୍ବା ମୃତ୍ୟୁକାଳୀନ ସୁବିଧାରେ ଯୋଡ଼ାଯିବ ।
କ୍ରମାଗତ ୧୪ତମ ବର୍ଷ ଲାଗି କଂପାନି ପକ୍ଷରୁ ବୋନସ୍ ଘୋଷଣା କରାଯାଇଛି ଏବଂ ପଲିସିଧାରକଙ୍କ ଦୀର୍ଘସ୍ତାୟୀ ମୂଲ୍ୟ ଦିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଘୋଷଣା କରାଯାଇଥିବା ବୋନସ୍ ଗତ ଆର୍ଥିକ ବର୍ଷ ତୁଳନାରେ ୧୫% ଅଧିକ । ଫଳରେ ୯ ଲକ୍ଷ ପଲିସିଧାରକ ସେମାନଙ୍କ ଆର୍ଥିକ ଲକ୍ଷ୍ୟ ହାସଲ କରିବାର ଆଉ କିଛି ପାଦ ନିକଟତର ହୋଇଛନ୍ତି ।
ଅଂଶଗ୍ରହଣକାରୀ ଉତ୍ପାଦଗୁଡ଼ିକ ପୁଞ୍ଜିର ସୁରକ୍ଷା ଦେଉଥିବା ବେଳେ ଆର୍ଥିକ ଲକ୍ଷ୍ୟ ହାସଲ କରିବାର ଏକ ସଂଚୟ ସୁବିଧା ଦେଉଛି । ଗତ ଆର୍ଥିକ ବର୍ଷରେ କଂପାନି ପକ୍ଷରତ୍ଲକ୍ଷ୍ୟ ନାମରେ ଏଭଳି ଏକ ଉତ୍ପାଦ ଉନ୍ମୋଚନ କରାଯାଇଥିଲା । ଏଥିରେ ଗ୍ରାହକମାନେ ଶୀଘ୍ର ଯାତ୍ରା ଆରମ୍ଭ କରିପାରିବେ ଏବଂ ଦୀର୍ଘଦିନ ପର୍ଯ୍ୟନ୍ତ ନିବେଶ ଜାରି ରଖିପାରିବେ । ଏହା ମହିଳାମାନଙ୍କୁ ଦୀର୍ଘମିଆଦୀ ଲକ୍ଷ୍ୟ ପୂରଣ ଲାଗି ନିବେଶ କରିବାକୁ ଉତ୍ସାହିତ କରୁଛି ।
ଏ ସଂକ୍ରାନ୍ତରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନ୍‌ସ୍ୟୁରାନ୍ସର ପରିଚାଳନା ନିର୍ଦେଶକ ଓ ସିଇଓ ଶ୍ରୀଯୁକ୍ତ ଏନ୍ ଏସ୍ କାନନ କହିଛନ୍ତି, “ନିଜର ଆର୍ଥିକ ଲକ୍ଷ୍ୟ ପୂରଣ କରିବା ଲାଗି ପଲିସିଧାରକମାନେ ଆମ ଉପରେ ନିର୍ଭରଶୀଳ । ଆମେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଘୋଷଣା କରିିଥିବା ୭୮୮ କୋଟି ଟଙ୍କାର ବୋନସ୍ ସେମାନଙ୍କୁ ସେହି ଲକ୍ଷ୍ୟ ଆଡ଼କୁ ଆଉ କିଛି ପାଦ ନିକଟତର କରିବ । ଏକ ଦୀର୍ଘସ୍ଥାୟୀ ସଂଚୟ ଗଠନ କରିବାର ମନ୍ତ୍ର ହେଉଛି ଉତ୍ପାଦର ସମୟ ସୀମା ମଧ୍ୟରେ ନିୟମିତ ଯୋଗଦାନ ଜାରି ରଖିବାର ପ୍ରତିବଦ୍ଧତା । ଅଂଶଗ୍ରହଣକାରୀ ଉତ୍ପାଦ ବଜାର ଅସ୍ଥିରତାରୁ ସୁରକ୍ଷା ଦେଉଥିବା ବେଳେ ସଂଚୟ ଉତ୍ପାଦ ଉପରେ ସହଜ ରିଟର୍ଣ୍ଣ ପ୍ରଦାନ କରିଥାଏ । କମ୍ ବିପଦ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଆମେ ଗତବର୍ଷ ଉନ୍ମୋଚନ କରିଥିବା ଲକ୍ଷ୍ୟ ବେଶ ଉପଯୋଗୀ ।’’


Share It

Comments are closed.